ଅଷ୍ଟ୍ରେଲିଆର ଏହି ଘାତକ ଖେଳାଳି ଟେଷ୍ଟ ସିରିଜ୍ ପୂର୍ବରୁ ହିନ୍ଦୀରେ ଲେଖି ଟିମ୍ ଇଣ୍ଡିଆକୁ ଦେଲେ ଚେତାବନୀ, କହିଲେ "Me Aa Raha Hun"

  1. Home
  2. Cricket News

ଅଷ୍ଟ୍ରେଲିଆର ଏହି ଘାତକ ଖେଳାଳି ଟେଷ୍ଟ ସିରିଜ୍ ପୂର୍ବରୁ ହିନ୍ଦୀରେ ଲେଖି ଟିମ୍ ଇଣ୍ଡିଆକୁ ଦେଲେ ଚେତାବନୀ, କହିଲେ "Me Aa Raha Hun"


କ୍ରିକେଟ ଖବର: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜରେ ଏକ ବଡ଼ ବିଜୟ ପରେ ଭାରତୀୟ କ୍ରିକେଟ୍ ଦଳକୁ ଆଗାମୀ ବୋର୍ଡର-ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆ ସହ ମୁହାଁମୁହିଁ ହେବାକୁ ପଡିବ। ଏହି ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ହେଉଛି ଭାରତୀୟ ଦଳ ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପାଇଁ ଏକମାତ୍ର ଉପାୟ । ଏହି ସିରିଜ୍ ପାଇଁ ଅଷ୍ଟ୍ରେଲିଆ ଦଳ ଭାରତରେ ପହଞ୍ଚିଛି। 

କିନ୍ତୁ ସେମାନଙ୍କ ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ୍ ଉସମାନ ଖାୱାଜା ଭିସା ଉପଲବ୍ଧ ନ ଥିବାରୁ ଅନ୍ୟ ଖେଳାଳିଙ୍କ ସହ ଭାରତ ଆସିପାରିନଥିଲେ। ତେବେ ଏହି ଖେଳାଳି ଗୋଟିଏ ଦିନ ପରେ ଭାରତ ଅଭିମୁଖେ ବାହାରିଛନ୍ତି। ଏଥି ସହ ଖାୱାଜା ହିନ୍ଦୀରେ ଟିମ୍ ଇଣ୍ଡିଆକୁ ଚେତାବନୀ ଦେଇଛନ୍ତି।

ବୁଧବାର ବିଳମ୍ବିତ ରାତିରେ ଉସମାନ ଖାୱାଜାଙ୍କ ଭିସା ଜାରି କରାଯାଇଥିଲା ଯେଉଁଥିପାଇଁ ସେ ତାଙ୍କ ସାଥୀ ଖେଳାଳିଙ୍କ ସହ ଭାରତ ଆସିପାରିନଥିଲେ। କିନ୍ତୁ ଖାୱାଜାଙ୍କ ପାସପୋର୍ଟ ଏବଂ ଭିସା ବୁଧବାର ବିଳମ୍ବିତ ରାତିରେ ମେଲବୋର୍ଣ୍ଣରେ କ୍ରିକେଟ୍ ଅଷ୍ଟ୍ରେଲିଆ (CA) ର ଏକ ପ୍ରତିନିଧୀଙ୍କୁ ହସ୍ତାନ୍ତର କରାଯାଇଛି ଏବଂ ଖେଳାଳି ଭାରତ ପାଇଁ ବାହାରିଛନ୍ତି।

Ind vs aus

ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଖ୍ୱାଜା ଟିମ୍ ଇଣ୍ଡିଆକୁ ମଧ୍ୟ ଚେତାବନୀ ଦେଇଛନ୍ତି।  ଖ୍ୱାଜା ହିନ୍ଦୀରେ କହିଛନ୍ତି ଯେ, ଭାରତକୁ ମୁଁ ଆସୁଛି।

ଆହୁରି ପଢ଼ନ୍ତୁ: ସିରିଜ୍ ହାରିବା ପରେ ମିଚେଲ୍ ସାଣ୍ଟନର୍ ହେଲେ କ୍ରୋଧିତ, ଟିମ୍ ଇଣ୍ଡିଆକୁ ଦେଲେ ଚେତାବନୀ, କହିଲେ "ଆମେ ଆଗାମୀ ବିଶ୍ୱକପରେ ଦେଖାଇବୁ କି..."