ଅଷ୍ଟ୍ରେଲିଆ ଦଳକୁ ବଡ ଝଟ୍‌କା, ପିଙ୍କ ବଲ୍ ଟେଷ୍ଟରୁ ଏହି ଘାତକ ବୋଲର ହେଲେ ବାହାର

  1. Home
  2. Cricket News

ଅଷ୍ଟ୍ରେଲିଆ ଦଳକୁ ବଡ ଝଟ୍‌କା, ପିଙ୍କ ବଲ୍ ଟେଷ୍ଟରୁ ଏହି ଘାତକ ବୋଲର ହେଲେ ବାହାର


ଅଷ୍ଟ୍ରେଲିଆ ଦଳକୁ ଦ୍ଵିତୀୟ ଟେଷ୍ଟ  ପୁରାରୁ ବଡ଼ ଝଟ୍‌କା ଲାଗିଛି । ଆଡିଲେଡ୍‌ ଟେଷ୍ଟ ପୂର୍ବରୁ ଦଳରୁ ବାଦ୍‌ ପଡିଲେ ଖତରନାକ୍‌ ବୋଲର ଜୋଶ୍‌ ହେଜେଲଉଡ୍‌। ଆହତ ଜନିତ ସମସ୍ୟା ଲାଗି ପିଙ୍କ ବଲ୍‌ ଟେଷ୍ଟରୁ ବାଦ୍‌ ପଡିଥନ୍ତି ଜୋଶ୍‌ ହେଜେଲ୍‌ଉଡ୍‌ । ତାଙ୍କ ବଦଳରେ ଜଣେ ନବାଗତ ଖେଳାଳିଙ୍କୁ ସାମିଲ କରାଯାଇଥିବା ଅଷ୍ଟ୍ରେଲିଆ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ନଭେମ୍ବର ୨୨ରୁ ଆରମ୍ଭ ହୋଇଛି ବର୍ଡର-ଗାଭାସ୍କର ଟ୍ରଫି । ପ୍ରଥମ ମ୍ୟାଚ୍‌ ପର୍ଥରେ ଖେଳାଯାଇଥିଲା । ଯେଉଁଥିରେ ଭାରତୀୟ ଟିମ୍‌ ଘରୋଇ ଅଷ୍ଟ୍ରେଲିଆକୁ ୨୯୫ ରନ୍‌ରେ ପରାସ୍ତ କରିଥିଲା । ଆଉ ଏବେ ଡିସେମ୍ବର ୬ ତାରିଖରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ପିଙ୍କ ବଲ / ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳାଯିବାକୁ ଅଛି । ହେଲେ ଏହା ପୂର୍ବରୁ କ୍ୟାପଟେନ୍‌ ପ୍ୟାଟ୍‌ କମିନ୍ସଙ୍କ ପାଇଁ ଆସିଛି ଚ୍ୟାଲେଞ୍ଜ ।ଆହତ ସମସ୍ୟା ଲାଗି ୨ୟ ଟେଷ୍ଟରୁ ବାଦ୍‌ ପଡିଛନ୍ତି ଜୋଶ୍‌ ହେଜେଲ୍‌ଉଡ୍‌ ।

ପ୍ରଥମ ଟେଷ୍ଟରେ ହେଜେଲ୍‌ଉଡ୍‌ଙ୍କୁ ଛାଡି ଅନ୍ୟ କୌଣସି ବୋଲର ନିଜର ଦକ୍ଷତା ଅନୁସାରେ ବୋଲିଂ କରିଥିନଥିଲେ । ହେଜେଲ୍‌ଉଡ୍‌ ହିଁ ଜଣେ ମାତ୍ର ବୋଲର ଥିଲେ ଯିଏ ଭାରତୀୟଙ୍କ ବ୍ୟାଟରଙ୍କ ଉପରେ ଚାପ ପକାଉଥିଲେ । ସେହିପରି କାନ୍‌ବେରାରେ ପୂର୍ବରୁ ଖେଳାଯାଇଥିବା ପିଙ୍କ ବଲ୍‌ ଟେଷ୍ଟରେ ଭାରତୀୟ ଟିମ୍‌ ୩୬ ରନ୍‌ରେ ଅଲଆଉଟ୍‌ ହୋଇଥିଲା । ଯେଉଁଥିଲେ ହେଜେଲ୍‌ଉଡ୍‌ ମାତ୍ର ୫ ଓଭର ବୋଲିଂ କରି ୮ ରନ୍‌ ଦେଇ ୫ଟି ଓ୍ୱିକେଟ୍‌ ନେଇଥିଲେ ।

ବର୍ଡର-ଗାଭାସ୍କରର ୨ୟ ଟେଷ୍ଟ ପୂର୍ବରୁ ବାଦ୍‌ ପଡିଥିବା ହେଜେଲ୍‌ଉଡ୍‌ ବାଦ୍‌ ପଡିଛନ୍ତି । ତାଙ୍କ ସ୍ଥାନରେ ଦୁଇ ଜଣ ନବାଗତ ଖେଳାଳିଙ୍କୁ ସାମିଲ କରାଯାଇଛି । ସନ୍‌ ଆବୋଟ୍‌ ଏବଂ ବ୍ରାଣ୍ଡନ୍‌ ଡୋଗେଟ୍‌ଙ୍କୁ ସାମିଲ କରାଯାଇଛି । ଦୁଇ ଜଣଙ୍କ ମଧ୍ୟରୁ କିଏ ୨ୟ ଟେଷ୍ଟ ମ୍ୟାଚ୍‌ରେ ଖେଳିବ ।ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି । ତଥାପି ଯିଏ ବି ଖେଳିବ, ସିଏ ଟେଷ୍ଟ କ୍ରିକେଟ୍‌ରେ ଡେବ୍ୟୁ କରିବ ।