ପ୍ରଥମ ଟେଷ୍ଟ ପାଇଁ ବିଦା ହେଲେ ଅକ୍ସର୍ ଏବଂ ରାହୁଲ! ଏଭଳି ଟିମ୍ ଘୋଷଣା କରିଲେ ଷ୍ଟାର୍ ଖେଳାଳି…..

  1. Home
  2. Test Cricket

ପ୍ରଥମ ଟେଷ୍ଟ ପାଇଁ ବିଦା ହେଲେ ଅକ୍ସର୍ ଏବଂ ରାହୁଲ! ଏଭଳି ଟିମ୍ ଘୋଷଣା କରିଲେ ଷ୍ଟାର୍ ଖେଳାଳି…..


ଭାରତ ଏବଂ ବାଂଲାଦେଶ  ମଧ୍ୟରେ ହେବାକୁ ଥିବା ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ପାଇଁ ଆଉ ମାତ୍ର କିଛି ଦିନ ବାକି ରହିଛି। ସେପ୍ଟେମ୍ବର ୧୯ ତାରିଖରେ ଚେନ୍ନାଇ ଗ୍ରାଉଣ୍ଡରେ ଉଭୟ ଦଳ ଏହି ସିରିଜ୍ ଆରମ୍ଭ କରିବେ। ରୋହିତ ଶର୍ମା ପୁଣି ଥରେ ଟେଷ୍ଟ ଦଳର ଅଧିନାୟକ ହେବେ। ଏହି ସିରିଜରେ ବିରାଟ କୋହଲି, ଜସପ୍ରୀତ ବୁମ୍ରା ଏବଂ ରିଷଭ ପନ୍ତ ମଧ୍ୟ ଦେଖିବାକୁ ମିଳିବେ।

India

ଏହି ସିରିଜର ପ୍ରଥମ ମ୍ୟାଚ୍ ପାଇଁ ୧୬ ଜଣ ଖେଳାଳିଙ୍କୁ ଚୟନ କରାଯାଇଛି। କିନ୍ତୁ କେଉଁ ୧୧ ଜଣ ଖେଳାଳି ଟିମ୍ ଇଣ୍ଡିଆ ପାଇଁ ମୈଦାନକୁ ଓହ୍ଲାଇବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ହେଲେ ଏହା ମଧ୍ୟରେ ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି ୧୧ ଜଣ ଖେଳାଳିଙ୍କୁ ଚୟନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ପୂର୍ବତନ ସ୍ପିନର ବ୍ରାଡ ହଗ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଭାରତର ୧୧ ଜଣ ଖେଳାଳିଙ୍କୁ ଚୟନ କରିଛନ୍ତି। ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ  ସେ କହିଛନ୍ତି ଯେ ଏହି ପ୍ରଥମ ଟେଷ୍ଟ ପାଇଁ ସେ ରୋହିତ ଶର୍ମା ଏବଂ ଯଶସ୍ୱୀ ଜୟସୱାଲଙ୍କ ସହ ଓପନିଙ୍ଗ କରିବାକୁ ଚାହୁଁଛନ୍ତି।

India

ଏହା ପରେ ସେ ଆଗାମୀ ବ୍ୟାଟ୍ସମ୍ୟାନ୍ ତାଲିକାରେ ଗିଲ, କୋହଲି ଏବଂ ଜାଡେଜାଙ୍କୁ ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ସ୍ଥାନିତ କରିଛନ୍ତି। ଏହା ପରେ ରିଷଭ ପନ୍ତଙ୍କ ସହ ସେ ସରଫରାଜ ଖାନଙ୍କୁ ମଧ୍ୟ ଦଳରେ ସାମିଲ କରିଛନ୍ତି। ବୋଲିଂ ପାଇଁ ବ୍ରେଡ ହଗ ଆର ଅଶ୍ୱିନ, କୁଲଦୀପ ଯାଦବ, ଜସପ୍ରୀତ ବୁମ୍ରା ଏବଂ ମହମ୍ମଦ ସିରାଜଙ୍କୁ ଚୟନ କରିଛନ୍ତି।

Kl

ହଗ୍ ପ୍ରଥମ ଟେଷ୍ଟ ପାଇଁ କେ.ଏଲ୍ ରାହୁଲ ଏବଂ ଅକ୍ସର ପଟେଲଙ୍କୁ ଦଳରେ ସ୍ଥାନ ଦେଇ ନାହାନ୍ତି। ସେ ବିଶ୍ୱାସ କରନ୍ତି ଯେ ବର୍ତ୍ତମାନ ଏହି ଦୁଇ ଖେଳାଳିଙ୍କ ପାଇଁ ଦଳରେ ସ୍ଥାନ ପାଇବା କଷ୍ଟକର ଅଟେ। ଏହା ବ୍ୟତୀତ ସେ ଏହା ମଧ୍ୟ କହିଛନ୍ତି ଯେ ଯେତେବେଳେ ବର୍ଡର ଗାଭାସ୍କର ଟ୍ରଫି ପାଇଁ ଭାରତ ଅଷ୍ଟ୍ରେଲିଆ ଆସିବ, ସେତେବେଳେ ସେମାନଙ୍କ ପ୍ଲେଇଙ୍ଗ-୧୧ ସମାନ ରହିବ। 

Axar

ତେବେ ବ୍ରେଡ ହଗ ଇଣ୍ଡିଆ ବନାମ ବାଂଲାଦେଶ ଟେଷ୍ଟ ପାଇଁ ରୋହିତ ଶର୍ମାଙ୍କୁ କ୍ୟାପଟେନ ଭାବେ ବାଛିଥିବା ବେଳେ ଯଶସ୍ୱୀ ଜୟସୱାଲ, ଶୁବମନ ଗିଲ, ବିରାଟ କୋହଲି, ରବିନ୍ଦ୍ର ଜାଡେଜା, ସରଫରାଜ ଖାନ, ରିଷଭ ପନ୍ତ (ୱିକେଟ୍ କିପର), ରବିଚନ୍ଦ୍ରନ ଅଶ୍ୱିନ, କୁଲଦୀପ ଯାଦବ, ମହମ୍ମଦ ସିରାଜ ଏବଂ ଜସପ୍ରୀତ ବୁମ୍ରାଙ୍କୁ ଚୟନ କରିଛନ୍ତି ।