VIDEO: ଦାସୁନ୍ ଶାନାକାଙ୍କୁ 98 ରନ୍ ରେ MANKAD RUN-OUT କଲେ ଶାମି, ତେବେ ଶତକ ପୂରଣ କରିବାକୁ ରୋହିତ ପୁଣି ତାଙ୍କୁ ଡାକି ଜିତିଲେ ସମସ୍ତଙ୍କ ହୃଦୟ

  1. Home
  2. Cricket News

VIDEO: ଦାସୁନ୍ ଶାନାକାଙ୍କୁ 98 ରନ୍ ରେ MANKAD RUN-OUT କଲେ ଶାମି, ତେବେ ଶତକ ପୂରଣ କରିବାକୁ ରୋହିତ ପୁଣି ତାଙ୍କୁ ଡାକି ଜିତିଲେ ସମସ୍ତଙ୍କ ହୃଦୟ

Ind vs sl


କ୍ରିକେଟ୍ ଖବର: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ରୋମାଞ୍ଚକର 3 ମ୍ୟାଚ୍ ବିଶିଷ୍ଟ ODI ସିରିଜର ପ୍ରଥମ ମ୍ୟାଚ୍ ଜାନୁୟାରୀ 10 ରେ ଗୁଆହାଟିର ବାରସପାରା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିଲା। ଯେଉଁଥିରେ ଭାରତୀୟ ଦଳ 67 ରନର ଏକ ବଡ଼ ବିଜୟ ହାସଲ କରିଛି। ଏହି ବିଜୟ ହେତୁ ଭାରତ ସିରିଜରେ 1-0 ରେ ଆଗୁଆ ହୋଇଛି। 

ତେବେ ଶ୍ରୀଲଙ୍କା କ୍ରିକେଟ୍ ଦଳର ଅଧିନାୟକ ଦାସୁନ୍ ଶାନାକା ପିଚ୍‌ରେ ଠିଆ ହୋଇ ଖେଳର ଶେଷ ପର୍ଯ୍ୟନ୍ତ ଲଢେଇ ଜାରି ରଖିଥିଲେ। ଏହି ପର୍ଯ୍ୟାୟରେ ସେ ଏକ ଜବରଦସ୍ତ ଶତକ ମଧ୍ୟ ସଂଗ୍ରହ କରିଥିଲେ। ସେ 88 ଟି ବଲରେ 108 ରନ କରି ଶେଷ ପର୍ଯ୍ୟନ୍ତ ନଟଆଉଟ୍ ରହିଥିଲେ।

ind-vs-sl-1st-odi-ind-won

ଉଲ୍ଲେଖନୀୟ କଥା ହେଉଛି, ଶେଷ ଓଭରରେ ମହମ୍ମଦ ଶାମି ତାଙ୍କୁ ମାନକଡ ରନ ଆଉଟ୍ କରିଥିଲେ।  କିନ୍ତୁ ଏହା ପରେ ରୋହିତ ଶର୍ମାଙ୍କ ନିଷ୍ପତ୍ତି ସମସ୍ତଙ୍କ ହୃଦୟ ଜିତିଥିଲା। ଏଥି ସହିତ ସୋସିଆଲ ମିଡିଆରେ ଏହି ପୁରା ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି। 

ଆହୁରି ପଢ଼ନ୍ତୁ: ଦେଖନ୍ତୁ ଭିଡିଓ: ରୋହିତଙ୍କ ତୂଫାନୀ ବ୍ୟାଟିଂ ଦେଖି କୋହଲି କଲେ ଇର୍ଷା! ହିଟମ୍ୟାନ ଆଉଟ ନଥିଲେ କିନ୍ତୁ କୋହଲି କଲେ ଆଉଟ ର ଇଶାରା

ଏମିତି ଥିଲା ଘଟଣାକ୍ରମ : 

ଶ୍ରୀଲଙ୍କାର ଇନିଂସର 50 ତମ ଓଭରରେ ଦାସୁନ୍ ଏକ ଶତକ ହାସଲ କରିବାକୁ ଖୁବ୍ ନିକଟତର ହୋଇଥିଲେ। ଓଭରର ପ୍ରଥମ 3 ବଲ ଖେଳିବା ପରେ ଶାନାକା 98 ରନ୍ ସ୍କୋର କରିବା ପରେ ନନ୍ ଷ୍ଟ୍ରାଇକରରେ ଆସିଥିଲେ। ଏହା ପରେ ତାଙ୍କୁ ନିଜର ଶତକ ସମ୍ପୂର୍ଣ୍ଣ କରିବାକୁ ତିନୋଟି ବଲ୍ ବାକି ରହିଲା ।

ଏଭଳି ପରିସ୍ଥିତିରେ ସେ ଶୀଘ୍ର ଷ୍ଟ୍ରାଇକ୍ ନେବାକୁ ଯିବା ସମୟରେ ଶାମି ବୋଲିଂ କରିବା ପୂର୍ବରୁ ସେ ମଧ୍ୟ କ୍ରିଜରୁ ବାହାରିଥିଲେ, ଏହାର ସୁଯୋଗ ନେଇ ବୋଲର ଶାମି ତାଙ୍କୁ ରନ ଆଉଟ୍ କରିଥିଲେ। କିନ୍ତୁ ରୋହିତ ଖେଳ ଭାବନାକୁ ଜୀବନ୍ତ ରଖି ଦାସୁନଙ୍କୁ ପୁନର୍ବାର କ୍ରିଜକୁ ଡାକିଲେ।

Mankad out

ଏଥି ସହିତ ସେ ତୃତୀୟ ଅମ୍ପାୟାର ପାଖକୁ ନ ଯିବାକୁ ଫିଲ୍ଡ ଅମ୍ପାୟାରଙ୍କୁ ନିବେଦନ କରିଥିଲେ। ରୋହିତ ଶର୍ମାଙ୍କ ଏହି ଖେଳ ଭାବନା ମନବୃତି ଯୋଗୁଁ ଶାନାକା ତାଙ୍କ ଶତକ ପୂରଣ କରିବାରେ ସକ୍ଷମ ହୋଇଥିଲେ। ଏଥି ସହିତ ସୋସିଆଲ ମିଡିଆରେ ଏହି ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି।

ଦେଖନ୍ତୁ ଭିଡ଼ିଓ: