କୋହଲିଙ୍କ ଫର୍ମ ଉପରେ BCCI ର ରହିଛି ନଜର, ଟି୨୦ ଦଳରୁ ଆଉଟ୍ ହୋଇପାରନ୍ତି ବିରାଟ, ପଢନ୍ତୁ ରିପୋର୍ଟ

  1. Home
  2. Cricket News

କୋହଲିଙ୍କ ଫର୍ମ ଉପରେ BCCI ର ରହିଛି ନଜର, ଟି୨୦ ଦଳରୁ ଆଉଟ୍ ହୋଇପାରନ୍ତି ବିରାଟ, ପଢନ୍ତୁ ରିପୋର୍ଟ

kohli out of form


କ୍ରିକେଟ୍ ଖବର: ଇଣ୍ଡିଆନ ପ୍ରିମିୟର ଲିଗର ଏହି ସିଜିନରେ ଭାରତ ଓ ଆରସିବିର ପୂର୍ବତନ କ୍ୟାପ୍ଟେନ ବିରାଟ କୋହଲି ଖରାପ ଫର୍ମରେ ରହିଛନ୍ତି। କୋହଲି ଦୀର୍ଘ ସମୟଧରି ଶତକ ଠାରୁ ଦୂରରେ ରହିଛନ୍ତି । ଏମିତିକି ଆଇପିଏଲରେ ସେଦୁଇଥର ଡକଆଉଟ ମଧ୍ୟ ହୋଇସାରିଛନ୍ତି । ରାଜସ୍ଥାନ ରୟାଲର୍ସ ଓ ଆରସିବି ମଧ୍ୟରେ ହୋଇଥିବା ମ୍ୟାଚରେ ମଧ୍ୟ ବିରାଟ ୯ ରନରେ ହିଁ ଆଉଟ ହୋଇଯାଇଥିଲେ ।

Since when Virat Kohli did not score a century? see in the figures his bat has been silent

ତେବେ ବିରାଟ କୋହଲିଙ୍କ ଫର୍ମର ଚିନ୍ତା ଟିମ ଇଣ୍ଡିଆ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । IPL ପରେ ସାଉଥ ଆଫ୍ରିକା ଟିମ୍ ଟି-୨୦ ସିରିଜ ଖେଳିବା ପାଇଁ ଭାରତ ଆସିବ। ଏହାପରେ ଜୁନରେ ଆୟରଲାଣ୍ଡ, ଜୁଲାଇରେ ଇଂଲଣ୍ଡରେ ଟି୨୦ ସିରିଜ ଖେଳାଯିବ । ଏହାପରେ ଟି୨୦ ୱାଲର୍ଡକପ ଖେଳାଯିବ। 

IPL କୁ ଆସନ୍ତା ଟି୨୦ ବିଶ୍ୱକପ ପାଇଁ ଏକ ପ୍ରସ୍ତୁତି ଭାବରେ ମଧ୍ୟ ଦେଖାଯାଉଛି ଏବଂ ବର୍ତ୍ତମାନ ବିରାଟ କୋହଲି ଟିମ୍ ଇଣ୍ଡିଆର ଟି-୨୦ ଦଳରୁ ଓହରି ଯାଇପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଛି।  ଖବର ଅନୁଯାୟୀ, ବ୍ୟାଟିଂରେ କୋହଲିଙ୍କ ଖରାପ ପ୍ରଦର୍ଶନ ବିସିସିଆଇ ପାଇଁ ମଧ୍ୟ ଚିନ୍ତାର ବିଷୟ ପାଲଟିଛି। 

Virat Kohli surpassed David Warner to become the fifth-highest run-getter in T20 cricket

ନିକଟରେ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଏହାକୁ  କହିଛନ୍ତି ଯେ, ବିରାଟ ଭାରତୀୟ କ୍ରିକେଟ୍ ର କିମ୍ବଦନ୍ତୀ ଖେଳାଳି ହୋଇପାରନ୍ତି କିନ୍ତୁ ଚୟନକର୍ତ୍ତା ଏବଂ ବିସିସିଆଇ ପାଇଁ ତାଙ୍କ ଫର୍ମ କିଛି ସମୟ ପାଇଁ ଚିନ୍ତାର ବିଷୟ ପାଲଟିଛି। ତେଣୁ ତାଙ୍କୁ ବର୍ତ୍ତମାନ କିଛି ସମୟ ପାଇଁ ବିରତି ଦିଆଯାଇପାରେ। ବିରାଟଙ୍କର ବ୍ୟାଟରୁ ରନ ନ ବାହାରିଥିବାରୁ ଚୟନକର୍ତ୍ତାମାନେ ଚିନ୍ତିତ ଅଛନ୍ତି।