ଦେଖନ୍ତୁ Video: ସୂର୍ଯ୍ୟକୁମାର ଯାଦବଙ୍କ ଆଗରେ ମଥା ତଳକୁ କରି ସମ୍ନାନ ଜଣାଇଲେ କିଙ୍ଗ୍ କୋହଲି

  1. Home
  2. Cricket News

ଦେଖନ୍ତୁ Video: ସୂର୍ଯ୍ୟକୁମାର ଯାଦବଙ୍କ ଆଗରେ ମଥା ତଳକୁ କରି ସମ୍ନାନ ଜଣାଇଲେ କିଙ୍ଗ୍ କୋହଲି

virat-kohli-bow-down-suryakumar-yadav-after-his-epic-knock-against-hong-kong


କ୍ରିକେଟ୍ ଖବର : ଏସିଆ କପ୍ 2022 ର ଚତୁର୍ଥ ମ୍ୟାଚ୍ ରେ ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବଙ୍କର ଏକ ବିସ୍ଫୋରକ ଇନିଂସ ଦେଖିବାକୁ ମିଳିଥିଲା। ହଂକଂ ଦଳର ବୋଲରଙ୍କୁ ନିର୍ଧୂମ ପ୍ରହାର କରିଥିଲେ ଏହି ଦୁଇ ଷ୍ଟାର୍ ବ୍ୟାଟ୍ସମ୍ୟାନ। ଖାସ୍ କରି ସୂର୍ଯ୍ୟକୁମାର ଯାଦବ ବିସ୍ଫୋରକ ଢଙ୍ଗରେ ଖେଳିଥିଲେ। ସେ ନଟଆଉଟ୍ ରହି ମାତ୍ର 26 ଟି ବଲ୍ ଖେଳି 68 ରନ ସଂଗ୍ରହ କରିଥିଲେ। ଏଥିରେ 6 ଟି ଛକା ଆଉ 6 ଟି ଚୌକା ରହିଛି।  ସେହିପରି ବିରାଟ ମଧ୍ୟ 44 ଟି ବଲରେ ନଟ ଆଉଟ୍ ରହି 3 ଟି ଛକା ଆଉ ଗୋଟିଏ ଚୌକା ସହାୟତାରେ 59 ରନ କରିଛନ୍ତି । 

ଭାରତର ମନ୍ଥର ଆରମ୍ଭ ପରେ ଦୁହେଁ ରନ ସ୍କୋରକୁ ଏପରି ଢଙ୍ଗରେ ବଦଳାଇଲେ ଯେ ହଂକଂ ଦଳ ସେମାନଙ୍କ ସହିତ କ’ଣ ହେଲା ଜାଣି ନଥିଲେ।  ଏହି ଦୁଇ ଖେଳାଳିଙ୍କର ପଚାଶ ରନ କାରଣରୁ ଟିମ୍ ଇଣ୍ଡିଆ 192/2 ସ୍କୋର କରିବାରେ ସକ୍ଷମ ହୋଇଥିଲା।

ଏହି ସମୟରେ ବିରାଟ ତାଙ୍କର 31 ତମ ଟି -20 ଅର୍ଦ୍ଧଶତକ ହାସଲ କରିଥିଲେ କିନ୍ତୁ ଯାଦବ ତାଙ୍କ ବ୍ୟାଟିଂ ସହ ଆଲୋଚନାର ପାତ୍ର ସାଜିଛନ୍ତି। ଭାରତର ଇନିଂସର ଶେଷ ଓଭରରେ ସୂର୍ଯ୍ୟକୁମାର ଯାଦବ ତାଙ୍କ ଦଳକୁ 190 ରନ ପାର୍ କରିବା ସହିତ ଚାରିଟି ଛକା ସହାୟତାରେ 26 ରନ୍ ସଂଗ୍ରହ କରିଥିଲେ। 

Virat-Kohli-Bows-Down-To-Suryakumar-Yadav

ସୂର୍ଯ୍ୟଙ୍କ ଏହି ଇନିଂସ ଏପରି ଥିଲା ଯେ ବିରାଟ କୋହଲି ମଧ୍ୟ ମୁଣ୍ଡ ନୁଆଁଇ ତାଙ୍କୁ ଅଭିବାଦନ ଜଣାଇ ଇନିଂସ ଶେଷରେ ତାଙ୍କୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଥିଲା।  ବିରାଟଙ୍କ ଏହି ଅଭିବାଦନ ଦେଖି ସୂର୍ଯ୍ୟ ମଧ୍ୟ ହସିବାକୁ ଲାଗିଲେ ଏବଂ ତାଙ୍କର ଏହି ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଲା।  ସୂର୍ଯ୍ୟଙ୍କ ବିସ୍ଫୋରକ ଇନିଂସ ବ୍ୟତୀତ ବିରାଟ କୋହଲି ମଧ୍ୟ ଫର୍ମକୁ ଫେରି ଅପରାଜିତ ଅର୍ଦ୍ଧଶତକ ପାଳି ଖେଳିଥିଲେ।

ଦେଖନ୍ତୁ ଭିଡ଼ିଓ :