IND vs AUS 2nd Test: ଗୋଲାପି ବଲରେ ଫ୍ଲପ ହେଲା ଭାରତୀୟ ଦଳ, ମାତ୍ର ଏତେ ରନରେ ହେଲେ ଅଲଆଉଟ

  1. Home
  2. Cricket News

IND vs AUS 2nd Test: ଗୋଲାପି ବଲରେ ଫ୍ଲପ ହେଲା ଭାରତୀୟ ଦଳ, ମାତ୍ର ଏତେ ରନରେ ହେଲେ ଅଲଆଉଟ


ଭାରତ- ଅଷ୍ଟ୍ରେଲିଆ ମଧ୍ଯରେ ବର୍ଡର -ଗାଭାସ୍କର ଟ୍ରଫିର ଦ୍ୱିତୀୟ ମ୍ଯାଚ ଆଡିଲେଡ ଓଭାଲ ଗ୍ରାଉଣ୍ଡରେ ଖେଳାଯାଉଛି । କଙ୍ଗାରୁ ବାହିନୀ ଆଗରେ ମାଟି କାମୁଡିଲା ଭାରତୀୟ ଦଳ । ପିଙ୍କ୍‌ ବଲ୍‌ରେ ପୁଣି ଆଣ୍ଠେଇଲା ଟିମ୍ ଇଣ୍ଡିଆ । ଆଡିଲେଡରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ । ୧୮୦ ରନରେ ଅଲଆଉଟ୍ ହେଲା ଦଳ । ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଦଳ ।

ଆଡିଲେଡ ଦିବାରାତ୍ର ଟେଷ୍ଟରେ ଭାରତୀୟ ଅଧିନାୟକ ହିଟମ୍ଯାନ ରୋହିତ ଶର୍ମା ଟସ ଜିତି ପ୍ରଥମେ ବ୍ଯାଟିଂ କରିବାର ନିଷ୍ପତ୍ତି ନେଇଛନ୍ତି । ଟିମ୍ ଇଣ୍ଡିଆ ୪୪.୧ ଓଭରରେ ମାତ୍ର ୧୮୦ ରନ କରି  ଅଲଆଉଟ ହୋଇଛି । କଙ୍ଗାରୁ ଦଳ ସାମ୍ନାରେ ଘାଇଲା ହୋଇଛି ଭାରତୀୟ ବ୍ଯାଟିଂ ଅର୍ଡର । ଭାରତୀୟ ଓପନର ଯଶସ୍ୱୀ ଜୟସ୍ୱାଲ ଖାତା ଖୋଲି ପାରି ନାହାନ୍ତି ।

ସେପଟେ ଷ୍ଟାଇଲିସ ବ୍ଯାଟର କେ.ଏଲ ରାହୁଲ ମାତ୍ର ୩୭ ରନ କରି ପ୍ଯାଭିଲିୟନ ଫେରି ଯାଇଛନ୍ତି । ବ୍ଯାଟର ଶୁଭମନ ଗିଲ ୩୧ ରନ କରିଥିବାବେଳେ ଦୁର୍ଦ୍ଦଶ ଋଷଭ ମାତ୍ର ୨୧ ରନ କରି ସହଳ ନିଜ ୱିକେଟ ଦେଇ ଦେଇଛନ୍ତି କଙ୍ଗାରୁକୁ । ଭାରତୀୟ ଅଭିଜ୍ଞ ବ୍ଯାଟର ବିରାଟ-ରୋହିତ ମଧ୍ଯ ଫ୍ଲପ ହୋଇଛନ୍ତି ।