ଏସିଆ କପରେ ଭାରତକୁ ହରାଇଲା ପରେ ପାକିସ୍ତାନ ଅଧିନାୟକ ବାବର କଲେ ଭାରତର ଅପମାନ, କହିଲେ "ପିଲା ମାନଙ୍କୁ ଖେଳାଇଲେ ଏମିତି...."

  1. Home
  2. Cricket News

ଏସିଆ କପରେ ଭାରତକୁ ହରାଇଲା ପରେ ପାକିସ୍ତାନ ଅଧିନାୟକ ବାବର କଲେ ଭାରତର ଅପମାନ, କହିଲେ "ପିଲା ମାନଙ୍କୁ ଖେଳାଇଲେ ଏମିତି...."


ନିକଟରେ ଶ୍ରୀଲଙ୍କାରେ ଏସିଆ କପ୍  ଟୁର୍ନାମେଣ୍ଟ ଖେଳାଯାଇଥିଲା | ଭାରତ ଏବଂ ପାକିସ୍ତାନର ଦଳ ଭଲ ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଥିଲେ। ଭାରତ ବିରୁଦ୍ଧରେ ଭଲ ପ୍ରଦର୍ଶନ କରି ପାକିସ୍ତାନ ଏହି ମ୍ୟାଚରେ ବିଜୟ ହାସଲ କରିଥିଲା। ଫାଇନାଲ ପାକିସ୍ତାନ ସମର୍ଥକ ମାନେ ପାକିସ୍ତାନ ଦଳକୁ ବହୁତ ପ୍ରଶଂସା କରିଥଲେ। 

ସୋସିଆଲ ମିଡିଆରେ ପାକିସ୍ତାନ ଦଳର ଖେଳାଳିଙ୍କ ବୟସ ସୀମା ଉପରେ ପ୍ରଶ୍ନ ପଚରାଯାଇଥିଲା ଏବଂ ପାକିସ୍ତାନ ଅଧିନାୟକ ମହମ୍ମଦ ହରିସ୍ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି। 

ଭାରତୟ ଦଳକୁ ହରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଟାଇବ ତାହିର:

ଏସିଆ କପ୍ ପାଇଁ ମନୋନୀତ ହେଇଥିବା ପାକିସ୍ତାନ ଦଳରେ ଶାହନାୱାଜ ଡାହାନି, ୱାସିମ ଜୁନିଅର, ସାଇମ ଆୟୁବ ଇତ୍ୟାଦି ଖେଳାଳି ଥିଲେ ଯେଉଁମାନେ ଜୁନିଅର ଦଳର ଖେଳାଳି ହୋଇଥିଲେ ବି ତାଙ୍କୁ ସିନିଅର ଦଳ ପାଇଁ ଖେଳିବା ସୁଯୋଗ ମିଳିଥିଲା। 

ଏହି ଫାଇନାଲ ମ୍ୟାଚରେ ଶତକ ହାସଲ କରିଥିବା ଟାଇବ ତାହିର ଭାରତର ପରାଜୟରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଯାହାଙ୍କୁ 30 ବର୍ଷରୁ ଅଧିକ ବୟସ ହୋଇଥିବା ଜଣାପଡିଛି। ପାକିସ୍ତାନର ବିଜୟ ପରେ ଏହି ଖେଳାଳିଙ୍କୁ ବହୁତ ପ୍ରଶଂସା କରାଯାଇଥିଲା।

ind vs pak

ଫାଇନାଲ ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା, ଯାହା ଦଳ ପାଇଁ ଭୁଲ ପ୍ରମାଣିତ ହୋଇଥିଲା। ଟାଇବ ତାହିର 108, ସାହିବଜଡା ଫରହାନ 65 ଏବଂ ସାଇମ ଆୟୁବ 59 ରନ୍ କରିଥିଲେ ନିର୍ଦ୍ଧାରିତ 50 ଓଭରରେ ପାକିସ୍ତାନ ଦଳ 8 ୱିକେଟ ହରାଇ 352 ରନ୍ ସଂଗ୍ରହ କରିଥିଲେ। ଏହାର ଜବାବରେ ଭାରତୀୟ ଦଳ ସର୍ବମୋଟ 128 ରନ୍ କରିବାରେ ସକ୍ଷମ ହୋଇଥିଲା। ଭାରତୀୟ ଦଳ ପକ୍ଷରୁ ଅଭିଷେକ ଶର୍ମା ସର୍ବାଧିକ 61 ରନ୍ ସଂଗ୍ରହ କରିଥିଲେ।

ବାବର ଅଜମ କଲେ ଭାରତର ଅପମାନ:

ଫାଇନାଲ ମ୍ୟାଚରେ ଭାରତ ର ପରାଜୟ ପରେ ବାବର ଆଜମ ଗୋଟେ ଇଣ୍ଟରଭିଉ ରେ ଭାରତର ଅପମାନ କରୁଥିବାର ନଜରକୁ ଆସିଥିଲେ, ସେ କହିଥିଲେ ଯେ ଭାରତର ଖେଳାଳିମାନେ ପିଲା ଙ୍କ ଭଳି ଖେଳିଲେ ।