17 ବର୍ଷ ପରେ CSK କୁ ହରାଇ ଇତିହାସ ରଚିଲା ବେଙ୍ଗାଲୁରୁ: କୋହଲି ସର୍ବାଧିକ ସ୍କୋର କରିଥିବା ବ୍ୟାଟର ହେଲେ...

  1. Home
  2. Cricket News

17 ବର୍ଷ ପରେ CSK କୁ ହରାଇ ଇତିହାସ ରଚିଲା ବେଙ୍ଗାଲୁରୁ: କୋହଲି ସର୍ବାଧିକ ସ୍କୋର କରିଥିବା ବ୍ୟାଟର ହେଲେ...


IPL 2025 : ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଭିଜ୍ଞ ବ୍ୟାଟସମ୍ୟାନ ବିରାଟ କୋହଲି ଏକ ବଡ଼ ସଫଳତା ହାସଲ କରିଛନ୍ତି। ସେ ଚେନ୍ନାଇ ସୁପର କିଙ୍ଗସ୍ ବିପକ୍ଷରେ ସର୍ବାଧିକ ରନ୍ ସ୍କୋରର୍ ହୋଇଯାଇଛନ୍ତି। 

ଏହା ସହିତ ବିରାଟ କୋହଲି ଶିଖର ଧାୱନଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି। ଚେପକରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଖେଳାଯାଉଥିବା ମ୍ୟାଚ୍‌ରେ ବିରାଟ କୋହଲି 30 ବଲ୍‌ରେ 31 ରନ୍ କରିଥିଲେ। କୋହଲି ଏବେ 33 ମ୍ୟାଚ୍‌ରେ 1084 ରନ୍ କରିଛନ୍ତି।

ଦୀର୍ଘ 17 ବର୍ଷ ପରେ ଆରସିବି ଠାରୁ ହାରିଲା ସିଏସକେ । ଚେନ୍ନାଇ ସୁପର କିଙ୍ଗ୍ସକୁ 50 ରନରେ ପରାସ୍ତ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଏହି ମ୍ୟାଚ୍‌ରେ ଆରସିବି ପ୍ରଥମେ ବ୍ୟାଟିଂ କରି 196 ରନ୍ ସ୍କୋର କରିଥିଲା। 

ଜବାବରେ ଚେନ୍ନାଇ ଦଳ ମାତ୍ର 146 ରନ୍ ସ୍କୋର କରିପାରିଥିଲା। ଆଇପିଏଲ୍ 2025 ରେ ଏପର୍ଯ୍ୟନ୍ତ ଚେନ୍ନାଇର ଏହା ହେଉଛି ପ୍ରଥମ ପରାଜୟ, ଏହା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ଚେନ୍ନାଇ 4 ୱିକେଟ୍ ରେ ଜିତିଥିଲା। 2008 ପରଠାରୁ ଏହା ପ୍ରଥମ ଥର ପାଇଁ ଚେପକ୍ ଷ୍ଟାଡିୟମରେ ଆରସିବି CSK କୁ ପରାସ୍ତ କରିଛି।

ଆଇପିଏଲ 2025 ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଏହା କ୍ରମାଗତ ଦ୍ୱିତୀୟ ବିଜୟ। ଏହି ବିଜୟ ସହିତ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନ ଅଧିକାର କରିଛି।