BCCI ର କଡା ନିଷ୍ପତି, WTC ଫାଇନାଲ କୁ ନପହଞ୍ଚିଲେ ଦଳରୁ ବିଦା ହେବେ 4 ଜଣ ଷ୍ଟାର କ୍ରିକେଟର!

  1. Home
  2. Cricket News

BCCI ର କଡା ନିଷ୍ପତି, WTC ଫାଇନାଲ କୁ ନପହଞ୍ଚିଲେ ଦଳରୁ ବିଦା ହେବେ 4 ଜଣ ଷ୍ଟାର କ୍ରିକେଟର!


ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଲଜ୍ଜାଜନକ ପରାଜୟ ଭୋଗିଛି ଟିମ୍ ଇଣ୍ଡିଆ । ଘରୋଇ ମାଟିରେ ସମ୍ମାନ ବି ରକ୍ଷା କରିବାକୁ ସକ୍ଷମ ହୋଇନି ଭାରତୀୟ ଦଳ । ୩ଟି ଯାକ ଟେଷ୍ଟରେ ନିମ୍ନମାନର ଖେଳ ପ୍ରଦର୍ଶନ କରିବା ସହିତ ସିରିଜ୍‌ରେ ୦-୩ରେ କ୍ଲିନ୍ ସ୍ବିପ୍ ହୋଇଯାଇଛି ରୋହିତ ବାହିନୀ ।

ଭାରତୀୟ ଦଳର ଏଭଳି ପ୍ରଦର୍ଶନ ପରେ ତୀବ୍ର ସମାଲୋଚନାର ଶିକାର ହେଉଛି ଦଳ । କାହିଁକି ହାରିଲା ଭାରତ? ପରାଜୟ ପାଇଁ ଦାୟୀ କିଏ? ଏ ତମାମ୍ ପ୍ରଶ୍ନ ଏବେ ସୋସିଆଲ ମିଡିଆରେ ବି ପଚାରିଲେଣି ପ୍ରଶଂସକ । କାରଣ ଟେଷ୍ଟ ଇତିହାସରେ ପ୍ରଥମ ଥର ଟିମ୍ ଇଣ୍ଡିଆ ନିଜ ମାଟିରେ ହ୍ବାଇଟଓ୍ବାଶ୍ ହୋଇଯାଇଛି ।

ତେବେ ଦଳର ଏଭଳି ଲଜ୍ଜାଜନକ ପରାଜୟ ପରେ ବିସିସିଆଇ କିଛି ବଡ ଧରଣର ଅଦଳବଦଳ କରିବା ନେଇ ଚର୍ଚ୍ଚା ହେଉଛି । କିଛି ସିନିୟର ଖେଳାଳିଙ୍କୁ ଦଳରୁ ବାଦ୍‌ ଦିଆଯିବା ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଗଲାଣି ।

ଆଗକୁ ଆସୁଛି ବର୍ଡର ଗାଭାସ୍କର ଟ୍ରଫି ସିରିଜ୍‌ । ଯାହାକି ଅଷ୍ଟ୍ରେଲିଆରେ ଖେଳାଯିବ । ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପାଇଁ ଗସ୍ତ କରିବ ଟିମ୍ ଇଣ୍ଡିଆ । ତେଣୁ ଚର୍ଚ୍ଚା ହେଉଛି ଅଷ୍ଟ୍ରେଲିଆ ଗସ୍ତ ପରେ ପରେ ହିଁ କିଛି ବରିଷ୍ଠ ଖେଳାଳିଙ୍କୁ ଟେଷ୍ଟରୁ ସବୁଦିନ ପାଇଁ ବିରତି ଦିଆଯାଇପାରେ ।

ସେପଟେ ଭାରତର ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଖେଳିବା ଆଶା ମଧ୍ୟ କମିବାରେ ଲାଗିଛି । କାରଣ ନ୍ୟୁଜିଲାଣ୍ଡ ସିରିଜ ପରାଜୟ ପରେ ଏବେ ଦଳକୁ ଆଉ ୫ଟି ଟେଷ୍ଟରୁ ୪ ଟି ଜିତିବାକୁ ହେବ । ଯାହାକି ଏତେ ସହଜ ହେବ ନାହିଁ । କାରଣ ଅଷ୍ଟ୍ରେଲିଆ ମାଟିରେ କଙ୍ଗାରୁ ଦଳକୁ ହରାଇବା କାଠିକର ପାଠ ହେବ ।

ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ପହଞ୍ଚିବାକୁ ହେଲେ ଭାରତକୁ ଆଉ ୫ଟି ରୁ ୪ଟି ମ୍ୟାଚ୍‌ ଜିତିବାକୁ ହେବ । ଯଦି ଅଷ୍ଟ୍ରେଲିଆ ଗସ୍ତରେ ବରିଷ୍ଠଙ୍କ ପ୍ରଦର୍ଶନ ପୁଣି ନିମ୍ନମାନର ହୁଏ ତେବେ ସେହି ଗସ୍ତ ହିଁ ତାଙ୍କ ପାଇଁ ଶେଷ ଗସ୍ତ ହେବ । ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଖେଳିବାକୁ ଆଉ ସୁଯୋଗ ମିଳିବନି । ତେଣୁ କେଉଁମାନଙ୍କର ପତ୍ତା କଟିପାରେ? ଜାଣନ୍ତୁ...

ରୋହିତ ଶର୍ମା: ଅଧିନାୟକ ରୋହିତ ଶର୍ମା ଗତ ୧୦ଟି ଟେଷ୍ଟ ଇନିଂସରେ ମାତ୍ର ୧୩୩ ରନ୍ କରିଛନ୍ତି । ଯାହାକି ଅତ୍ୟନ୍ତ ନିମ୍ନ ସ୍ତରର ବ୍ୟାଟିଂ । ଗତ ୧୦ ଟି ଟେଷ୍ଟ ଇନିଂସ ରୋହିତଙ୍କ କ୍ୟାରିୟରର ସବୁଠୁ ଖରାପ ପ୍ରଦର୍ଶନ । ଟେଷ୍ଟରେ ତାଙ୍କ ଫର୍ମକୁ ନେଇ ଚିନ୍ତାରେ BCCI । ତେଣୁ ରୋହିତଙ୍କ ଟେଷ୍ଟ କ୍ୟାରିୟର ଶେଷ ହେବାକୁ ଆଉ ବେଶି ଦିନ ନାହିଁ ବୋଲି ବିଶେଷଜ୍ଞ ବି କହିଲେଣି ।