Abu Dhabi T-10 ଲିଗ୍ ଏହି ତାରିଖ ରୁ ହେବ ଆରମ୍ଭ, କାର୍ଯ୍ୟସୂଚୀ ହେଲା ଜାରି, ଦେଖନ୍ତୁ ସମ୍ପୂର୍ଣ ଲିଷ୍ଟ

  1. Home
  2. Cricket News

Abu Dhabi T-10 ଲିଗ୍ ଏହି ତାରିଖ ରୁ ହେବ ଆରମ୍ଭ, କାର୍ଯ୍ୟସୂଚୀ ହେଲା ଜାରି, ଦେଖନ୍ତୁ ସମ୍ପୂର୍ଣ ଲିଷ୍ଟ

Abu Dhabi T-10 League


କ୍ରିକେଟ ଖବର : ଆବୁଧାବି ଟି-୧୦ ର ଷଷ୍ଠ ସିଜନ୍ କାର୍ଯ୍ୟସୂଚୀ ପ୍ରକାଶ ପାଇଛି  । ଆବୁଧାବି ଟି-୧୦ ଲିଗର ଷଷ୍ଠ ସିଜନ୍ ୨୩ ନଭେମ୍ବରରୁ ୪ ଡିସେମ୍ବର ପର୍ଯ୍ୟନ୍ତ ଜାଏଡ୍ କ୍ରିକେଟ୍ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଏହି ଟୁର୍ନାମେଣ୍ଟରେ ୬ ଟି ଦଳ ଅଂଶଗ୍ରହଣ କରିବାକୁ ଯାଉଛନ୍ତି।

ଏହି ସମସ୍ତ ଦଳ ମଧ୍ୟରେ କାଣ୍ଟେ କା ଟକ୍କର ଵାଲା ପ୍ରତିଯୋଗିତା ଦେଖିବାକୁ ମିଳିବ। ଏହି ସୂଚନା ଆୟୋଜକ ଗତ ଗୁରୁବାର ଦିନ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି। ପାଞ୍ଚ ବର୍ଷର ଚୁକ୍ତି ଅନୁଯାୟୀ ଏହା ଆବୁଧାବି କୁ ସ୍ଥାନାନ୍ତରିତ ହୋଇଛି। ସିଜନ ୬ ରେ ଡିଫେଣ୍ଡିଂ ଚାମ୍ପିଅନ୍ ଡେକାନ୍ ଗ୍ଲାଡିଏଟର୍ସ ଷ୍ଟାର୍ ଦିଲ୍ଲୀ ବ୍ଲୁମସ , ଚେନ୍ନାଇ ବ୍ରାଭସ୍, ବଙ୍ଗଳା ଟାଇଗର୍ସ, ଉତ୍ତର ୱାରିୟର୍ସ ମଧ୍ୟରେ ହାଇ ଭୋଲ୍ଟେଜ ମ୍ୟାଚ୍ ହେବାର ସମ୍ଭାବନା ଅଛି ।

Abu-Dhabi-T10-1

ଗତ ସିଜିନରେ ଲିଆମ୍ ଲିଭିଙ୍ଗଷ୍ଟୋନ୍, ଇଏନ୍ ମୋର୍ଗାନ୍, ଫାଫ୍ ଡୁ ପ୍ଲେସିସ୍ ଏବଂ ମୋଏନ୍ ଅଲିଙ୍କ ପରି ବଡ ଖେଳାଳିମାନେ ଏହି ଲିଗରେ ନିଜର ପରିଚୟ ସୃଷ୍ଟି କରିଥିଲେ । ଗତ ବର୍ଷ ଅଧିକାରୀମାନେ ଏହି ଟୁର୍ନାମେଣ୍ଟ ମାଧ୍ୟମରେ ୬୨୧.୨ ମିଲିୟନ ଡଲାର ରୋଜଗାର କରିଥିଲେ।

ଏହି ବର୍ଷର ରୋଜଗାର ଅଧିକ ହେବାର ସମ୍ଭାବନା ଅଛି  ।  ଆବୁଧାବି ଟି-୧୦ ଲିଗକୁ ବହୁତ ଲୋକ ପସନ୍ଦ କରୁଛନ୍ତି।ଆବୁଧାବି କ୍ରୀଡ଼ା ପରିଷଦର ସେକ୍ରେଟେରୀ ଜେନେରାଲ୍ ହେ ଆରିଫ୍ ଅଲ୍ ଅୱାନି ଖୁସି ବ୍ୟକ୍ତ କରିଛନ୍ତି ଏବଂ କହିଛନ୍ତି ଆବୁଧାବି ଟି- ୧୦ ସହିତ ଆମର ସହଭାଗୀତା ମାଧ୍ୟମରେ ଆମେ ଆବୁଧାବିକୁ ଏକ ଅଗ୍ରଣୀ କ୍ରୀଡା ଗ୍ଲୋବାଲ୍ ହବ୍ ଏବଂ କ୍ରିକେଟ୍ ର ଅନ୍ୟତମ ମନୋରଞ୍ଜନକାରୀ ପ୍ରତିଯୋଗିତା ଭାବରେ ପ୍ରତିଷ୍ଠା କରିଛୁ।