IND vs SA ଚତୁର୍ଥ T20 ମ୍ୟାଚ ରେ ଏହି ଖେଳାଳିଙ୍କୁ ବାହାର କରାଯାଉ ବୋଲି ଦାବି କଲେ ଦର୍ଶକ

  1. Home
  2. Cricket News

IND vs SA ଚତୁର୍ଥ T20 ମ୍ୟାଚ ରେ ଏହି ଖେଳାଳିଙ୍କୁ ବାହାର କରାଯାଉ ବୋଲି ଦାବି କଲେ ଦର୍ଶକ


କ୍ରିକେଟ ଖବର : ତୃତୀୟ T20 ମ୍ୟାଚ ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। ଏହି ମ୍ୟାଚକୁ 48 ରନରେ ବିଜୟ ହାସଲ କରିଛି ପନ୍ତ ବାହିନୀ। ଏହା ସହିତ ଏହି ସିରିଜ୍ 2-1 ରେ ପହଂଚିଛି। ତେବେ ତୃତୀୟ ମ୍ୟାଚରେ ଅଧିନାୟକ ଭାବରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଜିତିବା ପରେ ରିଷଭ ପନ୍ତଙ୍କୁ ପ୍ରଶ୍ନ କରିଛନ୍ତି ପ୍ରଶଂସକ।

ind_vs_sa_3rd_t20

ଗତକାଲି ଖେଳାଯାଇଥିବା ମ୍ୟାଚରେ ଭାରତୀୟ ଦଳର ଦୁଇ ଓପନର ଇଶାନ କିଶାନ ଏବଂ ରିତୁରାଜ ଗାଇକୱାଡ ଏକ ଚମତ୍କାର ଇନିଂସ ଖେଳିଛନ୍ତି। ଇଶାନ 35 ବଲରେ 54 ରନ ସଂଗ୍ରହ କରିଥିବା ବେଳେ, ରିତୁରାଜ ମଧ୍ୟ 35 ବଲରେ 57 ରନ ସଂଗ୍ରହ କରିଥିଲେ।

ଏହି ଖେଳାଳିଙ୍କୁ ଦଳରୁ ବାହାର କରିବାକୁ କହୁଛନ୍ତି କ୍ରିକେଟ ପ୍ରେମୀ:

ତୃତୀୟ T20 ମ୍ୟାଚ ରେ ଅଧିନାୟକ ରିଷଭ ପନ୍ତ ଭଲ ପଦର୍ଶନ କରିପାରି ନଥିଲେ ଏବଂ ତାଙ୍କ ସହ 3ଟି ମ୍ୟାଚ ରେ ସୁଯୋଗ ପାଇଥିବା ଅଭେସ୍ ଖାନ ମଧ୍ୟ ସମ୍ପୂର୍ଣ ଭାବରେ ଫ୍ଲପ ହୋଇଥିଲେ । ସେ 3ଟି ମ୍ୟାଚ ଖେଳିଥିଲେ ବି ଗୋଟିଏ ମଧ୍ୟ ୱିକେଟ୍ ପାଇବାରେ ସଫଳ ହୋଇ ନାହାନ୍ତି ।

avesh_khan_ind_vs_sa

ତେବେ ତୃତୀୟ ମ୍ୟାଚ ପରେ କ୍ରିକେଟ ପ୍ରେମୀ ଚତୁର୍ଥ ମ୍ୟାଚ ରେ ଅଭେସ୍ ଖାନ ଙ୍କୁ ଦଳରୁ ବାହାର କରାଯାଉ ବୋଲି ଦାବି କରିଛନ୍ତି । ତେବେ ଅଭେସ୍ ଙ୍କୁ ଚତୁର୍ଥ ମ୍ୟାଚ ରେ ପନ୍ତ ସୁଯୋଗ ଦେବେ କି ନାହିଁ ତାହା କେବଳ ସମୟ ହିଁ କହିବ ।