ବିଶ୍ୱକପ ପାଇଁ ଯାଇଥିବା ଶ୍ରୀଲଙ୍କାର ଏହି ବିସ୍ଫୋରକ କ୍ରିକେଟର ଙ୍କୁ ଅଷ୍ଟ୍ରେଲିଆରେ ଗିରଫ କରାଗଲା, କରିଛନ୍ତି ଏହି ବଡ଼ କାଣ୍ଡ

  1. Home
  2. Cricket News

ବିଶ୍ୱକପ ପାଇଁ ଯାଇଥିବା ଶ୍ରୀଲଙ୍କାର ଏହି ବିସ୍ଫୋରକ କ୍ରିକେଟର ଙ୍କୁ ଅଷ୍ଟ୍ରେଲିଆରେ ଗିରଫ କରାଗଲା, କରିଛନ୍ତି ଏହି ବଡ଼ କାଣ୍ଡ

sl dhanuska gunatilaka arrest


କ୍ରିକେଟ ଖବର : ଦୁଷ୍କର୍ମ ମାମଲାରେ ଶ୍ରୀଲଙ୍କା କ୍ରିକେଟର ଧନୁଷ୍କା ଗୁଣତିଲକା ଗିରଫ ହୋଇଛନ୍ତି। ଦୁଷ୍କର୍ମ ମାମଲାରେ ତାଙ୍କୁ ସିଡ୍‌ନୀରୁ ଗିରଫ କରାଯାଇଛି। ଜଣେ ୨୯ ବର୍ଷୀୟା ମହିଳାଙ୍କୁ ଦୁଷ୍କର୍ମ କରିଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ପୀଡିତା ମହିଳା ଜଣକ ଏକ ଡେଟିଂ ଆପ୍ ଜରିଆରେ ଧନୁଷ୍କାଙ୍କ ସଂପର୍କ ଆସିଥିଲେ। ଚଳିତ ସପ୍ତାହର ପ୍ରାରମ୍ଭରେ ହିଁ ଏହି ଦୁଷ୍କର୍ମ ଘଟଣା ଘଟିଥିବା କୁହାଯାଉଛି।

danushka-gunathilaka-rape-case-1

ଦି ଅଷ୍ଟ୍ରେଲିଆନ୍‌ର ରିପୋର୍ଟ ମୁତାବକ, ସିଡ୍‌ନୀର ସସେକ୍ସ ହୋଟେଲ୍‌ରୁ ଆଜି ଭୋରୁ ଧନୁଷ୍କାଙ୍କୁ ସିଡ୍‌ନୀ ପୋଲିସ ଗିରଫ କରିଛି। ତାଙ୍କୁ ଆଜି କୋର୍ଟରେ ହାଜର କରାଯିବ। ଆଜି ସକାଳେ ଧନୁଷ୍କାଙ୍କ ବିନା ଅଷ୍ଟ୍ରେଲିଆରୁ ଉଡାଣ ଭରିଛି ଶ୍ରୀଲଙ୍କା ଟିମ୍। ଧନୁଷ୍କା ଶ୍ରୀଲଙ୍କା ଟି-୨୦ ଟିମରେ ସାମିଲ ହୋଇଥିଲେ। ହେଲେ ଆହତ କାରଣରୁ କୌଣସି ମ୍ୟାଚ୍ ଖେଳି ପାରିନଥିଲେ। ତେବେ ଦଳ ତାଙ୍କୁ ଦେଶକୁ ନ ପଠାଇ ଟିମ୍ ସହ ଯୋଡି ରଖିଥିଲା। 

ଧନୁଷ୍କାଙ୍କ ବଦଳରେ ଆସେନ ବାନ୍ଦାରାଙ୍କୁ ଦଳରେ ସାମିଲ କରିଥିଲା ଶ୍ରୀଲଙ୍କା। ଧନୁଷ୍କା ଏଯାବତ୍ ମୋଟ୍ ୮ଟି ଟେଷ୍ଟ, ୪୭ ଦିନିକିଆ ଓ ୪୬ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଟି-୨୦ରେ ଧନୁଷ୍କାଙ୍କ ସର୍ବଶ୍ରେଷ୍ଠ ସ୍କୋର ୫୭ ରହିଥିବା ବେଳେ ୩ଟି ଅର୍ଦ୍ଧଶତକ ସେ ନିଜ ନାଁରେ କରିଛନ୍ତି।