ବିଶ୍ୱକପ୍ ଫାଇନାଲରେ ଅଷ୍ଟ୍ରେଲିଆ ଜିତିବା ପରେ ଭାରତର ମଜାକ ଉଡାଇ ଆଫ୍ରିଦି କହିଲେ "ମୁ ଜାଣିଥିଲି ଯେ ଭାରତ..."

  1. Home
  2. Cricket News

ବିଶ୍ୱକପ୍ ଫାଇନାଲରେ ଅଷ୍ଟ୍ରେଲିଆ ଜିତିବା ପରେ ଭାରତର ମଜାକ ଉଡାଇ ଆଫ୍ରିଦି କହିଲେ "ମୁ ଜାଣିଥିଲି ଯେ ଭାରତ..."


ଭାରତ ବିଶ୍ଵ କପ୍ ରେ ହାରିଯିବା ପରେ ଅନେକ ସମାଲୋଚନାର ସାମ୍ନା କରୁଛି ଟିମ୍ ଇଣ୍ଡିଆ । କିଏ କହୁଛି ଗର୍ବ ପାଇଁ ଭାରତ ହାରି ଯାଇଛି ତ କିଏ କହୁଛି ଓଭରକନଫିଡେନ୍ଟ ପାଇଁ । ସମ୍ପୂର୍ଣ ବିଶ୍ଵକପ୍ ର ପ୍ରଥମ ଦିନ ଠାରୁ ଆରମ୍ଭ କରି ସେମି ଫାଇନାଲ ପର୍ଯ୍ୟନ୍ତ ଦମ୍ ଦାର୍ ପ୍ରଦର୍ଶନ କରୁଥିବା ଭାରତୀୟ କ୍ରିକେଟ ଟିମ୍ ଯେ ଫାଇନାଲରେ ହାରିଯିବ ଏ କଥା କେହି କେବେ ଭାବି ନ ଥିଲେ ।

ସାହିଦ ଆଫ୍ରିଦି ଉଡ଼ାଇଲେ ଭାରତର ମଜାକ:

ଭାରତ ହାରିଯିବାର ସୁଯୋଗ ନେଇ ଫାଇଦା ଉଠାଇବାକୁ ଚେଷ୍ଟା କରିଛି ପାକିସ୍ତାନୀ ଟିମ୍ । ପାକିସ୍ତାନୀ କ୍ରିକେଟ ଟିମ୍ ର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦି କହିଛନ୍ତି ଭାରତ ହାରିବ ବୋଲି ଆମେ ଆଗରୁ ଜାଣିଥିଲୁ । ଭାରତ ଗୋଟିଏ ପରେ ଗୋଟିଏ ମ୍ୟାଚ୍ ଜିତି ଚାଲିଥିଲା । ଯେଉଁଥି ପାଇଁ ଭାରତୀୟ କ୍ରିକେଟର ମାନଙ୍କ କନଫିଡେନ୍ଟ ବଢି ଯାଇଥିଲା ।

kohli rohit sad

ଏହି ଓଭରକନଫିଡେନ୍ଟ ପାଇଁ ହିଁ ଭାରତ ବିଶ୍ଵ କପ୍ ର ଫାଇନାଲ ମ୍ୟାଚ ଟ୍ରଫି ହାତେଇ ପାରିଲା ନାହିଁ । ଆଉ ଯଦି ସେପଟେ ଟିମ୍ ଅଷ୍ଟ୍ରେଲିଆକୁ ଦେଖାଯାଏ ତେବେ ବହୁତ ଶାନ୍ତ ଓ ସମଝଦାରିର ସହିତ ସେ ମ୍ୟାଚ୍ ଖେଳୁଥିଲା ।

ଆଫ୍ରୀଦିଙ୍କ ଏପରି ବୟାନ ଏବେ ଭାଇରାଲ୍ ହେବାରେ ଲାଗିଛି । କେହି କେହି ତାଙ୍କୁ ସମର୍ଥନ କରୁଥିବା ବେଳେ କେହି କେହି ତାଙ୍କୁ ସମାଲୋଚନା ମଧ୍ୟ କରିଛନ୍ତି ।

ଏହା ସହ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରାମ ମଧ୍ୟ ବ୍ୟାଟିଂ କ୍ରମ ପରିବର୍ତ୍ତନ କରିବାରେ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଗ୍ରହଣ କରାଯାଇଥିବା ନିଷ୍ପତ୍ତିକୁ ପସନ୍ଦ କରିନାହାନ୍ତି। ସେ କହିଛନ୍ତି, 'ମୋର କହିବାର ଅର୍ଥ ହେଉଛି ସେ ଦଳରେ ବ୍ୟାଟ୍ସମ୍ୟାନ ଭାବରେ ଖେଳୁଥିଲେ। ଦଳରେ ହାର୍ଦ୍ଦିକ ପାଣ୍ଡ୍ୟା ଉପସ୍ଥିତ ଥିଲେ ମୁଁ ଏହି ପଦକ୍ଷେପକୁ ହୁଏତ ଠିକ ବୋଲି ବୁଝିପାରିଥା'ନ୍ତି।'