Asia Cup 2023: ଏସିଆ କପ ପାଇଁ BCCI ଘୋଷଣା କଲା ଭାରତୀୟ ଟିମ, 17 ତାରିଖରେ ଭାରତ-ପାକିସ୍ତାନ ହେବେ ମୁହାଁମୁହିଁ

  1. Home
  2. Cricket News

Asia Cup 2023: ଏସିଆ କପ ପାଇଁ BCCI ଘୋଷଣା କଲା ଭାରତୀୟ ଟିମ, 17 ତାରିଖରେ ଭାରତ-ପାକିସ୍ତାନ ହେବେ ମୁହାଁମୁହିଁ

Cricket-Asia-cup


ଏସିଆ କପ କୁ ନେଇ ବାଦ ବିବାଦ ମଧ୍ୟରେ ଆସିଲା ବଡ଼ ଅପଡେଟ । ଭାରତ ଖେଳିବା ପାଇଁ ପାକିସ୍ତାନ କୁ ଯିବା ନାହିଁ କିନ୍ତୁ ପାକିସ୍ତାନ ଓ ଭାରତ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚର ତାରିଖ ସାମ୍ନାକୁ ଆସିଛି । BCCI ସଚିବ ଜୟ ଶାହା ଆଗରୁ ଭାରତ ପାକିସ୍ତାନ କୁ ଯିବ ଅନାହିଁ ବୋଲି ସିଧାସଳଖ ମନା କରିଦେଇଛନ୍ତି ।

BCCI ଶୁକ୍ରବାର ଭାରତୀୟ ମହିଳା କ୍ରିକେଟ ଦଳ ଘୋଷଣା କରିଛି। ବିସିସିଆଇ 14 ଜଣିଆ ମହିଳା ଦଳ ଘୋଷଣା କରିଛି। ଏହି ଦଳର ସୂଚୀ ମଧ୍ୟ ଜାରି କରିଦେଇଛି। ଟ୍ୱିଟ ଜରିଆରେ ବିସିସିଆଇ ଏହି ସୂଚନା ଦେଇଛି।

woman asia cup

ଘୋଷଣା ହୋଇଥିବା ମହିଳା ଦଳର ଅଧିନାୟକ ଭାବେ ଶ୍ୱେତା ସେରାଓ୍ୱତଙ୍କୁ ନିଯୁକ୍ତି ପ୍ରଦାନ ଦିଆଯାଇଛି। ହଂକଂର ଟିନ୍ କ୍ୱାଙ୍ଗ୍ ରୋଡ୍ ମନୋରଞ୍ଜନ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ଟୁର୍ନାମେଣ୍ଟ ଜୁନ୍ 12 ରୁ ଆରମ୍ଭ ହୋଇଥିବାବେଳେ ଭାରତୀୟ ମହିଳା ଏ ଦଳ ଜୁନ୍ 13 ରେ ପ୍ରଥମ ମ୍ୟାଚ୍ ଖେଳିବ। ଭାରତର ପ୍ରଥମ ମ୍ୟାଚ୍ ହଂକଂ ଏ ବିପକ୍ଷରେ ହେବ। ପରବର୍ତ୍ତୀ ମ୍ୟାଚ୍ ଦଳ ଥାଇଲ୍ୟାଣ୍ଡ ଏ ବିପକ୍ଷରେ ଖେଳିବ। ସେହିପରି ପାକିସ୍ତାନ ଏ ବିପକ୍ଷରେ ଭାରତ ଜୁନ 17 ତାରିଖରେ ଖେଳାଯିବ।

ଇଣ୍ଡିଆ ଏ ଟିମର ସ୍କ୍ୱାର୍ଡ:

ଶ୍ୱେତା ସେହରାୱତ (C), ସୌମ୍ୟା ତିୱାରୀ, ତ୍ରିଶା ଗୋଙ୍ଗଡି, ମୁସ୍କାନ ମଲିକ, ଶ୍ରେୟଙ୍କା ପାଟିଲ, କାନିକା ଅହୁଜା, ଉମା କ୍ଷେତ୍ରି (WK), ମମତା ମାଡିୱାଲା (WK), ତିତାସ ସାନ୍ଧୁ, ୟଶଶ୍ରୀ ଏସ, କଶଓ୍ୱି ଗୌତମ, ପାର୍ଶଓ୍ୱୀ ଚୋପଡ଼ା, ମନ୍ନତ କଶ୍ୟପ, ବି ଅନୁଷା

ଏହି ଦିନ ଖେଳାଯିବ ଫାଇନାଲ ମ୍ୟାଚ:

ଏହି ଟୁର୍ଣ୍ଣାମେଣ୍ଟରେ 8ଟି ଦଳ ଅଂଶ ଗ୍ରହଣ। ଦୁଇଟି ଗ୍ରୁପରେ 4ଟି ଲେଖାଏଁ ଦଳ ରହିଛନ୍ତି। ଗ୍ରୁପ ଏରେ ଭାରତ, ପାକିସ୍ତାନ, ହଂକଂ ଓ ଥାଇଲାଣ୍ଡ ରହିଛନ୍ତି। ସେହିପରି ଗ୍ରୁପ ବିରେ ବାଂଲାଦେଶ, ଶ୍ରୀଲଙ୍କା, ମାଲେସିଆ ଓ ୟୁଏଇରେ ରହିଛନ୍ତି। ଟୁର୍ଣ୍ଣାମେଣ୍ଟ ଆସନ୍ତା 12 ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଫାଇନାଲ ମ୍ୟାଚ 21 ତାରିଖରେ ଖେଳାଯିବ।

ଏବେ ପାକିସ୍ତାନରୁ ଲଗାତାର ଧମକ ଆସୁଛି ଯେ ଯଦି ଭାରତ ତା' ମାଟିରେ ଏସିଆ କପ୍ ଖେଳିବ ନାହିଁ, ତେବେ ସେ ବିଶ୍ୱକପକୁ ବୟକଟ କରିପାରେ । ତେବେ ଆଇସିସି ଅଧ୍ୟକ୍ଷଙ୍କ ତରଫରୁ ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ଏଭଳି ପଦକ୍ଷେପ ନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି PCB ଏହି ବିକଳ୍ପ ବାଛିବ, ତେବେ ICC ତରଫରୁ ପାକିସ୍ତାନକୁ କଡା କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡିପାରେ ।