ଭାରତକୁ T-20 ବିଶ୍ୱକପ 2022 ଜିତିବାକୁ ହେଲେ, ଏହି 5 ଜଣ ପୁରୁଣା ଷ୍ଟାର ଖେଳାଳିଙ୍କୁ ଦଳରେ ସୁଯୋଗ ଦେବାକୁ ପଡିବ

  1. Home
  2. Cricket News

ଭାରତକୁ T-20 ବିଶ୍ୱକପ 2022 ଜିତିବାକୁ ହେଲେ, ଏହି 5 ଜଣ ପୁରୁଣା ଷ୍ଟାର ଖେଳାଳିଙ୍କୁ ଦଳରେ ସୁଯୋଗ ଦେବାକୁ ପଡିବ

team india


କ୍ରିକେଟ ଖବର: ଆଇପିଏଲ ଶେଷ ହେବା କ୍ଷଣି ଟି-20 ୱାର୍ଲ୍ଡ କପ ପାଇଁ ସମସ୍ତ ଦେଶର କ୍ରିକେଟ୍ ଟିମ ନିଜର ପ୍ରସ୍ତୁତି ଆରମ୍ଭ କରିବେ। ତେବେ ଭାରତର ସମସ୍ତ ଖେଳାଳି ମଧ୍ୟ ଆଇପିଏଲ ଜରିଆରେ ବିଶ୍ୱକପ ପାଇଁ ନିଜର ପ୍ରସ୍ତୁତି କରୁଛନ୍ତି। ତେବେ ଏହି ବର୍ଷ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ବିଶ୍ୱକପରେ ଟିମଇଣ୍ଡିଆ 5 ଜଣ ପୁରୁଣା ଖେଳାଳିଙ୍କୁ ଟିମରେ ସାମିଲ କରିବା ସମ୍ବନ୍ଧରେ ଅତି ଗମ୍ଭୀରତାର ସହ ବିଚାର କରିପାରେ। କାରଣ ସେମାନେ ଚଳିତ ଆଇପିଏଲରେ ଭଲ ପ୍ରଦର୍ଶନ କରୁଛନ୍ତି। ତେବେ ଚାଲନ୍ତୁ ଜାଣିବା ସେମାନଙ୍କର ବିଷୟରେ...

କୁଲଦୀପ ଯାଦବ:

Kuldeep

ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା କୁଲଦୀପ ଯାଦବ ନିଜର ଦମଦାର ବୋଲିଂ କାରଣରୁ ବିପକ୍ଷ ଦଳର ବ୍ୟାଟ୍ସମ୍ୟାନର ମୁଣ୍ଡ ବିନ୍ଧାର କାରଣ ସାଜିଛନ୍ତି। ସେ ଆଇପିଏଲରେ ବର୍ତ୍ତମାନ ପର୍ଯ୍ୟନ୍ତ 17ଟି ୱିକେଟ୍ ନେଇ ସାରିଲେଣି। ଏହା ସହିତ ଏହି ସିଜନରେ 4 ଥର ମ୍ୟାନ ଅଫ୍ ଦି ମ୍ୟାଚର ପୁରସ୍କାର ମଧ୍ୟ ପାଇ ସାରିଛନ୍ତି। 

ସଞ୍ଜୁ ସାମସନ: 

SANJU

ରାଜସ୍ଥାନ ରୟାଲସର କ୍ୟାପ୍ଟେନ ସଞ୍ଜୁ ସାମସନ, ଯେତେବେଳେ ଟିମ ଇଣ୍ଡିଆରେ ସୁଯୋଗ ମିଳିଛି ସେତେବେଳେ ସେମାନେ ନିଜର ପ୍ରଦର୍ଶନରେ ନିରାଶ କରିଛନ୍ତି । କିନ୍ତୁ ଆଇପିଏଲରେ ଏପର୍ଯ୍ୟନ୍ତ ଏହି ଉଇକେଟକିପର ବ୍ୟାଟ୍ସମ୍ୟାନ ବ୍ୟାଟିଂ କରି 298 ରନ୍ ସଂଗ୍ରହ କରିଛନ୍ତି। ସେ ଚଳିତ ଆଇପିଏଲରେ 10 ଟି ମ୍ୟାଚ ଖେଳିଛନ୍ତି। 

ହାର୍ଦ୍ଦିକ ପାଣ୍ଡ୍ୟା: 

IPL 2022: hardik pandya becomes fastest indian to smash 100 sixes in ipl

ଗୁଜୁରାଟ ଟାଇଟନ୍ସର କ୍ୟାପ୍ଟେନ ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ 2022 ରେ ବ୍ୟାଟିଂ ଓ ବୋଲିଂରେ କମାଲ କରିଛନ୍ତି । ତେଣୁ ବିଶ୍ୱକପରେ ତାଙ୍କର ସ୍ଥାନ ରହିବାର ସମ୍ଭାବନା ଅଧିକ ରହିଛି । ସେ ଯଦି ଫିଟ୍ ରୁହଁନ୍ତି ତେବେ ଟି-20 ବିଶ୍ୱକପରେ ସେ ଭଲ ପ୍ରଦର୍ଶନ କରିବେ।

ୟୁଜବେନ୍ଦ୍ର ଚହଲ:

chahal

ରାଜସ୍ଥାନ ରୟାଲସ ପାଇଁ ଖେଳୁଥିବା ଚହଲ ଏପର୍ଯ୍ୟନ୍ତ 10ଟି ମ୍ୟାଚରେ 19 ୱିକେଟ୍ ନେଇ ସାରିଛନ୍ତି। ଏଭଳି ପରିସ୍ଥିତିରେ ଚହଲଙ୍କୁ ଅଷ୍ଟ୍ରେଲିଆରେ ହେବାକୁଥିବା ଟି-20 ୱାର୍ଲ୍ଡକପରେ ସାମିଲ କରାଯିବାର ସମ୍ଭାବନା ମଧ୍ୟ ଅଧିକ ରହିଛି। 

ଶିଖର ଧାୱନ: 

sikhar dhawan

ପଞ୍ଜାବ କିଙ୍ଗସର ବ୍ୟାଟସମ୍ୟାନ ଶିଖର ଧାୱନ ଆଇପିଏଲ 2022ରେ ଜବରଦସ୍ତ ଲୟରେ ରହିଛନ୍ତି । ଯଦି ଆମେ କିଛି ଆଇପିଏଲ ସିଜିନ ଉପରେ ନଜର ପକାଇବା ତେବେ ଧାୱନ ପ୍ରତ୍ୟେକ ଥର 500ରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି। ତେଣୁ ସେ ବିଶ୍ୱକପ ଦଳରେ ସାମିଲ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି।