IND vs SA: ଲଜ୍ଜାଜନକ ପରାଜୟ ପରେ ରାଗିଲେ କ୍ରିକେଟ ପ୍ରେମୀ, କହିଲେ "ଏହି ଫ୍ଲପ୍ ଖେଳାଳି ଯୋଗୁଁ ହାରିଲା ଭାରତ"

  1. Home
  2. Cricket News

IND vs SA: ଲଜ୍ଜାଜନକ ପରାଜୟ ପରେ ରାଗିଲେ କ୍ରିକେଟ ପ୍ରେମୀ, କହିଲେ "ଏହି ଫ୍ଲପ୍ ଖେଳାଳି ଯୋଗୁଁ ହାରିଲା ଭାରତ"


ଦ୍ଵିତୀୟ T20 ମ୍ୟାଚ ରେ ଦକ୍ଷିଣ ଆଫ୍ରିକା ଅଧିନାୟକ ଆଡେନ ମାର୍କ୍ରାମ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। ୟଶାସଭି ଜସୱାଲ (0) ଏବଂ ଶୁବମାନ ଗିଲ (0) ଖାତା ନ ଖୋଲି ପାଭିଲିୟନକୁ ଫେରିବା ପରେ ଟିମ୍ ଇଣ୍ଡିଆ ମାତ୍ର 6 ରନ୍ ରେ 2 ୱିକେଟ୍ ହରାଇଥିଲା।

ଏହା ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ (56) ତୃତୀୟ ୱିକେଟ୍ ପାଇଁ ତିଲକ ଭର୍ମା (29) ଙ୍କ ସହ 49 ରନ୍ ଯୋଡିଥିଲେ । ଏହା ପରେ ସୂର୍ଯ୍ୟ ରିଙ୍କୁ ସିଂଙ୍କ ସହ 70 ରନ୍‌ର ଭାଗିଦାରୀ କରିଥିଲେ । କ୍ୟାପଟେନ ସୂର୍ଯ୍ୟ 36 ବଲରେ 5 ଚୌକା ଓ 3 ଛକା ମାରିଥିଲେ । 39 ଟି ବଲ୍ ରେ ଅପରାଜିତ ଇନିଂସରେ ରିଙ୍କୁ 9 ଚୌକା ଓ ୨ ଛକା ମାରିଥିଲେ ।

sa

ବର୍ଷା ହେତୁ ଖେଳକୁ 19.3 ଓଭର ରେ ବନ୍ଦ କରିବାକୁ ପଡିଲା | ତା’ପରେ ଦକ୍ଷିଣ ଆଫ୍ରିକା 15 ଓଭରରେ 152 ରନର ସଂଶୋଧିତ ଲକ୍ଷ୍ୟ ପାଇଲା ଏବଂ ସହଜରେ ବିଜୟ ହାସଲ କଲା |

ଫ୍ୟାନ୍ସ କହିଲେ "ଏହି ଫ୍ଲପ୍ ଖେଳାଳି ଯୋଗୁଁ ହାରିଲା ଭାରତ"

ମଙ୍ଗଳବାର ଦିନ ଦକ୍ଷିଣ ଆଫ୍ରିକାର ଓପନର୍ ରେଜା ହେଣ୍ଡ୍ରିକ୍ସ ଭାରତର ଯୁବ ପେସର୍ ଅର୍ଶଦୀପ ସିଂଙ୍କ ବୋଲିଂରେ ଏକ ସଟ୍ ମାରିଥିଲେ ଯାହାକୁ ଅର୍ଶଦୀପ ତାଙ୍କ ଜୀବନ ରେ କେବେ ବି ଭୁଲି ପାରିବେ ନାହିଁ । ସେଣ୍ଟ ଜର୍ଜ ପାର୍କରେ ଭାରତ-ଦକ୍ଷିଣ ଆଫ୍ରିକା ସିରିଜର ଦ୍ୱିତୀୟ ଟି -20 ମ୍ୟାଚରେ ରେଜା ଏମିତି ଛକା ମାରିଲେ ଯେ ବଲ୍ ଷ୍ଟାଡିୟମ ବାହାରକୁ ଚାଲିଗଲା । ଇନିଂସର ଦ୍ୱିତୀୟ ଓଭରରେ ଏହି ସବୁ ଘଟିଥିଲା, ତା’ପରେ ଏକ ନୂଆ ବଲ୍ ଆଣିବାକୁ ପଡିଲା |

arshdeep

ତେବେ ଯୁବ ପେସର୍ ଅର୍ଶଦୀପ ସିଂ ତାଙ୍କର 2 ଓଭର ର ସ୍ପେଲ ରେ 31 ରନ୍ ଖର୍ଚ କରିଦେଲେ, ଏବଂ ଏହା ହିଁ ଭାରତର ମ୍ୟାଚ ହାରିବାର ସବୁଠାରୁ ବଡ଼ କାରଣ ଅଟେ । ଅର୍ଶଦୀପଙ୍କ ଏମିତିକା ବୋଲିଂ ଦେଖି ଭାରତୀୟ ଫ୍ୟାନ୍ସ କ୍ରୋଧିତ ହୋଇ ସୋସିଆଲ ମିଡ଼ିଆ ରେ ତାଙ୍କୁ ବାହାର କର ବୋଲି ଦାବି କଲେ ।