T-20 ବିଶ୍ୱକପ ପୂର୍ବରୁ ଯୁବରାଜ ସିଂ ଦେଲେ ବଡ଼ ବୟାନ, କହିଲେ "ଜଣେ ଖେଳାଳିଙ୍କ ବ୍ୟତୀତ ଭାରତୀୟ ଦଳ ଠିକ୍ ଅଛି"
କ୍ରିକେଟ ଖବର : ଟି -20 ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି। 2007 ମସିହାରେ ହୋଇଥିବା ଆଇସିସି ଟି-20 ବିଶ୍ୱକପରେ ଭାରତର ବିଜୟର ସୁତ୍ରଧର ସାଜିଥିବା ଯୁବରାଜ ସିଂ ଚଳିତବର୍ଷ ହେବାକୁ ଥିବା ଆଇସିସି ଟି-20 ବିଶ୍ୱକପ ପାଇଁ ମନୋନୀତ ଭାରତୀୟ ଦଳ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ଯୁବରାଜ ସିଂଙ୍କ କହିବାନୁସାରେ, ଜଣେ ଖେଳାଳିଙ୍କ ବ୍ୟତୀତ ବିଶ୍ୱକପ ଦଳରେ ଅନ୍ତର୍ଭୁକ୍ତ ସମସ୍ତ ଖେଳାଳି ରହିବା ଉଚିତ। ଦଳ ଠିକ୍ ଚୟନ ହୋଇଛି। କେବଳ ଜଣେ ଖେଳାଳିଙ୍କୁ ବାଦ୍ ଦେବା ଉଚିତ।
କାହାର ନାଁ କହିଲେ ଯୁବରାଜ ?
ପିସିଏ ଷ୍ଟାଡିୟମରେ ସମ୍ମାନିତ ହେବା ପରେ ସମୀକ୍ଷକ ତଥା ପ୍ରସାରଣକାରୀଙ୍କ ସହ ବାର୍ତ୍ତାଳାପ ସମୟରେ ଯୁବରାଜ ସିଂ କହିଛନ୍ତି, 'ମୁଁ ଭାବୁଛି ବିଶ୍ୱକପ ପାଇଁ ଦଳରେ ଖେଳାଳି ଚୟନ ଠିକ୍ ହୋଇଛି। କେବଳ ଜଣେ ଖେଳାଳି ବ୍ୟତୀତ ବାକି ଦଳ ଭଲ ଅଛି। ମୁଁ ସେହି ଜଣେ ଖେଳାଳିଙ୍କ ନାମ କହିବି ନାହିଁ। କିନ୍ତୁ ମୋଟ ଉପରେ ମୁଁ ଭାବୁଛି ଏହା ଏକ ଭଲ ଦଳ, ଆଉ ଏହି ଦଳ ଆମକୁ ଚଳିତ ବର୍ଷ ଟ୍ରଫି ଜିତାଇବ।