ଦେଖନ୍ତୁ ଭିଡ଼ିଓ : ସମଗ୍ର ଗ୍ରାଉଣ୍ଡରେ ବୁଲି ଫାଇନାଲରେ ପହଂଚିବା ଉତ୍ସବ ପାଳନ କରୁଛି ପାକିସ୍ତାନ ଟିମ୍

  1. Home
  2. Cricket News

ଦେଖନ୍ତୁ ଭିଡ଼ିଓ : ସମଗ୍ର ଗ୍ରାଉଣ୍ଡରେ ବୁଲି ଫାଇନାଲରେ ପହଂଚିବା ଉତ୍ସବ ପାଳନ କରୁଛି ପାକିସ୍ତାନ ଟିମ୍

nz vs pak pakistan won and celibrate


କ୍ରିକେଟ ଖବର : ପାକିସ୍ତାନ କ୍ରିକେଟ୍ ଦଳ ଟି -୨୦ ବିଶ୍ୱକପ ୨୦୨୨ ର ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଫାଇନାଲରେ ପହଁଚିଛି।  ବାବର ଆଜାମଙ୍କ ନେତୃତ୍ୱରେ ଦଳ ଗ୍ରୁପ୍ ପର୍ଯ୍ୟାୟରୁ ଭଲ କମବ୍ୟାକ କରି ଫାଇନାଲରେ ପହଁଚିଛି। ଏଥି ସହିତ ପାକିସ୍ତାନୀ ଖେଳାଳିମାନେ ଏହି ସ୍ମରଣୀୟ ବିଜୟ ଉତ୍ସବ ପାଳନ କରିବାକୁ କୌଣସି ସୁଯୋଗକୁ ହାତଛଡା କରିନାହାନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭୟଙ୍କର ଭାଇରାଲ ହେବାରେ ଲାଗିଛି।

pakistan celibrate

ବାବର ଆଜାମଙ୍କ ନେତୃତ୍ୱରେ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ୭ ୱିକେଟରେ ପରାସ୍ତ କରିଛି ପାକିସ୍ତାନ ଟିମ୍। ଦଳ ପକ୍ଷରୁ ଦୁଇ ଓପନର ମହମଦ ରିଜୱାନ ଓ ଅଧିନାୟକ ବାବର ଆଜାମଙ୍କ ୧୦୫ ରନର ପାର୍ଟନରସିପ ଯୋଗୁଁ ଦଳ ଏହି ବଡ ବିଜୟ ହାସଲ କରି ପାରିଛି। ବର୍ତ୍ତମାନ ପାକିସ୍ତାନ ଫାଇନାଲରେ କାହାକୁ ଭେଟିବ ତା ଉପରେ ରହିଛି ସମସ୍ତଙ୍କ ନଜର। ଯାହାର ଚିତ୍ର ଆସନ୍ତାକାଲି ସ୍ପଷ୍ଟ ହୋଇଯିବ।

ଏମିତି ଥିଲା ମ୍ୟାଚର ସ୍ଥିତି :

ଆଜି ପାକିସ୍ତାନ-ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ହେଲେ ଆରମ୍ଭରୁ ନ୍ୟୁଜିଲାଣ୍ଡକୁ ଝଟକା ଲାଗିଥିଲା । ପ୍ରଥମ ଓଭରରେ ଫିନ ଆଲେନ ଆଉଟ ହୋଇ ପାଭିଲିୟନ ଫେରିଯାଇଥିଲେ । ଦଳ ପକ୍ଷରୁ କେବଳ ଡାର୍ଲି ମିଚେଲ ୫୩ ରନ କରି ଅର୍ଦ୍ଧଶତକ ହାସଲ କରିଥିଲେ । ସେହିପରି ୱିଲିୟମସନ ୪୬ ରନ କରିଥିବା ବେଳେ କନୱେ ୨୧ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୪ ୱିକେଟ ହରାଇ ୧୫୨ ରନ କରିବାରେ ସକ୍ଷମ ହୋଇଥିଲା ।

୧୫୩ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ପାକିସ୍ତାନ ଦଳ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା । ଦଳର ଦୁଇ ଓପନର ବାବର-ରିଜୱାନ ୧୦୫ ରନର ବଡ ପାର୍ଟନରସିପ କରିଥିଲେ । ଦଳ ପକ୍ଷରୁ ବାବର ୫୩ ଓ ରିଜୱାନ ୫୭ ରନ କରିଥିଲେ । ଫଳରେ ଦଳ ୧୯ ଓଭର ୧ ବଲରେ ୩ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ଆଉ ଫାଇନାଲରେ ପ୍ରବେଶ କରିଥିଲା ।