ପୁଣି ବଢିଲା ଦ୍ରାବିଡ଼ଙ୍କ କାର୍ଯ୍ୟକାଳ, ତାଙ୍କ ନେତୃତ୍ୱ ରେ ହିଁ ଖେଳାଯିବ ଟି-20 ବିଶ୍ବକପ୍

  1. Home
  2. Cricket News

ପୁଣି ବଢିଲା ଦ୍ରାବିଡ଼ଙ୍କ କାର୍ଯ୍ୟକାଳ, ତାଙ୍କ ନେତୃତ୍ୱ ରେ ହିଁ ଖେଳାଯିବ ଟି-20 ବିଶ୍ବକପ୍


ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇଛି । ବ୍ୟାଟିଂ କୋଚ୍ ବିକ୍ରମ ରାଠୋର, ବୋଲିଂ କୋଚ୍ ପାରସ ମାହାମ୍ବ୍ରେ କାର୍ଯ୍ୟକାଳ ବି ବୃଦ୍ଧି । ଫିଲଡିଂ କୋଚ୍ ଟି. ଦିଲ୍ଲୀପଙ୍କ ଅବଧି ବି ବୃଦ୍ଧି ପାଇଛି ।

ରାହୁଲ ଦ୍ରାବିଡ଼ଙ୍କ ସହ ଆଲୋଚନା ପରେ ଚୁକ୍ତି କୁ ବୃଦ୍ଧି ନେଇ ବିସିସିଆଇର ନିଷ୍ପତ୍ତି ନିଆ ଯାଇଛି । ଟି-20 ବିଶ୍ବକପ୍ ଦ୍ରାବିଡ଼ଙ୍କ କୋଚ୍ ଅଧୀନରେ ଖେଳାଯିବ ବୋଲି ନଷ୍ପତ୍ତି ନିଆ ଯାଇଛି ।

NCA ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣ ରହିବେ:

ଏଥିସହିତ ଷ୍ଟାଣ୍ଡ ଇନ୍ ହେଡ୍ କୋଚ୍ ରହିବେ ଲକ୍ଷ୍ମଣ । ଆଉ କୋଚ୍ ପଦରେ ରହିବାକୁ ଅନିଚ୍ଛୁକ ଥିଲେ ଦ୍ରାବିଡ଼ ।   ଦ୍ରାବିଡଙ୍କ କୋଚିଂରେ ଭାରତୀୟ ଦଳ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ପହଞ୍ଚିଥିଲା । ଏବେ ବିଶ୍ବକପ ଫାଇନାଲ ବି ଖେଳିଛି । ବର୍ତ୍ତମାନ ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ ଖେଳୁଛି ଟିମ୍ । ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ଲକ୍ଷ୍ମଣ କୋଚ ଭାବରେ ଦଳ ସହିତ ଯୋଗ ଦେଇଛନ୍ତି । ଆସନ୍ତା ମାସରେ ଭାରତ ଦକ୍ଷିଣ ଆଫ୍ରିକା ଗସ୍ତ କରିବ । ଏହି ସିରିଜରେ ୩ଟି ଟି-୨୦, ୩ଟି ଦିନିକିଆ ଏବଂ ୨ଟି ଟେଷ୍ଟ ମ୍ୟାଚ ଖେଳିବ ।

Rahul Dravid

ନୂଆ କୋଚ ଓ ସପୋର୍ଟ ଷ୍ଟାଫଙ୍କୁ ଦଳ ସହିତ କାମ ଆରମ୍ଭ କରିବାକୁ ସମୟ ଲାଗିପାରେ । ତେଣୁ ଦ୍ରାବିଡଙ୍କ ସହିତ ପୁରା ସପୋର୍ଟ ଷ୍ଟାଫଙ୍କୁ ଆଗାମୀ ଟି ୨୦ ବିଶ୍ବକପ ଯାଏ କାର୍ଯ୍ୟକାଳ ବୃଦ୍ଧି କରିଛି ବିସିସିଆଇ । ଦ୍ରାବିଡ ଏବଂ ଏନସିଏ ମୁଖ୍ୟ ଭିଭିଏସ ଲକ୍ଷ୍ମଣଙ୍କ କାର୍ଯ୍ୟକୁ ପ୍ରଶଂସା କରିଛି ବୋର୍ଡ । ଲକ୍ଷ୍ମଣ ମଧ୍ୟ ଆଗାମୀ ଟି ୨୦ ବିଶ୍ବକପ ଯାଏ ଏନସିଏ ମୁଖ୍ୟ ପଦ ବଜାୟ ରଖିଛନ୍ତି । ବୋର୍ଡ ଏବଂ ଅଧିକାରୀଙ୍କ ଏପରି ଭରସାକୁ ନେଇ ଦ୍ରାବିଡ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଶ୍ବକପ ପରେ ଏବେ ନୂଆ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ହେବାକୁ କହିଛନ୍ତି ଦ୍ରାବିଡ ।

2024 ଟି-20 ବିଶ୍ବକପ୍ ଦ୍ରାବିଡ଼ଙ୍କ ଅଧୀନରେ ଖେଳାଯିବ:

ଦ୍ରାବିଡ଼ଙ୍କ କାର୍ଯ୍ୟକାଳକୁ ବିସିସିଆଇ ପ୍ରଶଂସା କରିଛି । 2024 ଟି-20 ବିଶ୍ବକପ୍ ଦ୍ରାବିଡ଼ଙ୍କ ଅଧୀନରେ ଖେଳିବ ଟିମ୍ ଇଣ୍ଡିଆ ବୋଲି ନିଷ୍ପତ୍ତି ନିଆ ଯାଇଛି ବୋଲି ଯାହ ସୂଚନା ମିଳିଛି । ତେବେ ବିଶ୍ବକପ୍‌ ହାରିବା ପରେ ଟିମ୍ ଇଣ୍ତିଆ ହେଡ କୋଚ ବଦଳି ନେଇ ବହୁତ ଚର୍ଚ୍ଚା ହୋଇଥିଲା । ଯାହ ବର୍ତ୍ତମାନ ଶେଷ ହୋଈଛି । ତେବେ ଆଗାମୀ ଦିନରେ ହେବାକୁ ଥିବା ଟି-୨୦ ବିଶ୍ବକପ୍‌ରେ କେମିତି ଭଲ ପଦର୍ଶନ କରିବ ଟିମ୍‌ ଇଣ୍ତିଆ ସେଥି ନେଈ ପସ୍ତୁତି ଆରମ୍ଭ ହୋଇଛି ।

ଆଉ ବଡ଼ କଥା ହେଉଛି ଟିମ୍ ଇଣ୍ତିଆର ଅଧିନାୟକ କିଏ ରହିବ ? ବିଶ୍ବକପ୍‌ ହାରିବ ପରେ ଏ ନେଇ ବେଶ ଚର୍ଚ୍ଚା ମଧ୍ୟ ଲାଗି ରହିଛି । ରୋହିତ ଶର୍ମାଙ୍କ ଭଲ ପଦର୍ଶନ ରହିଥିଲେ ମଧ୍ୟ ବୟସ ପାଇଁ ସେ ଆଗାମୀ ଦିନରେ ଖେଳି ନପାରନ୍ତି । ତେବେ ରୋହତିଙ୍କ ବର୍ତ୍ତମାନ 36 ବର୍ଷ ରହିଛି । ତେବେ ଆଉ 1 ବର୍ଷ ରହିଛି ଟି-20 ବିଶ୍ବକପ୍‌ ମ୍ୟାଚ୍‌ । ଆଗକୁ କଣ ହେଉଛି ଦେଖିବାକୁ ବାକି ରହିଲା ।