ବାଂଲାଦେଶ ବିପକ୍ଷରେ ପରାଜୟ ଭାରତ କୁ ପଡିଲା ମହଙ୍ଗା, ଏମିତି ଭାବରେ ନମ୍ବର 1 ସ୍ଥାନ ହରାଇଲା, ପଢନ୍ତୁ ରିପୋର୍ଟ

  1. Home
  2. Cricket News

ବାଂଲାଦେଶ ବିପକ୍ଷରେ ପରାଜୟ ଭାରତ କୁ ପଡିଲା ମହଙ୍ଗା, ଏମିତି ଭାବରେ ନମ୍ବର 1 ସ୍ଥାନ ହରାଇଲା, ପଢନ୍ତୁ ରିପୋର୍ଟ


ଏସିଆ କପ୍‌ 2023 ର ସୁପର 4 ର ଅନ୍ତିମ ମ୍ୟାଚ କଲମ୍ବୋରେ ଖେଳାଯାଇଥିଲା ଏବଂ ଏହି ମ୍ୟାଚ ରେ ଭାରତ ବାଂଲାଦେଶ ଠାରୁ 6 ରନ୍‌ରେ ପରାସ୍ତ ହୋଇଥିଲା । ଏହି ପରାଜୟ ପରେ ଭାରତ କୁ ଫାଇନାଲ୍‌କୁ ଯିବାରେ କୌଣସି ଅସୁବିଧା ହେଲା ଅହିଁ କିନ୍ତୁ ବାଂଲାଦେଶ ଠାରୁ ହାରିବା ଭାରତକୁ ମହଙ୍ଗା ପଡ଼ିଛି । ଦଳ ଦିନିକିଆ ଆଇସିସି ରାଙ୍କିଙ୍ଗରୁ ଗୋଟିଏ ସ୍ଥାନ ତଳକୁ ଖସି ଆସିଛି ।

ODI ରାଙ୍କିଙ୍ଗରେ ଭାରତ ବାଂଲାଦେଶ ବିପକ୍ଷ ମ୍ୟାଚ ପୂର୍ବରୁ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଏବେ ତୃତୀୟ ସ୍ଥାନକୁ ଖସି ଆସିଛି । ପାକିସ୍ତାନ ଟିମ୍ ଏବେ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି ।

ଯଦି ଭାରତ ବାଂଲାଦେଶ ସହ ମ୍ୟାଚ୍ ଜିତିଥାନ୍ତା ତେବେ ଟିମ୍‌ ଏକ ନମ୍ବରକୁ ଯିବାର ସୁଯୋଗ ରହିଥିଲା । ODI କୁ ଛାଡ଼ି ଦେଲେ ପୂର୍ବରୁ ଟେଷ୍ଟ ଓ ଟି-20 ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନରେ  ରହିଛି ଭାରତୀୟ ଦଳ ।

icc odia ranking

ICC ODI ରାଙ୍କିଙ୍ଗ୍‌କୁ ଟେବୁଲ୍‌ରେ ଭାରତର 4558 ପଏଣ୍ଟ ଓ 114 ରେଟିଂ ରହିଛି । ସେହିପରି ପାକିସ୍ତାନ 3102 ପଏଣ୍ଟ ସହ 115 ରେଟିଂ ରହିଛି। ଏହି ଫର୍ମାଟ୍‌ରେ 3112 ପଏଣ୍ଟ ଓ 115 ରେଟିଂ ସହ ଅଷ୍ଟ୍ରେଲିଆ ଟପ୍‌ରେ ରହିଛି।

ତେବି ଟି-20 କଥା ଦେଖିଲେ ଭାରତ ଟପ୍‌ରେ ରହିଛି। ଇଂଲଣ୍ଡ ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ପାକିସ୍ତାନ ତୃତୀୟ ସ୍ଥାନରେ ରହିଛି ।  ଭାରତୀୟ ଦଳ ଏସିଆ କପ୍ 2023 ର ଫାଇନାଲରେ ପ୍ରବେଶ କରିଛି। ଫାଇନାଲ୍‌ରେ ଦଳ ରବିବାର ଶ୍ରୀଲଙ୍କାକୁ ଭେଟିବ।