ବିଶ୍ୱକପ ରେ ପରାଜୟ ପରେ ରୋହିତଙ୍କ ଉପରେ ହଟିଲା ମୁମ୍ବାଇର ଭରସା, ପୁଣି ପାଣ୍ଡ୍ୟା ହେବେ ଅଧିନାୟକ

  1. Home
  2. Cricket News

ବିଶ୍ୱକପ ରେ ପରାଜୟ ପରେ ରୋହିତଙ୍କ ଉପରେ ହଟିଲା ମୁମ୍ବାଇର ଭରସା, ପୁଣି ପାଣ୍ଡ୍ୟା ହେବେ ଅଧିନାୟକ


ବିଶ୍ଵ କପ୍ ୨୦୨୩ ଫାଇନାଲ ମ୍ୟାଚ ଭାରତ ହାରିବା ସହଜରେ ଗ୍ରହଣ ଯୋଗ୍ୟ ନ ଥିଲା ଭାରତୀୟ କ୍ରିକେଟ୍ ଟିମ୍ ଭାରତୀୟ ମାନଙ୍କ ପାଇଁ । ଯଦି କୁହାଯାଏ ତେବେ ଭାରତକୁ ଏହି ହାରିବାର ବୋଝକୁ ଆଉ ୪ବର୍ଷ ବୋହିବାକୁ ପଡ଼ିବ । ହେଲେ ଖେଳାଳି ଓ ଦର୍ଶକ ମଧ୍ୟ ପରିସ୍ଥିତିକୁ ଆପଣେଇ ନେଇଛନ୍ତି ।

ବିଶ୍ଵ କପ୍ ହାରିବା ପରେ ଏବେ ସମସ୍ତେ ଆଇପିଏଲ ମୁହାଁ । ଖେଳାଳି ଓ ଦର୍ଶକ ମାନଙ୍କର ଆଗ୍ରହ ମଧ୍ୟ ରହିଛି ଆଗକୁ ଆସୁଥିବ ଆଇପିଏଲକୁ ନେଇ । ଏହି ମଧ୍ୟରେ ଖୋଲା ସରିଲାଣି ଟ୍ରାନ୍ସଫର୍ ଉଇଣ୍ଡୋ । ଯାହାର ଶେଷ ତାରିଖ ନଭେମ୍ବର ୨୬ ରହିଛି ।

ରୋହିତ ଶର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ପରସ୍ପର ମଧ୍ୟରେ ସ୍ଥାନ ପରିବର୍ତ୍ତନ କରିବେ:

ମୁମ୍ବାଇ ଇଣ୍ଡିଆନ୍ସ(MI) ଏବଂ ଗୁଜୁରାଟ ଟାଇଟନ୍ସ(GT) ମଧ୍ୟରେ ଏକ ବିରାଟ ପରିବର୍ତ୍ତନ ହେବ। ରୋହିତ ଶର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ପରସ୍ପର ମଧ୍ୟରେ ସ୍ଥାନ ପରିବର୍ତ୍ତନ କରିପାରନ୍ତି। ଆଇପିଏଲ-୨୦୨୩ରେ ଲାଗୁ ହୋଇଥିବା ଟ୍ରାନ୍ସଫର୍ ୱିଣ୍ଡୋ ନିୟମ ଅନୁସାରେ, ମୁମ୍ବାଇ-ଗୁଜୁରାଟ ମଧ୍ୟରେ ଏହି ପରିବର୍ତ୍ତନ ହୋଇପାରେ। ଏହି ନିୟମରେ, ଦୁଇ ଦଳ ସହମତି କ୍ରମେ ନିଜର ମନ ପସନ୍ଦର ଖେଳାଳିମାନଙ୍କୁ ଟ୍ରେଡ୍ କରିପାରିବେ।

rohit pandya

ତେବେ ମୁମ୍ବାଇ ଏବଂ ଗୁଜୁରାଟ ମଧ୍ୟରେ IPL-2024 ପାଇଁ ସବୁଠୁ ବଡ଼ ଟ୍ରେଡ ହେବାର ସମ୍ଭାବନା ମଧ୍ୟ ଦେଖା ଦେଇଛି। ତେବେ ଟ୍ରେଡ ହେବାକୁ ଥିବା ଖେଳାଳି ହେଉଛନ୍ତି ଉଭୟ ଦଳର ଅଧିନାୟକ ରୋହିତ ଶର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା। ହାର୍ଦ୍ଦିକ ନିଜ ପୁରୁଣା ଦଳକୁ ଫେରିବାର ସମ୍ଭାବନା ଦେଖା ଦେଉଥିବା ବେଳେ ରୋହିତଙ୍କ ଗୁଜୁରାଟର ନେତୃତ୍ୱ ମିଳିପାରେ। ତେବେ ଏ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ଏଥି ମଧ୍ୟରେ ଆରମ୍ଭ ହୋଇ ଯାଇଛି ଖେଳାଳି ମାନଙ୍କ ନିଲାମି । ଯାହାର ଶେଷ ତାରିଖ ରହିଛି ଡିସେମ୍ବର ୧୯ । ଏହା ପରେ ଆଇପିଏଲ ଟିମ୍ ର ବିଭିନ୍ନ ଖେଳାଳି ଓ କ୍ୟାପଟେନ ମାନଙ୍କ ଚେହେରା ଜଣା ପଡ଼ିବ ।