ବଡ଼ ଖବର: 2023 ବିଶ୍ୱକପରେ ପୁଣି ଫେରିବେ ଧୋନି ! ଭାରତୀୟ ଦଳରେ ମହିଙ୍କ ସାମିଲ ହେବାକୁ ନେଇ BCCI କଣ କହିଲା?

  1. Home
  2. Cricket News

ବଡ଼ ଖବର: 2023 ବିଶ୍ୱକପରେ ପୁଣି ଫେରିବେ ଧୋନି ! ଭାରତୀୟ ଦଳରେ ମହିଙ୍କ ସାମିଲ ହେବାକୁ ନେଇ BCCI କଣ କହିଲା?


ସାରା ବିଶ୍ୱ ର କ୍ରିକେଟ ପ୍ରେମୀ କ୍ୟାପଟେନ କୁଲ ଧୋନିଙ୍କ ଅଧିନାୟକତ୍ୱ କୁ ଦେଖିଛନ୍ତି । ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱରେ ଭାରତୀୟ ଦଳ WTC ଛାଡିଲେ ଅନ୍ୟ ସମସ୍ତ ICC ର ଟ୍ରଫି ନିଜ ନାମରେ କରିଛି । ତେବେ WTC ଧୋନି ଙ୍କ ସମୟରେ ନଥିବାରୁ ଏହା ଭାରତୀୟ ଦଳରେ ନାହିଁ, ନଚେତ WTC କୁ ମଧ୍ୟ ସହଜରେ ଜିତି ଯାଇଥାନ୍ତା ଭାରତ ।

ଧୋନି ଅଧିନାୟକ ପଦ ଛାଡିବା ପରଠାରୁ ଭାରତ ଟ୍ରଫି ଜିତିବାରେ ବାରମ୍ବାର ବିଫଳ ହୋଇଛି । ତେଣୁ ଆସନ୍ତା ODI ବିଶ୍ୱକପ 2023 ପାଇଁ BCCI ଭାରତୀୟ ଦଳରେ ତାଙ୍କୁ ସ୍ଥାନ ଦେବା ବିଷୟରେ ଚିନ୍ତା କରୁଛି ।

ଆଗାମୀ ଅକ୍ଟୋବର-ନଭେମ୍ବରରେ ODI ବିଶ୍ୱକପ 2023 ଭାରତରେ ହେବ । ତେଣୁ ଏଥିପାଇଁ ସମସ୍ତ ଦଳ ନିଜ ନିଜ ପ୍ରସ୍ତୁତି ଆରମ୍ଭ କରି ସାରିଛନ୍ତି । ତେବେ ଭାରତରେ ଏହା ଆୟୋଜନ ହେଉଥିବାରୁ ଟିମ ଇଣ୍ଡିଆ ଏଥର ଚମ୍ପିଆନ ହୋଇପାରେ ବୋଲି ଦଳକୁ ସବୁଠୁ ବଡ ଦାବିଦାର ବୋଲି କୁହାଯାଉଛି । ତେବେ ନିକଟ ଅତୀତରେ ଭାରତର ପ୍ରଦର୍ଶନ ବିଭିନ୍ନ ଆଇସିସି ନକ୍ ଆଉଟ୍ ମ୍ୟାଚରେ ଖୁବ ଖରାପ ରହିଛି ।

kohli on ms dhoni

ତେବେ ବିଶ୍ୱକପ ପାଇଁ BCCI ଧୋନୀଙ୍କୁ ଦଳରେ ସାମିଲ କରିବା ସହ ଗୁରୁଦାୟତ୍ୱ ଦେବା ନେଇ ଯୋଜନା କରୁଛି । ଦିନିକିଆ ବିଶ୍ୱକପ 2023 ରେ ଭାରତୀୟ ଦଳର ମେଣ୍ଟର ଭାବରେ ମାହିଙ୍କୁ ନିୟୋଜିତ କରାଯାଇପାରେ ବୋଲି BCCI ର ଆଭ୍ୟନ୍ତରୀଣ ସୂତ୍ର ରୁ ଜଣା ପଡିଛି ।