ଦେଖନ୍ତୁ ଭିଡିଓ: ଲାବୁସେନଙ୍କ ବଲରେ ଆଘାତ ହେଲେ ବେନ୍ ଷ୍ଟୋକ୍ସ, ଏମିତି ବାଜିଲା ବଲ୍ ଯେ ଗ୍ରାଉଣ୍ଡ ମଝିରେ ସୋଇ ରହିଲେ

  1. Home
  2. Cricket News

ଦେଖନ୍ତୁ ଭିଡିଓ: ଲାବୁସେନଙ୍କ ବଲରେ ଆଘାତ ହେଲେ ବେନ୍ ଷ୍ଟୋକ୍ସ, ଏମିତି ବାଜିଲା ବଲ୍ ଯେ ଗ୍ରାଉଣ୍ଡ ମଝିରେ ସୋଇ ରହିଲେ

ben strokes injured


କ୍ରିକେଟ ଖବର: ଇଂଲଣ୍ଡର ନୂଆ କ୍ୟାପ୍ଟେନ ବେନ ଷ୍ଟୋକ୍ସଙ୍କ ସହିତ କାଉଁଣ୍ଟି ଚାମ୍ପିଅନସିପରେ ଏକ ସପ୍ତାହରୁ କମ ସମୟ ମଧ୍ୟରେ ଗୋଟେ ମଜାଦାର ଘଟଣା ଘଟିଛି । କିଛି ଦିନ ପୂର୍ବରୁ ଷ୍ଟୋକସ କାଉଁଣ୍ଟିରେ ୧୦ଟି ବଲରେ ୮ ଟି ଛକା ଲଗାଇଥିଲେ । ମାନର୍ସ ଲାବୁସେନଙ୍କ ବଲର ସାମ୍ନା କରିବା ସମୟରେ ଷ୍ଟୋକ୍ସ ତଳେ ପଡିଯାଇଥିଲେ। ସେ ମଇଦାନ ଉପରେ ହିଁ ଅଣ୍ଡରଟେକଙ୍କ ଭଳି ଶୋଇପଡ଼ିଥିଲେ ।

ବେନ୍ ଷ୍ଟୋକସ ଏକ ଛୋଟ ବଲରେ ଶର୍ଟ ଖେଳିବା ପାଇଁ ତରତରିଆ ଥିଲେ କିନ୍ତୁ ଶର୍ଟ ଖେଳିବା ଚକରରେ ଅଣ୍ଟା ପାଖରେ ବଲଟି ବାଜିଥିଲା ଓ ଅସହ୍ୟ ଯନ୍ତ୍ରଣା ଯୋଗୁଁ ସେ ପିଚରେ ହିଁ ଶୋଇପଡ଼ିଥିଲେ । ଏହାପରେ ଲାବୁଶେନ ଷ୍ଟୋକସଙ୍କ ନିକଟକୁ ଦୌଡ଼ି ଯାଉଥିବା ଦେଖିବାକୁ ମିଳିଥିଲା । 

Ben

କିନ୍ତୁ ଲାବୁଶେନ କୁଲ ଅନ୍ଦାଜରେ ବଲ ସହିତ ଖେଳୁଥିବାର ନଜର ଆସିଥିଲେ । ଅଷ୍ଟ୍ରେଲିଆ ଖେଳାଳି ମାନୁସ ଲାବୁଶେନଙ୍କୁ ପ୍ରଥମ ଥର ପାଇଁ କିଛି ବର୍ଷ ପୂର୍ବେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଲିଗ୍ କ୍ରିକେଟରେ ଦ୍ରୁତ ବୋଲିଂ କରୁଥିବା ଦେଖିବାକୁ ମିଳିଥିଲା । କିନ୍ତୁ ପରେ ସେ ସ୍ପିନର ଭାବେ ବୋଲିଂ କରୁଥିବା ଦେଖିବାକୁ ମିିଳିଥିଲେ। 

ଦେଖନ୍ତୁ ଭିଡିଓ :