ଏସିଆ କପ୍ ରୁ ବାହାର ହେଲା ପରେ ବାବର ଦେଲେ ବେକାର ବୟାନ, କହିଲେ “ଆମେ ଫାଇନାଲ ରେ ବି ଭାରତ ଠାରୁ ଜିତିଥାନ୍ତେ କିନ୍ତୁ…”

  1. Home
  2. Cricket News

ଏସିଆ କପ୍ ରୁ ବାହାର ହେଲା ପରେ ବାବର ଦେଲେ ବେକାର ବୟାନ, କହିଲେ “ଆମେ ଫାଇନାଲ ରେ ବି ଭାରତ ଠାରୁ ଜିତିଥାନ୍ତେ କିନ୍ତୁ…”


ବାବର ଆଜାମଙ୍କ ନେତୃତ୍ୱାଧୀନ ପାକିସ୍ତାନ କ୍ରିକେଟ୍ ଦଳ ଏସିଆ କପ୍ 2023 ର ସୁପର -4 ପର୍ଯ୍ୟାୟରେ ଶ୍ରୀଲଙ୍କା ହାତରେ ପରାଜୟର ସମ୍ମୁଖୀନ ହେବାକୁ ପଡିଲା | ସେପ୍ଟେମ୍ବର 17 ରେ ହେବାକୁ ଥିବା ଫାଇନାଲ ପାଇଁ ଟିକେଟ୍ ପାଇବା ଉଦ୍ଦେଶ୍ୟରେ ଉଭୟ ଦଳ ପଡ଼ିଆରେ ପ୍ରବେଶ କରିଥିଲେ।

pak vs sl

ଶେଷ ବଲ ପର୍ଯ୍ୟନ୍ତ ଏହି ମ୍ୟାଚ ହୋଇଥିଲା, ଯେଉଁଠାରେ ଚାରିଥ ଆସାଲଙ୍କା ଶ୍ରୀଲଙ୍କାକୁ 1 ବଲରେ 2 ରନ୍ ଆବଶ୍ୟକତା ପୂରଣ କରି ଫାଇନାଲରେ ପ୍ରବେଶ କରିଥିଲେ । ଏହି ପରାଜୟ ପରେ ବାବର ଆଜାମ ପରାଜୟର ମୁଖ୍ୟ କାରଣ କହିଥିଲେ।

ବାବର ଆଜାମ ଦେଲେ ଏମିତିକା ବୟାନ:

ଏସିଆ କପ୍ 2023 ର ଯାତ୍ରା ପାକିସ୍ତାନ ଦଳ ପାଇଁ ଶେଷ ହୋଇଛି । ନେପାଳକୁ ପରାସ୍ତ କରିବା ପରେ ଏହି ଦଳ ଭାରତ ଠାରୁ 228 ରନ୍ ରେ ପରାଜୟର ସାମ୍ନା କରିଲା ।

ବାବର କହିଲେ "ଡୁ କିମ୍ବା ଡାଏ ମ୍ୟାଚ୍ ରେ, ଖେଳାଳିଙ୍କ ଆଘାତ ହେତୁ ଆମକୁ 5 ଟି ପରିବର୍ତ୍ତନ କରିବାକୁ ପଡିଲା । ଏହି ମ୍ୟାଚରେ ଆମ ଫିଲ୍ଡିଂ ଏବଂ ବୋଲିଂରେ କିଛି ତ୍ରୁଟି ରହିଛି ଯେଉଁଥିପାଇଁ ଆମେ ମ୍ୟାଚ ହାରିଗଲୁ ।

babar azam statement

“ଆମେ ଶାହିନ୍ ଙ୍କୁ 41 ତମ ଓଭର ବୋଲିଂ କରିବାକୁ କହିଥିଲୁ ଏବଂ ଶେଷ ଓଭର ପାଇଁ ଜମାନଙ୍କ ଉପରେ ବିଶ୍ୱାସ କରିଥିଲୁ । ଆମ ଅପେକ୍ଷା ଶ୍ରୀଲଙ୍କା ବହୁତ ଭଲ କ୍ରିକେଟ୍ ଖେଳିଥିଲା । ବୋଲିଂ ଏବଂ ଫିଲ୍ଡିଂରେ ଆମେ ଭଲ ପ୍ରଦର୍ଶନ କରିବାକୁ ସକ୍ଷମ ହୋଇ ନାହୁଁ। ସେଥିପାଇଁ ଆମେ ମ୍ୟାଚ୍ ହାରିଗଲୁ ।

ଏସିଆ କପ୍ 2023 ର ଫିଅନଲ ରେ ଆମେ ଭାରତକୁ ବି ହରେଇବାର କ୍ଷମତା ରଖିଥିଲୁ କିନ୍ତୁ ଆମର ପ୍ଲାନ ଠିକ ସେ କାମ କଲା ନାହିଁ । ଆମେ ଆମର ଦୁର୍ବଳ କୁ ଠିକ ଭାବରେ ଗଣନା କରି ବିଶ୍ୱକପ ପାଇଁ ଅଭ୍ୟାସ ଆରମ୍ଭ କରିବୁ ।