ଯଶପ୍ରୀତ ବୁମରା ଚାମ୍ପିଅନ୍ସ ଟ୍ରଫି ଖେଳିବେ କି ନାହିଁ, ଏହାକୁ ନେଇ BCCI ର ବଡ ଫୈସଲା

  1. Home
  2. Cricket News

ଯଶପ୍ରୀତ ବୁମରା ଚାମ୍ପିଅନ୍ସ ଟ୍ରଫି ଖେଳିବେ କି ନାହିଁ, ଏହାକୁ ନେଇ BCCI ର ବଡ ଫୈସଲା


ଚାମ୍ପିଅନ୍ସ ଟ୍ରଫି 2025 : ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଚାମ୍ପିଅନ୍ସ ଟ୍ରଫି ପାଇଁ ଘୋଷିତ ସମ୍ଭାବ୍ୟ ଦଳରେ ବୁମରାଙ୍କୁ ସ୍ଥାନ ମିଳିଛି । ମାତ୍ର ସେ ଖେଳିବା ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ ।

ବିସିସିଆଇ ଚାମ୍ପିଅନ୍ସ ଟ୍ରଫି ପାଇଁ ଚୂଡ଼ାନ୍ତ ଭାରତୀୟ ଦଳ ଘୋଷଣା କରିବ । ବୁମରା ଦଳରେ ସ୍ଥାନ ବଜାୟ ରଖିବେ କି ନାହିଁ, ତାହା ସ୍ପଷ୍ଟ ହୋଇଯିବ । କ୍ରିକେଟ୍‌ ପ୍ରେମୀ ବିସିସିଆଇର ଘୋଷଣାକୁ ଅପେକ୍ଷା କରି ରହିଛନ୍ତି ।

ସେ ସମ୍ପ୍ରତି ଜାତୀୟ କ୍ରିକେଟ୍‌ ଏକାଡେମୀ(ଏନ୍‌ସିଏ)ରେ ଚିକିତ୍ସିତ ହେଉଛନ୍ତି । ଗତ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ଅନ୍ତିମ ଟେଷ୍ଟରେ ସେ ଆହତ ହୋଇଥିଲେ । ବୋଲିଂ ବେଳେ ସେ ପିଠିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଗତ ୭ ତାରିଖରେ ବୁମରାଙ୍କ ଆଘାତ ସ୍ଥାନର ଦ୍ୱିତୀୟ ସ୍କାନ କରାଯାଇଥିଲା । ଏନସିଏ ମେଡିକାଲ୍‌ ଟିମ୍‌ ମଧ୍ୟ ବୁମରାଙ୍କ ଆଘାତ ସ୍ଥାନର ଚିକିତ୍ସା ଚଳାଇଛି । 

କିନ୍ତୁ ପୂର୍ବରୁ ତାଙ୍କ ପିଠିରେ ଅସ୍ତ୍ରୋପଚାର କରିଥିବା ନ୍ୟୁଜିଲାଣ୍ଡର ଡାକ୍ତର ରୋୱାନ ସାଉଟେନ ଉକ୍ତ ସ୍କାନ ରିପୋର୍ଟ ଦେଖିବାପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ଏନ୍‌ସିଏ ପକ୍ଷରୁ ଚୟନ କମିଟି ଓ ଟିମ ମ୍ୟାନେଜମେଣ୍ଟ ସହ ଆଲୋଚନା କରିବା ପରେ ବୁମରାଙ୍କ ଉପରେ ନିଷ୍ପତ୍ତି ନିଆଯିବ ଗତ ମାସରେ ବୁମରାଙ୍କ ଯନ୍ତ୍ରଣା ସ୍ଥାନର ସ୍କାନ କରାଯାଇଥିଲା ଓ ଡଃ ସାଉଟେନ୍‌ ରିପୋର୍ଟ ଦେଖିଥିଲେ । 

୨ ତାରିଖରେ ବୁମରା ଏନ୍‌ସିଏରେ ପହଞ୍ଚିଥିଲେ । ସାଉଟେନଙ୍କ ପରାମର୍ଶ ପରେ ଦ୍ୱିତୀୟ ସ୍କାନ କରାଯାଇଛି । ୧୨ ତାରିଖ ସୁଦ୍ଧା ଚୂଡ଼ାନ୍ତ ଦଳ ତାଲିକା ପ୍ରଦାନ କରିବା ପାଇଁ ସମସ୍ତ ବୋର୍ଡକୁ ଆଇସିସି ନିର୍ଦ୍ଦେଶ ଦେଇଛି । ବିସିସିଆଇ ଚୟନ କମିଟି ଓ ଟିମ୍‌ ଇଣ୍ଡିଆ ମଧ୍ୟ ବୁମରାଙ୍କ ରିପୋର୍ଟକୁ ଅପେକ୍ଷା କରିଛନ୍ତି ।