T20 ବିଶ୍ୱକପ ଜିତିବା ପରେ ଜଣା ପଡିଲା କାହିଁକି ରୋହିତ ପିଚ୍‌ର ମାଟି ଚାଟିଥିଲେ, ସାମ୍ନା କୁ ଆସିଲା କାରଣ

  1. Home
  2. Cricket News

T20 ବିଶ୍ୱକପ ଜିତିବା ପରେ ଜଣା ପଡିଲା କାହିଁକି ରୋହିତ ପିଚ୍‌ର ମାଟି ଚାଟିଥିଲେ, ସାମ୍ନା କୁ ଆସିଲା କାରଣ

rohit-mati


ଦୀର୍ଘ 17 ବର୍ଷ ପରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ T20 ବିଶ୍ୱକପ ଟ୍ରଫି ଜିତିଛନ୍ତି । ବାରବାଡୋସରେ ଦକ୍ଷିଣ ଆଫ୍ରିକା ସହିତ ଫାଇନାଲ ମ୍ୟାଚ୍ ଖେଳାଯାଇଥିଲା, ଯାହା ଟିମ୍ ଇଣ୍ଡିଆ 7 ରନରେ ଜିତିଥିଲା ​।

ଭାରତକୁ ଚାମ୍ପିୟନ କରିବା ପରେ ଅଧିନାୟକ ରୋହିତ ଶର୍ମା ବାରବାଡୋସ ପିଚ୍‌ର ମାଟି ଚାଟି ଥିବାର ନଜର ଆସିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା। ଏବେ ରୋହିତ ନିଜେ ଏ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି।

ବିସିସିଆଇ ଏକ ଭିଡିଓ ସେୟାର କରିଛି ଯେଉଁଥିରେ ରୋହିତ ଶର୍ମା କାହିଁକି ପିଚ୍‌ର ମାଟି ଚାଟିଥିଲେ ତାହା ବ୍ୟାଖ୍ୟା କରିଛନ୍ତି। ରୋହିତ କହିଛନ୍ତି ଯେ ଏଥିରେ ଲୁଚାଇବାକୁ କିଛି ନାହିଁ, ସବୁକିଛି ସମସ୍ତଙ୍କ ଆଗରେ ଅଛି। ମୁଁ କେବଳ ମୁହୂର୍ତ୍ତକୁ ଅନୁଭବ କରୁଥିଲି।

ମୁଁ ଯେତେବେଳେ ପିଚ୍‌କୁ ଗଲି, ଦେଖିଲି ଏହି ପିଚ୍ ଆମକୁ ଟ୍ରଫି ଜିତାଇଛି ୟ। ମୁଁ ମୋ ଜୀବନରେ ଏହି ଭୂମି ଏବଂ ପିଚ୍ କେବେ ବି ଭୁଲି ପାରିବି ନାହିଁ। ତେଣୁ ମୁଁ ପିଚ୍‌ର କିଛି ଅଂଶ ମୋ ସହିତ ରଖିବାକୁ ଚାହୁଁଥିଲି ।

ଆଇସିସି ଟ୍ରଫି ପାଇଁ ଟିମ୍ ଇଣ୍ଡିଆକୁ ୧୭ ବର୍ଷ ଅପେକ୍ଷା କରିବାକୁ ପଡିଥିଲା। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ତିନିଟି ଆଇସିସି ଫାଇନାଲରେ ହାରି ଯାଇଥିଲା। ଏହା ପରେ ଟିମ୍ ଇଣ୍ଡିଆ କୋଟି କୋଟି ପ୍ରଶଂସକଙ୍କ ସ୍ୱପ୍ନକୁ ପୂରଣ କରିଛି।