IND vs PAK: ଏସିଆ କପ ରେ ଆଜି ଭାରତ ପାକିସ୍ତାନ ମୁହାଁମୁହିଁ, ଆୟର ଏବଂ ସୂର୍ଯ୍ୟ ଙ୍କ ମଧ୍ୟରୁ କାହାକୁ ମିଳିବ ସୁଯୋଗ ?

ଆଜି ଶନିବାର ରେ ଏସିଆ କପ୍ରେ ଭାରତ ଓ ଆୟୋଜକ ପାକିସ୍ତାନ ମଧ୍ୟରେ ମଞ୍ଚ ଖେଳାଯିବ । ଏହି ହାଇଭୋଲଟେଜ୍ ମ୍ୟାଚ କୁ ନେଇ ପୁରା ବିଶ୍ୱ କ୍ରିକେଟ୍ପ୍ରେମୀ ଉତ୍ସାହ ର ସହ ଅପେକ୍ଷା କରିଛନ୍ତି ।
ଭାରତୀୟ ସମୟ ଅନୁସାରେ ଅପରାହ୍ଣ ୩ଟାରେ ମ୍ୟାଚ୍ ଆରମ୍ଭ ହେବ । ପାକିସ୍ତାନ ଆୟୋଜକ ରହିଥିଲେ ହେଁ ମ୍ୟାଚ୍ଟି ଶ୍ରୀଲଙ୍କାର କାଣ୍ଡି ସହରରେ ଆୟୋଜିତ ହେଉଛି । ଉଭୟ ଦେଶର ସମର୍ଥକ ଇତି ମଧ୍ୟରେ ଶ୍ରୀଲଙ୍କାରେ ପହଞ୍ଚି ମ୍ୟାଚ୍ର ମଜା ଉଠାଇବା ପାଇଁ ଅପେକ୍ଷା କରି ରହିଛନ୍ତି ।
ଏସିଆ କପ୍ରେ ଭାରତର ରେକର୍ଡ ବେଶ୍ ଉନ୍ନତ ରହିଥିଲେ ହେଁ ପାକିସ୍ତାନକୁ ଦୁର୍ବଳ ମନେ କରିବା ମୁର୍ଖାମୀ ହେବ । ପାକିସ୍ତାନ ସମ୍ପ୍ରତି ଦିନିକିଆ ମାନ୍ୟତାର ଶୀର୍ଷ ସ୍ଥାନ ଦଖଲ କରିଛି । ଭାରତ ତୃତୀୟ ସ୍ଥାନରେ ରହିଛି । ଆଗାମୀ ଦିନିକିଆ ବିଶ୍ୱକପ୍ ପାଇଁ ପାକିସ୍ତାନ ଏକ ଶ୍ରେଷ୍ଠ ଦଳ ଗଠନ କରିସାରିଥିବା ସ୍ପଷ୍ଟ ଜଣା ପଡ଼ୁଛି । ଅଧିନାୟକ ବାବର ଆଜମ ଶତକ ଅର୍ଜନ କରିଛନ୍ତି । ଅନ୍ୟ ବ୍ୟାଟରମାନେ ଫର୍ମରେ ରହିଛନ୍ତି ।
ଭାରତୀୟ ଦଳର ବ୍ୟାଟିଂ ବିଭାଗ ବେଶ ଶକ୍ତିଶାଳୀ ଜଣାପଡ଼ୁଥିଲେ ମଧ୍ୟ ପାକିସ୍ତାନ ପାଖରେ ଘାତକ ପେସ୍ ବୋଲର ଅଛନ୍ତି । ତଥାପି ପୂର୍ବଭଳି ବିରାଟ କୋହଲି ବିଜୟର ସୂତ୍ରଧର ସାଜିବେ ବୋଲି ଫ୍ୟାନ୍ମାନେ ଆଶା ବାନ୍ଧିଛନ୍ତି । 2022 ଟି-20 ବିଶ୍ୱକପ୍ର ମୁକାବିଲାରେ କୋହଲିଙ୍କ ଇନିଂସକୁ ଦର୍ଶକ ଭୁଲି ନାହାନ୍ତି ।
ଆୟର ଏବଂ ସୂର୍ଯ୍ୟ ଙ୍କ ମଧ୍ୟରୁ କାହାକୁ ମିଳିବ ସୁଯୋଗ ?
ଏହି ପିଚ୍ ପେସ୍ ବୋଲରଙ୍କୁ ସହାୟତା କରିବା ଆଶା କରାଯାଉଛି । ତେଣୁ ଉଭୟ ଦଳର ପେସ୍ ବୋଲରଙ୍କ ମଧ୍ୟରେ ଅସଲ ଲଢେଇ ଦେଖିବାକୁ ମିଳିବ । ଆଉ ଭାରତ ପାଇଁ ନମ୍ବର 4 ରେ କିଏ ଖେଳିବ ତାହା ଦେଖିବା ବାକି ରହିଲା, ତେବେ ଆୟର ଙ୍କୁ ସୁଯୋଗ ମିଲାଵ ବୋଲି ଆଶା କରା ଯାଉଛି କାରଣ ସୂର୍ଯ୍ୟ ନ୍କ ODI ରେ ପ୍ରଦର୍ଶନ ଏତେ ଖାସ ନାହିଁ ।
ମ୍ୟାଚ ପାଇଁ ଉଭୟ ଦଳର ପ୍ଲେଇଂ XI:
ଭାରତ: ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍, ବିରାଟ କୋହଲି, ଶ୍ରେୟାସ ଆୟର/ ସୂର୍ଯ୍ୟକୁମାର ଯାଦବ, ଇଶାନ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ସାମି, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ।
ପାକିସ୍ତାନ: ଫଖାର ଜମାନ, ଇମାମ ଉଲ୍ହକ୍, ବାବର ଆଜମ(ଅଧିନାୟକ), ମହମ୍ମଦ ରିଜୱାନ, ଆଘା ସଲମାନ, ଇଫତିଖର ଅହମ୍ମଦ, ଶଦାବ ଖାନ, ମହମ୍ମଦ ନୱାଜ, ନସିମ ଶାହ, ସହିନ ଆଫ୍ରିଦି, ହ୍ୟାରିସ ରୌଫ ।