ଦାଶୁନ୍ ଶାନାକା ଖେଳ ଭାବନା ର ଏକ ଉଦାହରଣ ସୃଷ୍ଟି କଲେ, କୋହଲିଙ୍କ ଶତକ ପରେ ତାଙ୍କୁ କଲେ ସଲାମ

 

କ୍ରିକେଟ୍ ଖବର: ଗତକାଲି ଶ୍ରୀଲଙ୍କା ବିପକ୍ଷରେ ଟିମ୍ ଇଣ୍ଡିଆ ଦିନିକିଆ ଘରୋଇ ସିରିଜ୍ ଆରମ୍ଭ କରିଛି। ଏହି ତିନି ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚକୁ ରୋହିତବାହିନୀ 67 ରନରେ ଜିତି ନେଇଛି। ତେବେ ଟିମ୍ ଇଣ୍ଡିଆ ପକ୍ଷରୁ ବିରାଟ କୋହଲି ସର୍ବାଧିକ ରନ ସଂଗ୍ରହ କରିଥିଲେ। ସେ 113 ରନ ସଂଗ୍ରହ କରିଥିଲେ। ଆଉ ନିଜର 73 ତମ ଅନ୍ତର୍ଜାତୀୟ ଶତକ ହାସଲ କରିଥିଲେ। ଏହା ସହିତ ଅଧିନାୟକ ରୋହିତ ମଧ୍ୟ 83 ରନ ସଂଗ୍ରହ କରିଥିଲେ।

ତେବେ ବିରାଟ କୋହଲି ନିଜର 73 ତମ ଅନ୍ତର୍ଜାତୀୟ ଶତକ ହାସଲ କରିବା ପରେ ଶ୍ରୀଲଙ୍କା ଦଳର ଅଧିନାୟକ ଦାସୁନ୍ ଶାନାକା କିଙ୍ଗ୍ କୋହଲିଙ୍କୁ ଭିନ୍ନ ଢଙ୍ଗରେ ଅଭିନନ୍ଦନ ଜଣାଇଥିଲେ। ଯେତେବେଳେ ବିରାଟ ଆଉଟ୍ ହୋଇ ପାଭିଲିୟନକୁ ଫେରୁଥିଲେ, ସେତେବେଳେ ସେ ବିରାଟଙ୍କ ସହିତ ସେକହ୍ୟାଣ୍ଡ କରି ଅଭିନନ୍ଦନ ଜଣାଇଥିଲେ।

ଦାସୁନଙ୍କ ଏହି କାର୍ଯ୍ୟ କ୍ୟାମେରାରେ କଏଦ ହୋଇଥିଲା, ଯାହା ପରେ ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ଆଉ ଯାହାକୁ ୟୁଜରମାନେ ବି ପସନ୍ଦ କରୁଛନ୍ତି।

ତେବେ ଯଦି ଆମେ ବିଷୟରେ କଥା ହେବା, ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ରୋମାଞ୍ଚକର 3 ମ୍ୟାଚ୍ ବିଶିଷ୍ଟ ODI ସିରିଜର ପ୍ରଥମ ମ୍ୟାଚ୍ ଜାନୁୟାରୀ 10 ତାରିଖରେ ଗୁଆହାଟିର ବାରସପାରା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିଲା। ଯେଉଁଥିରେ ଭାରତୀୟ ଦଳ 67 ରନର ଏକ ବଡ଼ ବିଜୟ ହାସଲ କରିଛି। ଏହି ବିଜୟ ହେତୁ ଭାରତ ସିରିଜରେ 1-0 ରେ ଆଗୁଆ ରହିଛି। 

ଆହୁରି ପଢ଼ନ୍ତୁ: VIDEO: ଦାସୁନ୍ ଶାନାକାଙ୍କୁ 98 ରନ୍ ରେ MANKAD RUN-OUT କଲେ ଶାମି, ତେବେ ଶତକ ପୂରଣ କରିବାକୁ ରୋହିତ ପୁଣି ତାଙ୍କୁ ଡାକି ଜିତିଲେ ସମସ୍ତଙ୍କ ହୃଦୟ