ଭାରତର ପରାଜୟ ପରେ ରିଷଭ ପନ୍ତଙ୍କ ଉପରେ ରାଗିଲେ ଗାଭାସ୍କର, କହିଲେ ଏହି ଭୁଲ ବାରମ୍ବାର କର ନାହିଁ

  1. Home
  2. Cricket News

ଭାରତର ପରାଜୟ ପରେ ରିଷଭ ପନ୍ତଙ୍କ ଉପରେ ରାଗିଲେ ଗାଭାସ୍କର, କହିଲେ ଏହି ଭୁଲ ବାରମ୍ବାର କର ନାହିଁ

gavaskar_angry_on_pant


କ୍ରିକେଟ ଖବର : ଭାରତ ଓ ଦ.ଆଫ୍ରିକା ମଧ୍ୟରେ ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚ କଟକ ବାରବାଟୀ ଷ୍ଟାଡ଼ିୟମରେ ଖେଳାଯାଇଥିଲା । ଯେଉଁଥିରେ ଭାରତୀୟ ଟିମକୁ ୪ ୱିକେଟରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ଏହି  ମୁକାବିଲା ସମୟରେ ରିଷଭ ପନ୍ତ ଅକ୍ଷର ପଟେଲଙ୍କୁ ଷ୍ଟାର ଫିନଶର ଦିନେଶ କାର୍ତ୍ତିକଙ୍କ ପୂର୍ବରୁ ବ୍ୟାଟିଂ କରିବାକୁ ପଠାଇଥିଲା । ଯେଉଁ କାରଣରୁ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି । 

ଗାଭାସ୍କର ରାଗରେ କହିଲେ ଏମିତି କଥା :

ବର୍ତ୍ତମାନ ଭାରତୀୟ ଦଳର ପୂର୍ବତନ ବ୍ୟାଟସମ୍ୟାନ ସୁନୀଲ ଗାଭାସ୍କର ମଧ୍ୟ ରିଷଭଙ୍କର ଏହି ନିଷ୍ପତ୍ତିରେ ନିରାଶ ପ୍ରକାଶ କରିଛନ୍ତି। ଏକ ସାକ୍ଷାତକାରରେ ଗାଭାସ୍କର କହିଛନ୍ତି ଯେ, ଋଷଭ ପନ୍ତଙ୍କ ନିଷ୍ପତ୍ତି ଉପରେ  ବେଶ୍ କ୍ଷୁବ୍ଧ ଅଛି ।

dinesh-karthik-ind-vs-sa-2nd-t20

ଯେତେବେଳେ ଟିମର ୱିକେଟ୍ ଜଲଦି ଯାଉଥିଲା ସେତେବେଳେ ଦିନେଶ କାର୍ତ୍ତିକଙ୍କୁ ଟିକେ ପୂର୍ବରୁ ମଇଦାନକୁ ପଠାଯିବାର ଥିଲା । ତାଙ୍କୁ ସ୍ଲଗ ଓଭର ପାଇଁ ରଖାଯିବା ଉଚିତ ନୁହେଁ । ଏହାଦ୍ୱାରା ତାଙ୍କୁ ପିଚର ସ୍ଥିତି ବୁଝିବାରେ ମଧ୍ୟ ସାହାର୍ଯ୍ୟ ମିଳିଥାନ୍ତା ।

ଗାଭାସ୍କର ଆହୁରି ମଧ୍ୟ କହିଥିଲେ ଯେ, ଫିନିଶରଙ୍କୁ  ଆହୁରି ଜଲଦି ପଠାଯାଇପାରେ କାରଣ ତାଙ୍କ ନିକଟରେ ସେଭଳି ପରିସ୍ଥିତିରେ ଖେଳିବାର ଦକ୍ଷତା ଥାଏ । ମଇଦାନରେ ଆସିବା କ୍ଷଣି ତାଙ୍କୁ ଛକା ମାରିବାର କୌଣସି ଆବଶ୍ୟକତା ମଧ୍ୟ ନଥାଏ । ଯଦି ସେମାନେ ଜଲଦି  ବ୍ୟାଟିଂ କରିବାକୁ ଆସନ୍ତି ତେବେ ବଲର ଗତିବିଧି ଜାଣିବା ସହିତ ୱିକେଟକୁ ମଧ୍ୟ ବୁଝିପାରିବେ । ଦିନେଶ କାର୍ତ୍ତିକ ଜଣେ ଅନୁଭବୀ ଖେଳାଳୀ  ହୋଇଥିବା ସତ୍ତ୍ୱେ  ଅକ୍ସର ପଟେଲଙ୍କୁ କାହିଁକି ରିଷଭ ତାଙ୍କ ପୂର୍ବରୁ  ମଇଦାନକୁ ପଠାଇବାର ନିଷ୍ପତ୍ତି ନେଲେ ବୋଲି ପ୍ରଶ୍ନ କରିଛନ୍ତି ଗାଭାସ୍କର।