T20 ବିଶ୍ବକପ ଟ୍ରଫି ଜିତିବା ପରେ ମଧ୍ୟ ରୋହିତଙ୍କ ଏହି କାମକୁ ନେଇ ସୃଷ୍ଟି ହେଲା ବଡ଼ ବିବାଦ

  1. Home
  2. Cricket News

T20 ବିଶ୍ବକପ ଟ୍ରଫି ଜିତିବା ପରେ ମଧ୍ୟ ରୋହିତଙ୍କ ଏହି କାମକୁ ନେଇ ସୃଷ୍ଟି ହେଲା ବଡ଼ ବିବାଦ


ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ ଟି-୨୦ ବିଶ୍ବକପ୍ ୨୦୨୪ର ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଦଳକୁ ୭ ରନରେ ପରାସ୍ତ କରି ଦ୍ବିତୀୟ ଥର ପାଇଁ ଟାଇଟଲ୍ ଜିତିବାରେ ସଫଳ ହୋଇଥିଲା। ୧୧ବର୍ଷ ପରେ ଭାରତ ବିଶ୍ବକପ ଜିତିବାରେ ସଫଳ ହେବାରୁ ଚାରିଆଡୁ ଦଳର ସଦସ୍ୟଙ୍କ ନିକଟକୁ ଶୁଭେଚ୍ଛା, ପ୍ରଶଂସା ଓ ଉପହାରର ସୁଅ ଛୁଟି ଆସୁଛୁ।

ଭାରତୀୟ କ୍ରିକେଟ ଟିମ ବି ଏହି ବିଜୟ ପରେ ଖୁବ ଉତ୍ସାହିତ ଅଛନ୍ତି। ଯେତେବେଳେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଦଳକୁ ୭ ରନରେ ପରାସ୍ତ କରି ଦ୍ବିତୀୟ ଥର ପାଇଁ ଟାଇଟଲ୍ ଜିତିଥିଲା ଖୁସିରେ ଅଧିନାୟକ ରୋହିତ ଶର୍ମା ଭାରତର ଜାତୀୟ ପତକାକୁ ମାଟିରେ ପୋତିଥିଲେ`

rohit tweet

ରୋହିତଙ୍କ ଏହି ଫ‌ଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା। ଏହି ଫଟୋକୁ ରୋହିତ ଶର୍ମା ସୋସିଆଲ ମିଡିଆ ଆକାଉଣ୍ଟରେ ନିଜର ପ୍ରୋଫାଇଲ ଫ‌ଟୋ ବି ରଖିଛନ୍ତି। ଏହି ଫଟୋକୁ ନେଇ ବିବାଦ ଦେଖା ଦେଇଛି।

କିଛିଲୋକ ସୋସିଆଲ ମିଡିଆରେ ଏହି ଫଟୋକୁ ଦେଖି ପ୍ରତିକ୍ରିୟା ଦେଇ କହିଛନ୍ତି, ଭାରତର ଜାତୀୟ ପତକାର ଅପମାନ ହୋଇଛି। କାରଣ ଯେତେବେଳେ ରୋହିତ ପତକାରେ ଲାଗିଥିବା ବାଡ଼ିକୁ ମାଟିରେ ପୋତୁଥିଲେ ସେତେବେଳେ ପତକା ତଳେ ଲାଗୁଥିଲା। ପତକାକୁ ତଳେ ପକାଇଲେ କି ତାହା ମାଟିରେ ଲାଗିଲେ ଏହା ଜାତୀୟ ପତକା ପ୍ରତି ଅସମ୍ମାନ ହୋଇଥାଏ।  ଜାତୀୟ ପତକା ସର୍ବଦା ଉପରେ ରହି ଉଡ଼ୁଥିବା ଉଚିତ।