ପାକିସ୍ତାନ ମ୍ୟାଚ ଜିତିଲା ସତ କିନ୍ତୁ ଏହା ପରେ ବି ଟୁକ୍-ଟୁକ୍ ଇନିଂସ ଖେଳି ଆଉଟ୍ ହୋଇଥିବା ଖେଳାଳିଙ୍କ ଉପରେ ରାଗିଲେ ପ୍ରଶଂସକ

  1. Home
  2. Cricket News

ପାକିସ୍ତାନ ମ୍ୟାଚ ଜିତିଲା ସତ କିନ୍ତୁ ଏହା ପରେ ବି ଟୁକ୍-ଟୁକ୍ ଇନିଂସ ଖେଳି ଆଉଟ୍ ହୋଇଥିବା ଖେଳାଳିଙ୍କ ଉପରେ ରାଗିଲେ ପ୍ରଶଂସକ

Babar-Azam


କ୍ରିକେଟ ଖବର : ସରିଲା ଗ୍ରୁପ୍ ପର୍ଯ୍ୟାୟର ସମସ୍ତ ମ୍ୟାଚ।ନ୍ୟୁଜିଲାଣ୍ଡ, ଇଂଲଣ୍ଡ, ଇଣ୍ଡିଆ ଆଉ ପାକିସ୍ତାନ ଦଳ ଟି-20 ବିଶ୍ୱକପର ସେମିଫାଇନାଲ ଖେଳିବା ପାଇଁ ଉତିଣ୍ଣ ହୋଇଛନ୍ତି। ଆସନ୍ତା 9 ତାରିଖରେ ପ୍ରଥମ ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ସହିତ ପାକିସ୍ତାନ ଖେଳିବ। ଆଉ ଦ୍ଵିତୀୟ ସେମିଫାଇନାଲ ମ୍ୟାଚ 10 ତାରିଖରେ ହେବାକୁ ଥିବାବେଳେ, ଏହି ମ୍ୟାଚରେ ଟିମ୍ ଇଣ୍ଡିଆ, ଇଂଲଣ୍ଡ ଦଳ ସହିତ ମୁହାଁମୁହିଁ ହେବ। 

babar-azam-and-rizwan

ତେବେ ଏହି ସବୁ ମଧ୍ୟରେ ଏକ ବିଷୟ ବର୍ତ୍ତମାନ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଆଉ ସେହା ହେଉଛି ପାକିସ୍ତାନ ଦଳର ଓପନର୍ ବାବର ଆଜାମ୍ ଆଉ ମହମଦ ରିଜୱାନଙ୍କ ବ୍ୟାଟିଂ। ଯାହା ପାକ୍ ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି। କାରଣ ଦିନେ ଯେଉଁ ଯୋଡି ଭାରତକୁ ଏକାକୀ ପରାସ୍ତ କରିଥିଲେ, ସେ ଯୋଡି ବର୍ତ୍ତମାନ 10 ରନର ଭାଗିଦାରୀ ବି କରି ପାରୁନାହାନ୍ତି। ଯାହା ସଭିଙ୍କ ପାଇଁ ଆଶ୍ଚର୍ଯ୍ୟର ବିଷୟ। 

babar rizwan troll 1

ତେବେ ଏହାର ସମାନ ଚିତ୍ର ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ହୋଇଥିବା ମ୍ୟାଚରେ ବି ଦେଖିବାକୁ ମିଳିଛି। ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ଦଳ 20 ଓଭରରେ 8 ୱିକେଟ୍ ହରାଇ 127 ରନ୍ ସଂଗ୍ରହ କରିଥିଲା। 128 ରନର ଟାର୍ଗେଟକୁ ପିଛା କରି ପାକିସ୍ତାନ ଦଳ ନିଜର ପ୍ରଥମ ୱିକେଟ୍ 57 ରନରେ ହରାଇଥିଲା। ବାବର ଆଜାମ୍ ମାତ୍ର 33 ବଲରେ 25 ରନ କରି ଆଉଟ୍ ହୋଇଥିଲେ। ଏହା ପରେ ପରେ  ମହମ୍ମଦ ରିଜୱାନ୍ ମଧ୍ୟ ଦଳୀୟ ସ୍କୋର 61 ରନ ବେଳେ 32 ବଲରେ 32 ରନ କରି ଆଉଟ୍ ହୋଇଥିଲେ।

babar rizwan troll 2

ପାକିସ୍ତାନ ଦଳର ମେରୁଦଣ୍ଡ କୁହାଯାଉଥିବା ବାବର ଆଜମ ଏବଂ ରିଜୱାନଙ୍କ ଓପନିଂ ଯୋଡି ଆଉ ଫ୍ଲପ ପ୍ରମାଣିତ ହୋଇଥିଲେ। ଏହି ଉଭୟ ଖେଳାଳି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଶସ୍ତା ଖେଳ ଖେଳିଥିଲେ। ଯାହା ପରେ ସୋସିଆଲ ମିଡିଆରେ ପ୍ରଶଂସକମାନେ ଏହି ଖେଳାଳି ଦୁଇଙ୍କ ଉପରେ କ୍ରୋଧ ପ୍ରକାଶ କରୁଛନ୍ତି। ହୁଏତ ପାକିସ୍ତାନ ଏହି ମ୍ୟାଚକୁ 5 ୱିକେଟରେ ଜିଇଥାଇପାରେ , କିନ୍ତୁ ଏହି ଦୁଇ ଷ୍ଟାର୍ ଓପନରଙ୍କ ଖେଳ ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି।