ବିଶାଖାପାଟନମ୍ ଟେଷ୍ଟ ପୂର୍ବରୁ ଇଂଲଣ୍ଡ ଖେଳାଳି ଭାରତକୁ କଲେ ବଡ଼ ଚ୍ୟାଲେଞ୍ଜ, କହିଲେ "ଭାରତ ନିଜର ପିଚ୍ ପ୍ରସ୍ତୁତ କରିବ ଏବଂ.."

  1. Home
  2. Test Cricket

ବିଶାଖାପାଟନମ୍ ଟେଷ୍ଟ ପୂର୍ବରୁ ଇଂଲଣ୍ଡ ଖେଳାଳି ଭାରତକୁ କଲେ ବଡ଼ ଚ୍ୟାଲେଞ୍ଜ, କହିଲେ "ଭାରତ ନିଜର ପିଚ୍ ପ୍ରସ୍ତୁତ କରିବ ଏବଂ.."


ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳକୁ ପରାସ୍ତ କରିବା ପରେ ଇଂଲଣ୍ଡର ଆତ୍ମବିଶ୍ୱାସ ବେସ୍ ଅଧିକ ରହିଛି। କିନ୍ତୁ, ପରବର୍ତ୍ତୀ ମ୍ୟାଚ୍ ପୂର୍ବରୁ ସେମାନେ ପିଚକୁ ନେଇ ଚିନ୍ତାରେ ରହିଛି ଇଂଲଣ୍ଡ।  ଫେବୃଆରୀ ୨ ତାରିଖରୁ ବିଶାଖାପାଟନମ ଠାରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପୂର୍ବରୁ ପେସର୍ ମାର୍କ ଉଡ୍ କହିଛନ୍ତି ଯେ ସ୍ପିନ୍-ଫ୍ରେଣ୍ଡଲି ପିଚ୍‌ରେ ଇଂଲଣ୍ଡର ଅସୁବିଧା ହେବ ତାହା ଏକ ପୂର୍ବ ସିଦ୍ଧାନ୍ତ ନୁହେଁ। 

Wood

ଉଡ୍ କହିଛନ୍ତି ଯେ ହାଇଦ୍ରାବାଦରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ପରାଜୟ ଭାରତୀୟ ଦଳକୁ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଚିନ୍ତାରେ ପକାଇ ଦେଇଛି। ଉପ-ଅଧିନାୟକ ଓଲି ପୋପଙ୍କ ଚମତ୍କାର ୧୯୬ ରନ୍ ଏବଂ ବାମହାତୀ ସ୍ପିନର ଟମ୍ ହାର୍ଟଲିଙ୍କ ଦ୍ବିତୀୟ ଇନିଂସରେ ୭ ୱିକେଟ୍ ଯୋଗୁଁ ଇଂଲଣ୍ଡ ରବିବାର ଉଦ୍‌ଘାଟନୀ ଟେଷ୍ଟରେ ଏକ ସ୍ମରଣୀୟ ୨୮ ରନ୍ ବିଜୟ ହାସଲ କରିଛି।  

୨୩୧ ରନର ଲକ୍ଷ୍ୟକୁ ପିଛା କରୁଥିବା ଭାରତୀୟ ଦଳ ମାତ୍ର ୨୦୨ ରନ ସଂଗ୍ରହ କରିପାରିଥିଲା। ଏଥିସହିତ ଭ୍ରମଣକାରୀ ଦଳ ମଧ୍ୟ ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। ମାର୍କ ଉଡ୍ 'କ୍ରିକଇନଫୋ' ମାଧ୍ୟମରେ କହିଛନ୍ତି ଯେ,' ମୁଁ ଜାଣେ ନାହିଁ ସେମାନେ କେଉଁ ପ୍ରକାର ପିଚ୍ ପ୍ରସ୍ତୁତ କରିବେ। ଭାରତ ପାଖରେ ଯେ କୌଣସି ପ୍ରକାର ପିଚ ପ୍ରସ୍ତୁତ କରିବାର କ୍ଷମତା ରହିଛି’।  ‘ମୁଁ ଭାରତରେ ବିଶ୍ୱକପ୍ ଏବଂ ଆଇପିଏଲ୍ ମ୍ୟାଚ୍ ଖେଳିଛି ଯେଉଁଠାରେ ଦ୍ରୁତ ବୋଲିଂ ଫ୍ରେଣ୍ଡଲି, ଫ୍ଲାଟ ପିଚ୍ ଏବଂ ସ୍ପିନ୍ ଫ୍ରେଣ୍ଡଲି ୱିକେଟ୍ ସବୁ ମିଳିଥିଲା। ସେମାନେ ଚାହୁଁଥିବା ଯେ କୌଣସି ପ୍ରକାରର ୱିକେଟ୍ ପ୍ରସ୍ତୁତ କରିବାର କ୍ଷମତା ରହିଛି କିନ୍ତୁ ବର୍ତ୍ତମାନ ଆମେ ଏଥିନେଇ କିଛି ଚିନ୍ତା କରୁନାହୁଁ। 

England

ହାଇଦ୍ରାବାଦ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ପାଇଁ ଓଲି ପୋପ୍ ଚମତ୍କାର ପ୍ରଦର୍ଶନ କରିଥିଲେ।  ସେ ରବିଚନ୍ଦ୍ରନ୍ ଅଶ୍ୱିନ୍, ରବିନ୍ଦ୍ର ଜାଡେଜା ଏବଂ ଅକ୍ସର ପଟେଲଙ୍କ ଭାରତୀୟ ସ୍ପିନ୍ ଟ୍ରାଇ ବିପକ୍ଷରେ ଦ୍ୱିତୀୟ ଇନିଂସରେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ଉଡ୍ କହିଛନ୍ତି ଯେ, 'ଓଲି ପୋପ୍ ଏକ ଚମତ୍କାର ଇନିଂସ ଖେଳିଥିଲେ, ତାଙ୍କୁ ବର୍ତ୍ତମାନ ବିଶ୍ଳେଷଣ କରିବାକୁ ପଡିବ।  ସେମାନେ କିପରି ପ୍ରତିଦ୍ୱନ୍ଦ୍ୱିତା କରିବେ ତାହା ବିଶ୍ଳେଷଣ କରିବାକୁ ପଡିବ। ଆମେ ପ୍ରଥମ ମ୍ୟାଚ୍ ଜିତିଛୁ। ଏହା ଏକ ବଡ ସଫଳତା କିନ୍ତୁ ମୁଁ ଭାବୁନାହିଁ ଯେ ଆମକୁ ବହୁତ ଆଗକୁ ଚିନ୍ତା କରିବା ଆବଶ୍ୟକ ଅଟେ’।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରଥମ ଟେଷ୍ଟ ପାଇଁ ଇଂଲଣ୍ଡର ଚୂଡାନ୍ତ ଏକାଦଶରେ ୩୪ ବର୍ଷିୟ ଉଡ୍ ଏକମାତ୍ର ଦ୍ରୁତ ବୋଲର ଥିଲେ ଏବଂ ସେ କହିଥିଲେ ଯେ ଯେତେବେଳେ ଅଧିନାୟକ ବେନ ଷ୍ଟୋକ୍ସ ତାଙ୍କୁ ଛୋଟ ସ୍ପେଲରେ ବୋଲିଂ କରିବାକୁ କହିଥିଲେ ସେତେବେଳେ ତାଙ୍କୁ ଅଜବ ଅନୁଭବ ହୋଇଥିଲା।  

Wood

ଉଡ଼ ପ୍ରଥମ ମ୍ୟାଚରେ ୨୫ ଓଭର ବୋଲିଂ କରିଥିଲେ ​​କିନ୍ତୁ ୱିକେଟ୍ ପାଇନଥିଲେ। ଅନ୍ୟପକ୍ଷରେ ଭାରତୀୟ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ମ୍ୟାଚରେ ୬ଟି ୱିକେଟ୍ ନେଇଥିଲେ ଯେଉଁଥିରେ ଦ୍ୱିତୀୟ ଇନିଂସରେ ସେ ୪୧ ରନ୍ ଦେଇ ୪ ୱିକେଟ୍ ନେଇଥିଲେ। ଉଡ୍ କହିଛନ୍ତି ଯେ, “ବୁମ୍ରା ଘାତକ ବୋଲିଂ କରି ମୋ ପଥକୁ ସହଜ କରିନଥିଲେ। ଏହା କଠିନ ଥିଲା। ଟିକିଏ ଅଜବ ମଧ୍ୟ। ମ୍ୟାଚ୍ ସମୟରେ, ମୁଁ ଭାବୁଥିଲି 'ମୁଁ ଏଠାରେ ବୋଲିଂ କରିପାରିବି' କିନ୍ତୁ ସ୍ପିନ୍ ହିଁ ପ୍ରକୃତ କ୍ଷତି ଘଟାଉଥିଲା।