IND vs NZ: ODI ସିରିଜ୍ ପାଇଁ ଚୟନ ହେଲା ଦଳ, ୱିଲିୟମସନ ଭାରତ ବିପକ୍ଷରେ ଖେଳିବେ ନାହିଁ, ଜାଣନ୍ତୁ କାହିଁକି ?

  1. Home
  2. Cricket News

IND vs NZ: ODI ସିରିଜ୍ ପାଇଁ ଚୟନ ହେଲା ଦଳ, ୱିଲିୟମସନ ଭାରତ ବିପକ୍ଷରେ ଖେଳିବେ ନାହିଁ, ଜାଣନ୍ତୁ କାହିଁକି ?


କ୍ରିକେଟ ଖବର : 18 ରୁ 24 ଜାନୁଆରୀ ମଧ୍ୟରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତିନୋଟି ଦିନିକିଆ ମ୍ୟାଚର ଏକ ସିରିଜ୍ ଖେଳାଯିବ। ଏହି ସିରିଜ ପାଇଁ ରବିବାର ନ୍ୟୁଜିଲାଣ୍ଡ ପକ୍ଷରୁ ଦଳ ଘୋଷଣା କରାଯାଇଛି। ଏଥି ସହିତ, ଭାରତ ପୂର୍ବରୁ କିୱି ଦଳକୁ 10 ରୁ 14 ଜାନୁୟାରୀ ପର୍ଯ୍ୟନ୍ତ ପାକିସ୍ତାନ ବିପକ୍ଷରେ ତିନୋଟି ଦିନିକିଆ ମ୍ୟାଚ ଖେଳିବାକୁ ପଡିବ। ଏହି ସିରିଜ୍ ପାଇଁ ମଧ୍ୟ ଚୟନ କରାଯାଇଛି।

ତେବେ ଉଭୟ ସିରିଜରେ ନ୍ୟୁଜିଲାଣ୍ଡ ପାଇଁ ଭିନ୍ନ ଭିନ୍ନ ଖେଳାଳି ଅଧିନାୟକତ୍ୱ କରୁଥିବା ଦେଖିବାକୁ ମିଳିବ। କେନ୍ ୱିଲିୟମସନ ପାକିସ୍ତାନ ବିପକ୍ଷ ସିରିଜରେ ନ୍ୟୁଜିଲ୍ୟାଣ୍ଡର ନେତୃତ୍ୱ ନେବେ କିନ୍ତୁ ସେ ଭାରତ ବିପକ୍ଷ ସିରିଜ ପାଇଁ ଦଳରେ ସ୍ଥାନ ପାଇ ନାହାନ୍ତି। 

ଭାରତ ବିପକ୍ଷ ODI ସିରିଜରେ ଟମ ଲାଥାମ ନ୍ୟୁଜିଲ୍ୟାଣ୍ଡର ନେତୃତ୍ୱ ନେବେ। ODI ପରେ ଦଳକୁ ମଧ୍ୟ ଏଠାରେ ତିନି ମ୍ୟାଚ୍ ବିଶିଷ୍ଟ ଟି -20 ସିରିଜ୍ ଖେଳିବାକୁ ପଡିବ, ଯେଉଁଥିପାଇଁ ଦଳ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ।  ଏହା ଦେଖିବାକୁ ବାକି ରହିଲା ଯେ ୱିଲିୟମ୍ସନ୍ ଟି -20 ସିରିଜରେ ଖେଳୁଛନ୍ତି କି ନାହିଁ , ନା ଟିମ୍ ସାଉଥୀ ଦଳର ଦାୟିତ୍ୱ ନେବେ। 

କାହିଁକି କେନ୍ ୱିଲିୟମସନ ଭାରତ ବିପକ୍ଷରେ ଖେଳିବେ ନାହିଁ ?

Nz all out

ନ୍ୟୁଜିଲ୍ୟାଣ୍ଡର କ୍ରିକେଟ ବୋର୍ଡ଼ କହିଛି ଯେ, ଦଳର ନିୟମିତ ଅଧିନାୟକ କେନ୍ ୱିଲିୟମସନ ଏବଂ ଦଳର ମୁଖ୍ୟ କୋଚ୍ ଭାରତ ବିପକ୍ଷ ଦିନିକିଆ ସିରିଜରେ ରହିବେ ନାହିଁ। କାରଣ ବୋର୍ଡ଼ର ଲକ୍ଷ୍ୟ ହେଉଛି ଏହା ଯେ ନିୟମିତ ଅଧୀନାୟକ ଆଉ ମୁଖ୍ୟ କୋଚଙ୍କର ଅନୁପସ୍ଥିତିରେ ଖେଳାଳି ଆଉ ସହଯୋଗୀ କର୍ମଚାରୀଙ୍କ ୱାର୍କ ମ୍ୟାନେଜମେଣ୍ଟ ବଢାଇବା। 

ଇଣ୍ଡିଆ ବିପକ୍ଷ ସିରିଜ୍ ପାଇଁ ନ୍ୟୁଜିଲ୍ୟାଣ୍ଡର ODI ଦଳ  :

ଟମ୍ ଲାଥାମ୍ (ଅଧିନାୟକ), ଫିନ୍ ଆଲେନ୍, ମାଇକେଲ୍ ବ୍ରେସୱେଲ, ମାର୍କ ଚାପମ୍ୟାନ୍, ଡିଭେନ୍ କନୱେ, ଜ୍ୟାକବ ଡଫି, ଲକି ଫର୍ଗୁସନ୍, ମ୍ୟାଟ ହେନେରୀ, ଆଡାମ ମିଲନେ, ଡାରିଲ ମିଚେଲ, ହେନେରୀ ନିକୋଲ୍ସ, ଗ୍ଲେନ ଫିଲିପ୍ସ, ମିଚେଲ ସାଣ୍ଟନର୍, ଇଶ ସୋଡି, ଏଚ୍ ସିପଲି। 

ପାକିସ୍ତାନ ବିପକ୍ଷ ସିରିଜ୍ ପାଇଁ ନ୍ୟୁଜିଲ୍ୟାଣ୍ଡର ODI ଦଳ : 

କେନ୍ ୱିଲିୟମ୍ସନ୍ (ଅଧିନାୟକ), ଟମ୍ ଲାଥାମ୍, ଫିନ୍ ଆଲେନ୍, ମାଇକେଲ୍ ବ୍ରେସୱେଲ, ଡିଭନ୍ କନୱେ, ଜ୍ୟାକବ ଡଫି, ଲକି ଫର୍ଗୁସନ୍, ମ୍ୟାଟ ହେନେରୀ, ଆଡାମ ମିଲନେ, ଡାରିଲ ମିଚେଲ, ହେନେରୀ ନିକୋଲ୍ସ, ଗ୍ଲେନ ଫିଲିପ୍ସ, ମିଚେଲ ସାଣ୍ଟନର୍, ଇଶ ସୋଡି, ଏଚ୍ ସିପଲି।

ଆହୁରି ପଢ଼ନ୍ତୁ : IND vs BAN 2nd TEST: ଘୋଷଣା ହେଲା ଭାରତୀୟ ଦଳ, ରୋହିତଙ୍କ ପ୍ରତ୍ୟାବର୍ତ୍ତନ ସହିତ ଦେଖନ୍ତୁ ଭାରତୀୟ 18 ଜଣିଆ ଟିମ୍