ତିଆରି ହେଲା ଇତିହାସ, କୋହଲି ଶତକ ମାରି କଲେ ବଡ଼ ରେକର୍ଡ, ସଚିନ ଓ ପଣ୍ଟିଂଙ୍କୁ ପକାଇଲେ ପଛରେ

  1. Home
  2. Cricket News

ତିଆରି ହେଲା ଇତିହାସ, କୋହଲି ଶତକ ମାରି କଲେ ବଡ଼ ରେକର୍ଡ, ସଚିନ ଓ ପଣ୍ଟିଂଙ୍କୁ ପକାଇଲେ ପଛରେ


ଏସିଆ କପ୍‌ରେ ଆଜି ରିଜର୍ଭ ଦିନରେ ଭାରତ ଓ ପାକିସ୍ତାନ ମଧ୍ୟରେ ବାକି ଥିବା ମ୍ୟାଚ୍ ଖେଳାଯାଇଛି । ଆଜି ଭାରତ 24.1 ଓଭରରୁ ବ୍ୟାଟିଂ ଆରମ୍ଭ କରି ପାକିସ୍ତାନ ଆଗରେ 356 ରନ୍‌ ର ବିଶାଳ ସ୍କୋର କରିଥିଲା ।

ଭାରତୀୟ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଏବଂ କେ.ଏଲ୍ ରାହୁଲ ଏସିଆ କପ୍ 2023 ର ସୁପର -4 ରେ ପାକିସ୍ତାନ ବିପକ୍ଷରେ ବିସ୍ଫୋରକ ଇନିଂସ ଖେଳି ପ୍ରଶଂସକଙ୍କ ହୃଦୟ ଜିତିଥିଲେ। ଏହି ମ୍ୟାଚ୍‌ରେ ଶତକ ହାସଲ କରିବା ସହ ଇତିହାସ ରଚିଛନ୍ତି ବିରାଟ କୋହଲି ଏବଂ ଦିନିକିଆ କ୍ୟାରିୟରରେ ବିରାଟ 47 ତମ ଶତକ ହାସଲ୍ କରିଥିବା ବେଳେ 13 ହଜାର ରନ୍‌ ପୂରା କରି ଇତିହାସ ରଚିଛନ୍ତି ।

kohli record

ଦିନିକିଆରେ ସବୁଠାରୁ ଦ୍ରୁତ ଗତିରେ 13 ହଜାରନ ରନ୍‌ ପୂରା କରିଥିବା ପ୍ରଥମ ଖେଳାଳି ହୋଇଛନ୍ତି ବିରାଟ କୋହଲି । ଏପରି କରି ସେ କରିକତ୍ୱ ର ଭଗବାନ ସଚିନ ତେନ୍ଦୁଲକର ଓ ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପ୍ଟେନ୍ ରିକି ପଣ୍ଟିଂକୁ ପଛରେ ପକାଇ ଦେଇଛନ୍ତି ।

ଅନ୍ୟପଟେ ବିରାଟ କୋହଲି ମାତ୍ର 267 ଟି ମ୍ୟାଚ୍ ଖେଳି 13 ହଜାର ରନ୍ ପୂରା କରିଛନ୍ତି। କିଙ୍ଗ କୋହଲିଙ୍କ ପ୍ରଦର୍ଶନ ଅତ୍ୟନ୍ତ ପ୍ରଭାବଶାଳୀ ଥିଲା । ସେ 94 ବଲରେ 122 ରନ୍ ସ୍କୋର କରି ନଅ 9 ଚୌକା ଓ ତିନି ଛକା ମାରିଥିଲେ । ଏହା ବ୍ୟତୀତ ସେ କେ.ଏଲ୍ ରାହୁଲଙ୍କ ସହ 194 ବଲରେ 233 ରନର ଅପରାଜିତ ଭାଗିଦାରୀ ମଧ୍ୟ କରିଥିଲେ ।