ଦୃଢ଼ ବ୍ୟାଟିଂ କରି ବଡ଼ ରେକର୍ଡ ସୃଷ୍ଟି କରିଲେ ଋଷବ ପନ୍ତ! ଇନିଂସ ପରାଜୟରୁ ବର୍ତ୍ତିଲା ଭାରତ….

  1. Home
  2. Test Cricket

ଦୃଢ଼ ବ୍ୟାଟିଂ କରି ବଡ଼ ରେକର୍ଡ ସୃଷ୍ଟି କରିଲେ ଋଷବ ପନ୍ତ! ଇନିଂସ ପରାଜୟରୁ ବର୍ତ୍ତିଲା ଭାରତ….


ବେଙ୍ଗାଲୁରୁ ଟେଷ୍ଟରେ ଟିମ୍ ଇଣ୍ଡିଆ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛି। ଦ୍ୱିତୀୟ ଇନିଂସରେ ଭାରତ ୭ ୱିକେଟ୍ ହରାଇ ୪୫୩ ରନ୍ ସ୍କୋର କରିଛି। ଭାରତ ନ୍ୟୁଜିଲ୍ୟାଣ୍ଡ ଠାରୁ ୯୭ ରନ ଅଗ୍ରଣୀ ହାସଲ କରି ସାରିଛି। ଋଷବ ପନ୍ତ ଏବଂ ସରଫରାଜ୍ ଭାରତୀୟ ଦଳକୁ ଲଜ୍ଜାଜନକ ଇନିଂସ ପରାଜୟରୁ ରକ୍ଷା କରିପାରିଛନ୍ତି।

Rishab

ପନ୍ତ ତାଙ୍କ ପ୍ରାକୃତିକ ଶୈଳୀରେ ଆକ୍ରମଣାତ୍ମକ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ୯୯ ରନ କରି ଦୁର୍ଭାଗ୍ୟପୂର୍ଣ୍ଣ ଭାବରେ ଆଉଟ ହୋଇଥିଲେ। ଦ୍ୱିତୀୟ ଦିନର ଖେଳ ଶେଷ ହେବା ପରେ ଭାରତ ଶେଷ ଅଧିବେଶନର ଶେଷ ବଲରେ ତୃତୀୟ ୱିକେଟ୍ ଭାବରେ ବିରାଟ କୋହଲିଙ୍କ ୱିକେଟ୍ ହରାଇଥିଲା।  ତୃତୀୟ ଦିନରେ ଋଷଭ ପନ୍ତ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ। ସେ ସରଫରାଜ ଖାନଙ୍କ ସହ ଭାରତର ଇନିଂସକୁ ଆଗକୁ ନେଇଥିଲେ।

Pant

ଚତୁର୍ଥ ୱିକେଟ୍ ପାଇଁ ଦୁଇ ଖେଳାଳିଙ୍କ ମଧ୍ୟରେ ୧୭୭ ରନର ଭାଗିଦାରୀ ହୋଇଥିଲା। ଯେଉଁଥିରେ ଋଷଭ ପନ୍ତ ୮୯ ରନ୍ ସଂଗ୍ରହ କରିଥିଲେ। କିନ୍ତୁ ଏହି ଯୋଡି ଭାଙ୍ଗିବା ପରେ ଭାରତ ପକ୍ଷରୁ ଅନ୍ୟ କେହି ବ୍ୟାଟ୍ସମ୍ୟାନ ରନ ସ୍କୋର କରିପାରିନଥିଲେ। ଫଳରେ ଭାରତ ମାତ୍ର ୪୬୨ ରନରେ ଅଲଆଉଟ ହୋଇ ଯାଇଥିଲା।

Pant

ଅନ୍ୟପକ୍ଷରେ, ଏହି ଇନିଂସ ଆଧାରରେ ପନ୍ତ ତାଙ୍କ ନାମରେ ଅନେକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି। ସେ ଟେଷ୍ଟ କ୍ରିକେଟରେ ୱିକେଟ୍ କିପର ଭାବରେ ଦ୍ରୁତତମ ୫୦୦ ରନ୍ ପୂରଣ କରିଛନ୍ତି। ଏହା ବ୍ୟତୀତ, ଯେଉଁ ୱିକେଟରକ୍ଷକ ମାନେ ୧୦୦୦ ରନ କରିଛନ୍ତି ସେମାନଙ୍କ ମଧ୍ୟରେ ପନ୍ତ ଧୃତତମ ଅଟନ୍ତି। ଭାରତ ପାଇଁ ଟେଷ୍ଟରେ ୱିକେଟରକ୍ଷକ ଭାବରେ ପନ୍ତ ଦ୍ରୁତତମ ୧୫୦୦, ୨୦୦୦ ଏବଂ ୨୫୦୦ ରନ୍ ସ୍କୋର କରିଛନ୍ତି।