ପ୍ରଥମେ ପ୍ରିତି ଜିଣ୍ଟା ଏବଂ ଶାହାରୁଖ ଖାନ, ଆଉ ଏବେ ଅକ୍ଷୟ କୁମାର କିଣିଲେ ନୂଆ କ୍ରିକେଟ୍ ଟିମ୍, ଜାଣନ୍ତୁ କେଉଁ ଟିମ

  1. Home
  2. Cricket News

ପ୍ରଥମେ ପ୍ରିତି ଜିଣ୍ଟା ଏବଂ ଶାହାରୁଖ ଖାନ, ଆଉ ଏବେ ଅକ୍ଷୟ କୁମାର କିଣିଲେ ନୂଆ କ୍ରିକେଟ୍ ଟିମ୍, ଜାଣନ୍ତୁ କେଉଁ ଟିମ


ବର୍ତ୍ତମାନ କ୍ରିକେଟ ରେ ବଲିଉଡ ର ଏଣ୍ଟ୍ରି ପରେ କ୍ରିକେଟ ଆହୁରି ଅଧିକ ରୋମାଞ୍ଚକ ଖେଳ ହୋଇ ସାରିଛି । କ୍ରିକେଟ ଟିମ କିଣିବା ଲିଷ୍ଟରେ ଶାହାରୁଖ ଖାନ, ଜୁହି ଚାୱାଲା ଏବଂ ପ୍ରୀତି ଜିଣ୍ଟାଙ୍କ ପରି ଷ୍ଚାରଙ୍କ ନାଁ ଆଗରୁ ସାମିଲ ଅଛି । କିନ୍ତୁ ଏବେ ଖବର ଆସିଛି କୁଆଡେ ଖିଲାଡି ଅକ୍ଷୟ କୁମାର ମଧ୍ୟ ଗୋଟେ ଟିମ କିଣିଛନ୍ତି ।

ଅକ୍ଷୟ କୁମାର ମଧ୍ୟ ଏକ କ୍ରିକେଟ୍ ଦଳର ମାଲିକ ହୋଇଛନ୍ତି । ଅକ୍ଷୟ କୁମାର କ୍ରିକେଟ୍ ଦଳର ମାଲିକ ଥିବା ସୁପରଷ୍ଟାର ଲିଗରେ ମଧ୍ୟ ଯୋଗ ଦେଇଛନ୍ତି। ଅଭିନେତା ନିକଟରେ ନୂତନ ଇଣ୍ଡିଆନ୍ ଷ୍ଟ୍ରିଟ୍ ପ୍ରିମିୟର ଲିଗରେ ଶ୍ରୀନଗର ଦଳ କିଣିଛନ୍ତି, ଏହା ପ୍ରଥମ ଟେନର ବଲ୍ ଟି 10 କ୍ରିକେଟ୍ ଟୁର୍ନାମେଣ୍ଟ । ଯାହା ମାର୍ଚ୍ଚ 2 ରୁ ମାର୍ଚ୍ଚ 9, 2024 ପର୍ଯ୍ୟନ୍ତ ଷ୍ଟାଡିୟମ ଭିତରେ ଖେଳାଯିବ ।

କଣ କହିଲେ ଖିଲାଡି ଅକ୍ଷୟ କୁମାର?

ଖିଲାଡି କୁମାରଙ୍କର କ୍ରୀଡା ଏବଂ ମାର୍ଶଲ ଆର୍ଟ ପ୍ରତି ଗଭୀର ଉତ୍ସାହ ରହିଛି । ଇଟାଇମ୍ସ ରିପୋର୍ଟ ଅନୁଯାୟୀ ଅକ୍ଷୟ କୁମାର କହିଛନ୍ତି, "ଆଇପିଏଲ ଏବଂ ଶ୍ରୀନଗର ଦଳର ଅଂଶ ହୋଇ ମୁଁ ବହୁତ ଖୁସି।

ଏହି ଟୁର୍ନାମେଣ୍ଟ କ୍ରିକେଟ୍ ଦୁନିଆରେ ଖେଳ ପରିବର୍ତ୍ତନକାରୀ ହେବ ଏବଂ ମୁଁ ଏହି ଅନନ୍ୟ କ୍ରୀଡା ପ୍ରୟାସର ଅଗ୍ରଭାଗରେ ରହିବାକୁ ଆଗ୍ରହୀ ଅଟେ। ଅକ୍ଷୟ କୁମାର ନିଜେ ଇନଷ୍ଟାଗ୍ରାମରେ ପୋଷ୍ଟ କରି କ୍ରିକେଟ୍ ଦଳ କିଣିଥିବା ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି ।