ଅଷ୍ଟ୍ରେଲିଆ ନୁହେଁ ବରଂ ଭାରତ ସହିତ WTC ଫାଇନାଲ ଖେଳିବ ଏହି ଦଳ! ମାଟି କାମୁଡିବ କଙ୍ଗାରୁ ଦଳ….
ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ବାଂଲାଦେଶକୁ ୨-୦ରେ ପରାସ୍ତ କରିବା ପରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲକୁ ରାସ୍ତା ଭାରତ ପାଇଁ ସହଜ ହୋଇଛି। WTC ଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ ରଖିବା ପାଇଁ ଟିମ୍ ଇଣ୍ଡିଆକୁ ୮ ଟି ମ୍ୟାଚ୍ ମଧ୍ୟରୁ ୩ ଟି ଜିତିବାକୁ ହେବ। ଅନ୍ୟପକ୍ଷରେ ଡବ୍ଲୁଟିଏସି ଫାଇନାଲର ପଏଣ୍ଟ ଟେବୁଲରେ ଭାରତୀୟ ଦଳ ପରେ ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନରେ ରହିଛି। ସମସ୍ତେ ପୁଣି ଥରେ ଆଶା କରୁଛନ୍ତି ଯେ ଏହି ଚାମ୍ପିଅନସିପ୍ ର ଫାଇନାଲ୍ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ତଥାପି, ଗୋଟିଏ ଦଳ ଅଛି ଯାହା ଅଷ୍ଟ୍ରେଲିଆକୁ ପ୍ରତିଯୋଗିତା ଦେଉଥିବା ପରି ମାନେହେଉଛି।
ଅଷ୍ଟ୍ରେଲିଆ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ପୂର୍ବତନ ବିଜେତା ଅଟନ୍ତି। ଗତଥର କଙ୍ଗାରୁ ଦଳ ଭାରତକୁ ପରାସ୍ତ କରି ଏହି ଟାଇଟଲ ଜିତିଥିଲା। ବର୍ତ୍ତମାନ ସୁଦ୍ଧା ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନରେ ଅଛି ଏବଂ ଫାଇନାଲ୍ ଆଡକୁ ବଢୁଛି। କିନ୍ତୁ ଶ୍ରୀଲଙ୍କା ଏଥର ଚାହିଁଲେ ଅଷ୍ଟ୍ରେଲିଆର ଯାତ୍ରା ଶେଷ କରିପାରିବ। ନିକଟରେ ଶ୍ରୀଲଙ୍କା ନ୍ୟୁଜିଲାଣ୍ଡକୁ ଟେଷ୍ଟ ସିରିଜରେ ହରାଇବାରେ ସଫଳ ହୋଇଛି। ଏହି ଦଳ ଅଷ୍ଟ୍ରେଲିଆ ଠାରୁ ଗୋଟିଏ ଏବଂ ଦକ୍ଷିଣ ଆଫ୍ରିକା ଠାରୁ ଦୁଇଟି ଟେଷ୍ଟ ମ୍ୟାଚ ଜିତିବା ଆବଶ୍ୟକ କରୁଛି। ଏଭଳି ପରିସ୍ଥିତିରେ ଶ୍ରୀଲଙ୍କା ଦଳ ମଧ୍ୟ WTC ଫାଇନାଲରେ ଭାରତ ସହ ଖେଳୁଥିବା ଦେଖିବାକୁ ମିଳିପାରେ।
ବର୍ତ୍ତମାନ ଇଂଲଣ୍ଡ, ପାକିସ୍ଥାନ, ବାଂଲାଦେଶ ଏବଂ ୱେଷ୍ଟଇଣ୍ଡିଜ୍ ଦଳ WTC ଫାଇନାଲ୍ ଦୌଡ଼ରୁ ବାହାରେ ରହିଛନ୍ତି। ୭୪.୨୪ ପ୍ରତିଶତ ବିଜୟ ସହିତ ଭାରତ ପ୍ରଥମ ସ୍ଥାନରେ ରହିଛି। ୬୨.୫୦ ଶତକଡା ବିଜୟ ସହିତ ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନରେ ଏବଂ ୫୫.୫୬ ପ୍ରତିଶତ ବିଜୟ ସହ ଶ୍ରୀଲଙ୍କା ତୃତୀୟ ସ୍ଥାନରେ ରହିଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତ ପରବର୍ତ୍ତୀ ତିନୋଟି ଟେଷ୍ଟ ମ୍ୟାଚ ଖେଳିବ। କିନ୍ତୁ ଏଭଳି ପରିସ୍ଥିତିରେ ଭାରତକୁ ଘରେ ହରାଇବା କଠିନ ହେବ ନିଶ୍ଚିତ। ଏପରି ହେଲେ ଭାରତ କ୍ରମାଗତ ତୃତୀୟ ଫାଇନାଲ ଖେଳୁଥିବା ଦେଖିବାକୁ ମିଳିପାରେ।
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ମଧ୍ୟ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍ WTC ଫାଇନାଲରେ ପହଞ୍ଚିବା ପାଇଁ ଅଷ୍ଟ୍ରେଲିଆର ପଥ ସ୍ଥିର କରିବ। କଙ୍ଗାରୁଙ୍କୁ ବର୍ତ୍ତମାନ ୭ ଟି ମ୍ୟାଚ ମଧ୍ୟରୁ ୪ ଟି ଜିତିବାକୁ ପଡିବ। ସେ ଭାରତ ବିପକ୍ଷରେ ୫ ଟି ଏବଂ ଶ୍ରୀଲଙ୍କା ବିପକ୍ଷରେ ୨ ଟି ଟେଷ୍ଟ ଖେଳିବ। ଗତ ଦୁଇଥର ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆରେ ବର୍ଡର ଗାଭାସ୍କର ଟ୍ରଫି ଜିତିଛି। ଯଦି ଏଥର ମଧ୍ୟ ଏହି ସିରିଜରେ ଭାରତ କଙ୍ଗାରୁକୁ ପରାସ୍ତ କରେ, ତେବେ ଶ୍ରୀଲଙ୍କା WTC ଫାଇନାଲରେ ପହଞ୍ଚିବା ପ୍ରାୟ ନିଶ୍ଚିତ ହେବ।