ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଅଡୁଆରେ BCCI, ରୋହିତ ଶର୍ମାଙ୍କୁ ବାଧ୍ୟ ହୋଇ ଯିବାକୁ ପଡିବ ପାକିସ୍ତାନ

  1. Home
  2. Cricket News

ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଅଡୁଆରେ BCCI, ରୋହିତ ଶର୍ମାଙ୍କୁ ବାଧ୍ୟ ହୋଇ ଯିବାକୁ ପଡିବ ପାକିସ୍ତାନ


ଚାମ୍ପିୟନ୍ସ ଟ୍ରଫି ୨୦୨୫ : ଆସନ୍ତା ମାସରୁ ଆରମ୍ଭ ହେବାକୁ ଯାଉଛି ଚାମ୍ପିୟନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟ । ଏହା ପୂର୍ବରୁ ଏକ ବଡ ଖବର ସାମ୍ନାକୁ ଆସିଛି ।

ଏଥର ଚାମ୍ପିୟନ୍ସ ଟ୍ରଫି ପାକିସ୍ତାନରେ ଆୟୋଜିତ ହୋଇଛି । କିନ୍ତୁ ଟିମ୍ ଇଣ୍ଡିଆ ପାକିସ୍ତାନ ଯିବାକୁ ମନା କରିଦେଇଥିଲା । ଯାହା ଫଳରେ ନ୍ୟୁଟ୍ରାଲ ଭେନ୍ୟୁ ଦୁବାଇରେ ଭାରତୀୟ ଦଳ ତାର ସମସ୍ତ ମ୍ୟାଚ୍‌ ଖେଳିବାକୁ ନେଇ ICC ଘୋଷଣା କରିଥିଲା ।

ତେବେ ଟିମ୍ ଇଣ୍ଡିଆ ତ ପାକିସ୍ତାନ ଯିବନାହିଁ କିନ୍ତୁ ଅଧିନାୟକ ରୋହିତ ଶର୍ମାଙ୍କୁ ପାକିସ୍ତାନ ଯିବାକୁ ପଡିପାରେ । ଚାମ୍ପିୟନ୍ସ ଟ୍ରଫି ୨୦୨୫ ଆରମ୍ଭ ହେବା ପୂର୍ବରୁ ଟିମ୍ ଇଣ୍ଡିଆ କ୍ୟାପଟେନ୍ ରୋହିତ ଶର୍ମାଙ୍କୁ ଥରେ ପାକିସ୍ତାନ ଗସ୍ତ କରିବାକୁ ପଡିପାରେ । କିନ୍ତୁ ଏ ନେଇ ଅଧିକାରିକ ଭାବେ କୌଣସି ସୂଚନା ମିଳିନାହିଁ ।

ତେବେ କାହିଁକି ପାକିସ୍ତାନ ଯାଇପାରନ୍ତି ରୋହିତ ଶର୍ମା? ଆସନ୍ତୁ ଜାଣିବା...

ICCର କୌଣସି ବଡ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ସମସ୍ତ ଦଳର ଅଧିନାୟକଙ୍କୁ ନେଇ ଫଟୋ ସୁଟ୍‌ କରାଯାଏ । ଆଉ ଏହି ଫଟୋ ସୁଟ୍ ସାଧାରଣତଃ ଆୟୋଜନ କରୁଥିବା ଦେଶରେ ହିଁ ହୋଇଥାଏ । ତେଣୁ ଏଥର ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି ହୋଷ୍ଟ କରୁଥିବାରୁ ଫଟୋ ସୁଟ୍‌ ପାକିସ୍ତାନରେ ହେବ । ଆଉ ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମାଙ୍କୁ ସେଠାକୁ ଯିବାକୁ ପଡିବ । କିନ୍ତୁ ବିସିସିଆଇ ପକ୍ଷରୁ ଏ ନେଇ କୌଣସି ସୂଚନା ଦିଆଯାଇ ନାହିଁ ।

କେବଳ ଫଟୋ ସୁଟ୍‌ ନୁହେଁ ସମସ୍ତ ଦଳର ଅଧିନାୟକମାନେ ପ୍ରେସ୍ କନଫରେନ୍ସ ମଧ୍ୟ କରିଥାନ୍ତି । କିନ୍ତୁ ICC ପକ୍ଷରୁ ଏଯାଏ ଫଟୋ ସୁଟ୍‌ ତାରିଖ ବି ଘୋଷଣା କରାଯାଇ ନାହିଁ । ତେବେ ଫଟୋ ସେସନ୍‌ ପାକିସ୍ତାନରେ ହେବ କିମ୍ବା ପାକିସ୍ତାନ ବଦଳରେ ଦୁବାଇରେ ଫଟୋ ସେସନ ହେବ ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

ପାକିସ୍ତାନ କ୍ରିକେଟ ବୋର୍ଡ (PCB) ପକ୍ଷରୁ ଚାମ୍ପିୟନ୍ସ ଟ୍ରଫି ପ୍ରସ୍ତୁତି ଏ ଯାଏ ଶେଷ ହୋଇନି । ଷ୍ଟାଡିୟମ କାମ ଏବେ ବି ଚାଲିଛି । କିନ୍ତୁ ICC ପକ୍ଷରୁ ଚାମ୍ପିୟନ୍ସ ଟ୍ରଫି ପାଇଁ ପୂରାପୂରି ପ୍ରସ୍ତୁତି ଶେଷ ହୋଇସାରିଲାଣି ।