ରୋହିତ-ବିରାଟ ନୁହେଁ ବରଂ ଭାରତର ଖରାପ ପ୍ରଦର୍ଶନ ପାଇଁ ଦାୟୀ ରହିବେ ଏହି ଷ୍ଟାର ପ୍ଲେୟାର୍!

  1. Home
  2. Test Cricket

ରୋହିତ-ବିରାଟ ନୁହେଁ ବରଂ ଭାରତର ଖରାପ ପ୍ରଦର୍ଶନ ପାଇଁ ଦାୟୀ ରହିବେ ଏହି ଷ୍ଟାର ପ୍ଲେୟାର୍!


ପୁଣେରେ ଭାରତ ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡ ଦଳର ପ୍ରାଧାନ୍ୟ ଦେଖିବାକୁ ମିଳିଛି। ପ୍ରଥମ ଇନିଂସରେ ନ୍ୟୁଜିଲ୍ୟାଣ୍ଡ ୨୫୯ ରନ୍ ସ୍କୋର କରିଥିଲା। ଜବାବରେ ମିଚେଲ ସ୍ୟାଣ୍ଟନର ୬ ୱିକେଟ୍ ନେଇ ଭାରତକୁ ୧୫୯ ରନରେ ଅଲଆଉଟ କରି ଦେଇଥିଲେ। ଏହା ସହ ନ୍ୟୁଜିଲ୍ୟାଣ୍ଡ ଦଳ ପ୍ରଥମ ଇନିଂସରେ ୧୦୩ ରନର ଅଗ୍ରଣୀ ହାସଲ କରିବାରେ ସଫଳ ହୋଇଥିଲା।

Rohit

ଦ୍ୱିତୀୟ ଇନିଂସରେ ମଧ୍ୟ ଭ୍ରମଣକାରୀ ଦଳ ୫ ୱିକେଟ୍ ହରାଇ ୧୮୦ ରନ୍ ସ୍କୋର କରି ଭାରତକୁ ବ୍ୟାକ୍ ଫୁଟକୁ ଠେଲି ଦେଇଛି। ଏଠାରୁ ଭାରତର ବିଜୟ ଏକ ଚମତ୍କାର ଠାରୁ କମ୍ ହେବ ନାହିଁ। ଯଦି ଭାରତ ଟେଷ୍ଟ ସିରିଜ୍ ହାରିଯାଏ, ତେବେ ପରାଜୟର ଦୋଷ ଜଣେ ଏପରି ଖେଳାଳିଙ୍କ ଉପରେ ପଡିବ ଯିଏ ବାଂଲାଦେଶ ବିପକ୍ଷରେ ହଇଚଇ ସୃଷ୍ଟି କରିଛି। 

Boom

ଭାରତୀୟ ବୋଲରମାନେ ବାଂଲାଦେଶ ବିପକ୍ଷରେ ଚମତ୍କାର ବୋଲିଂ କରିଥିବାବେଳେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ସମାନ ଶକ୍ତି ପ୍ରଦର୍ଶନ କରି ପାରିନଥିଲେ। ଭାରତର ବୋଲିଂ ଆଗରେ ବାଂଲାଦେଶ ବ୍ୟାଟ୍ସମ୍ୟାନମାନେ କମ୍ପୁଥିଲେ। କିନ୍ତୁ, ନ୍ୟୁଜିଲ୍ୟାଣ୍ଡର ବ୍ୟାଟ୍ସମ୍ୟାନମାନେ ଭାରତର ବୋଲିଂକୁ ସମ୍ପୂର୍ଣ୍ଣ ସାଧାରଣ ସାବ୍ୟସ୍ତ କରିଛନ୍ତି। କିୱି ଦଳ ବିପକ୍ଷରେ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରାଙ୍କ ଠାରୁ ବହୁତ ଆଶା ଥିଲା। କିନ୍ତୁ, ବୁମ୍ରା କିଛି ବିଶେଷ ପ୍ରଦର୍ଶନ କରିପାରି ନାହାଁନ୍ତି। 

Rohit

ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଇନିଂସରେ ଜସପ୍ରୀତ ବୁମ୍ରା କୌଣସି ୱିକେଟ୍ ନେଇ ନଥିଲେ।  ସେ ୮ ଓଭର ବୋଲିଂ କରିଥିଲେ।  ଏହି ଅବଧିରେ ସେ ୩୨ ରନ୍ ଖର୍ଚ୍ଚ କରିଥିଲେ ଏବଂ କୌଣସି ୱିକେଟ୍ ନେଇପାରିନଥିଲେ। ଦ୍ୱିତୀୟ ଇନିଂସରେ ଭାରତକୁ ନ୍ୟୁଜିଲାଣ୍ଡ ଦଳକୁ ଯଥାଶୀଘ୍ର ଅଟକାଇବାର ଥିଲା। କିନ୍ତୁ ବୁମରା ୱିକେଟ୍ ନେବାରେ ସଫଳ ହୋଇପାରିନଥିଲେ। ସେ ୬ ଓଭର ବୋଲିଂ କରି ଗୋଟିଏ ମଧ୍ୟ ୱିକେଟ୍ ନେଇପାରିନଥିଲେ। ପ୍ରଥମ ଟେଷ୍ଟର ୨ ଇନିଂସରେ ସେ ମାତ୍ର ୩ ୱିକେଟ୍ ନେଇ ପାରିଛନ୍ତି। 

Boom

ନ୍ୟୁଜିଲାଣ୍ଡ ବିପକ୍ଷରେ ୱିକେଟ୍ ନ ନେଇ ଜସପ୍ରୀତ ବୁମରା ସୋସିଆଲ ମିଡିଆରେ ପରିହାସର ପାତ୍ର ସାଜିଛନ୍ତି। କାରଣ ସେ ବାଂଲାଦେଶ ଭଳି ଦଳ ବିରୋଧରେ ସାଂଘାତିକ ବୋଲିଂ କରି ବ୍ୟାଟ୍ସମ୍ୟାନମାନଙ୍କୁ ଅସୁବିଧାରେ ପକାଇଥିଲେ। ବାଂଲାଦେଶ ବିପକ୍ଷ ୧ ଟେଷ୍ଟରେ ବୁମରା ୧୧ ୱିକେଟ୍ ନେଇଥିଲେ।  କିନ୍ତୁ, କିୱି ଦଳ ବିପକ୍ଷରେ ୱିକେଟ୍ ନେଇପାରିନଥିଲେ, ଯଦି ଭାରତ ସିରିଜ୍ ହାରିଯାଏ ତେବେ ବିରାଟ କୋହଲି-ରୋହିତ ଶର୍ମାଙ୍କ ସହ ବୁମରା ମଧ୍ୟ ପରାଜୟର ଦାୟୀ ରହିବେ। ଏହି ତିନି ଖେଳାଳିଙ୍କ ଠାରୁ ଅଧିକ ପ୍ରଦର୍ଶନର ଆଶା ରହିଥିଲା।