ASIA CUP 2022: ଭାରତ ସହିତ ମହା ମୁକାବିଲା ପାଇଁ ପାକିସ୍ତାନ ଚୟନ କଲା ଶକ୍ତିଶାଳୀ ଟିମ, ଦେଖନ୍ତୁ ଲିଷ୍ଟ

  1. Home
  2. Cricket News

ASIA CUP 2022: ଭାରତ ସହିତ ମହା ମୁକାବିଲା ପାଇଁ ପାକିସ୍ତାନ ଚୟନ କଲା ଶକ୍ତିଶାଳୀ ଟିମ, ଦେଖନ୍ତୁ ଲିଷ୍ଟ

india-vs-pakistan-match-in-asia-cup-2022-ind-vs-pak


କ୍ରିକେଟ୍ ଖବର : ଏସିଆ କପ ୨୦୨୨ ପାଇଁ ପିସିବି ପାକିସ୍ତାନ କ୍ରିକେଟ ଟିମ ଘୋଷିତ କରିଛି। ୧୫ ସଦସ୍ୟ ଥିବା ଏହି ଟିମରେ ବାବର ଆଜମ ଅଧିନାୟକ ଅଛନ୍ତି। ପାକିସ୍ତାନ ଟିମର ଘୋଷଣା ଏସିଆ କପର ସିଡ୍ୟୁଲ ଘୋଷଣା କରିବାର ଠିକ ଗୋଟେ ଦିନ ପରେ ହୋଇଛି । ଏସିଆ କପରେ ପାକିସ୍ତାନ ଭାରତ ସହ କେବେ ଖେଳିବ ଏବଂ ଦ୍ୱିତୀୟ ଟିମ ସହ କେବେ ଖେଳିବ ତାହା ସ୍ପଷ୍ଟ ହୋଇସାରିଛି। 

kohli_babar

ଏସିଆ କପ ପାଇଁ ଟିମ ବାଛିବା ସହିତ ପାକିସ୍ତାନ ନେଦରଲ୍ୟାଣ୍ଡ ବିପକ୍ଷରେ ୱାନଡେ ସିରିଜ ଖେଳିବା ପାଇଁ  ନିଜର ୧୬ ଜଣ ଶକ୍ତିଶାଳୀ ଖେଳାଳୀଙ୍କ ନାଁ ଘୋଷଣା କରିଛି । ନେଦରଲ୍ୟାଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ଖେଳ ୧୬-୨୧ ଅଗଷ୍ଟ ମଧ୍ୟରେ ହେବ। ଯେତେବେଳେ କି ଏସିଆ କପ ୨୦୨୨ ର ଆୟୋଜନ ୨୭ ଅଗଷ୍ଟ ରୁ ସେପ୍ଟେମ୍ବର ୧୧ ମଧ୍ୟରେ ୟୁଏଇରେ ହେବ ।

ପାକିସ୍ତାନ ନିଜର ଯୁବ ତେଜ ବୋଲର ନସୀମ ଶାହ ଙ୍କୁ ନେଦରଲ୍ୟାଣ୍ଡ ଏବଂ ଏସିଆ କପ ଦୁଇଟି ଟିମ ରେ ସ୍ଥାନ ଦେଇଛି। ସେଥିରେ ହସନ ଅଲ୍ଲୀଙ୍କୁ ମଧ୍ୟ ସ୍ଥାନ ମିଳିଛି। ଏହାପରେ ମଧ୍ୟ ଆଘାତ ହୋଇଥିବା ଜୁଟେ ଶାହୀନ ଶାହ ଅଫରଦୀଙ୍କୁ ମଧ୍ୟ ଦୁଇଟି ଟିମରେ ସ୍ଥାନ ମିଳିଛି।

ନେଦରଲ୍ୟାଣ୍ଡ ଟିମ ଓ ଏସିଆ କପରେ ୫ ନୂଆ ଚେହେରା ଏଥିରେ ନଜର ଆସିବେ:

ନେଦରଲ୍ୟାଣ୍ଡ ପାଇଁ ବଛା ଯାଇଥିବା ଅବଦୁଲ୍ଲ ଶଫୀକ, ଇମାମ- ଉଲ-ହକ, ମହମ୍ମଦ ହରିସ, ସଲମନ ଅଲ୍ଲୀ ଏବଂ ଜାହିଦ ମହମ୍ମଦ ନଜର ଆସିବେ ଏବଂ  ଏସିଆ କପ ଟିମରେ ଆସିଫ ଅଲ୍ଲୀ, ହେଦର ଅଲ୍ଲୀ, ଇଫତିକାର ଅହମ୍ମଦ ଏବଂ ଉସାନ କାଦିରଙ୍କୁ ବଦଳାଇଦେଇଛି ପାକିସ୍ତାନ କ୍ରିକେଟ୍ ବୋର୍ଡ଼। ଏସିଆ କପ ରେ ପାକିସ୍ତାନ ନିଜର ଅଭିମାନର ପ୍ରତିଶୋଧ ଭାରତ ଉପରେ କରିବ । ଦୁଇ ଟିମ ମୁକାବିଲା ୨୮ ଅଗଷ୍ଟ ରବିବାର ଦିନ ଖେଳାଯିବ । 

ଏସିଆ କପ ପାଇଁ ପାକିସ୍ତାନ ୧୫ ଜଣ ଖେଳାଳୀଙ୍କୁ ମଧ୍ୟ ବାଛିଚି:

pak team

ବାବର ଆଜମ, ଶାଦାବ ଖାନ, ଅସିଫ ଇଲି, ଫରଖ ଜମାଁ, ହେଦର ଅଲ୍ଲୀ, ହେରିସ ରଉଫ, ଇଫିତିକାର ଅହମ୍ମଦ, ଖୁସିଦିଲ ଶାହ, ମହମ୍ମଦ ନବାଜ, ମହମ୍ମଦ ରିଜବାନ , ମହମ୍ମଦ ବସୀମ, ନସୀମ ଶାହ, ଶାହୀନ ଶାହ ଅଫଦରୀ, ଶାହନବାଜ ଦହାନୀ, ଉସ୍ମାନ କାଦିର ।