IND vs ENG: ଦ୍ଵିତୀୟ ଟେଷ୍ଟ ପାଇଁ ଭାରତୀୟ ଦଳରେ ଦେଖା ଦେବ ଏହି ବଡ଼ ପରିବର୍ତ୍ତନ! ବାଦ୍ ପଡ଼ିଲେ ଏହି ଦୁଇ ଧୁରନ୍ଦର….

  1. Home
  2. Test Cricket

IND vs ENG: ଦ୍ଵିତୀୟ ଟେଷ୍ଟ ପାଇଁ ଭାରତୀୟ ଦଳରେ ଦେଖା ଦେବ ଏହି ବଡ଼ ପରିବର୍ତ୍ତନ! ବାଦ୍ ପଡ଼ିଲେ ଏହି ଦୁଇ ଧୁରନ୍ଦର….


ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ଜାରି ରହିଛି। ପ୍ରଥମ ମ୍ୟାଚରେ ଭାରତ ଭଲ ସ୍ଥିତିରେ ରହିଥିଲେ ହେଁ ଇଂଲଣ୍ଡ କଡା ପ୍ରତ୍ୟାବର୍ତ୍ତନ କରିବା ସହିତ ମାତ୍ର ୨୮ ରନରେ ମ୍ୟାଚ ଜିତିବାରେ ସଫଳ ହୋଇଥିଲା। ଏହି ମ୍ୟାଚରେ ଭାରତ ଦ୍ଵିତୀୟ ଇନିଂସରେ ଖରାପ ବ୍ୟାଟିଂ କରିବା ହେତୁ ପରାଜୟର ସମ୍ମୁଖୀନ ହୋଇଥିଲା।

Team india

ଭାରତ ସମ୍ମୁଖରେ ଇଂଲଣ୍ଡ ମାତ୍ର ୨୩୧ ରନର ଲକ୍ଷ ରଖିଥିଲେ ହେଁ ଭାରତ ଏହାକୁ ପିଛା କରିବାରେ ଅସଫଳ ହୋଇଥିଲା। ତେଣୁ ଭାରତକୁ ନିଜ ବ୍ୟାଟିଂ ଲାଇନ ଅପ୍ ଉପରେ ନିଶ୍ଚିତ ଭାବରେ ସୁଧାର ଆଣିବାକୁ ହେବ। ଗୋଟିଏ ପଟେ ବିରାଟ କୋହଲି ଦ୍ଵିତୀୟ ଟେଷ୍ଟ ଖେଳୁନଥିବା ବେଳେ ଭାରତ ପାଇଁ ଆଘାତ ସମସ୍ୟା ଚିନ୍ତାର କାରଣ ପାଲଟିଛି।

Sarfaraz

ଭାରତର ମିଡଲ୍ ଅର୍ଡର ବ୍ୟାଟର କେ.ଏଲ ରାହୁଲ ଏବଂ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଆଘାତଜନିତ ସମସ୍ୟା ହେତୁ ଦ୍ଵିତୀୟ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି। ଏହା ଭାରତର ବ୍ୟାଟିଂ ଲାଇନଅପ୍ କୁ ନିଶ୍ଚିତ ଭାବରେ ଦୁର୍ବଳ କରିବ। ତେବେ, ରାହୁଲଙ୍କ ସ୍ଥାନରେ ଯୁବ ବ୍ୟାଟର ସର୍ଫରାଜ୍ ଖାନଙ୍କୁ ଦେଖିବାକୁ ମିଳିପାରେ। ଅନ୍ୟପକ୍ଷରେ ଜାଡେଜାଙ୍କ ସ୍ଥାନରେ ୱାସିଂଟନ୍ ସୁନ୍ଦର କିମ୍ବା ସୌରଭ କୁମାରଙ୍କୁ ଦେଖିବାକୁ ମିଳିପାରେ।

Sourav

ସେହିପରି ଭାବରେ ଶୁଭମାନ ଗିଲଙ୍କ ଫର୍ମ ମଧ୍ୟ ଚିନ୍ତାର ବିଷୟ ପାଲଟିଛି। ତାଙ୍କ ବ୍ୟାଟରୁ ରନ୍ ବାହାରୁନଥିବା ବେଳେ ତାଙ୍କ ସ୍ଥାନରେ ରଜତ ପାଟିଦାରଙ୍କୁ ମଉକା ମିଳିପାରେ। ତେଣୁ, ଦ୍ଵିତୀୟ ଟେଷ୍ଟ ପାଇଁ ଭାରତ ପକ୍ଷରୁ ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ ଦେଖାଦେବା ଏକ ପ୍ରକାର ନିଶ୍ଚିତ ଅଟେ।