ୱେଷ୍ଟଇଣ୍ଡିଜ୍ ଠାରୁ ଜିତିବା ପରେ ଭାରତକୁ ଟକ୍କର ଦେବ ଇଂଲଣ୍ଡ! ଏବେ ପଏଣ୍ଟ ଟେବୁଲରେ ମିଳିଛି ଏହି ସ୍ଥାନ….

  1. Home
  2. Test Cricket

ୱେଷ୍ଟଇଣ୍ଡିଜ୍ ଠାରୁ ଜିତିବା ପରେ ଭାରତକୁ ଟକ୍କର ଦେବ ଇଂଲଣ୍ଡ! ଏବେ ପଏଣ୍ଟ ଟେବୁଲରେ ମିଳିଛି ଏହି ସ୍ଥାନ….


ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରେ ଇଂଲଣ୍ଡ ୱେଷ୍ଟଇଣ୍ଡିଜକୁ ୨୪୧ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ଇଂଲଣ୍ଡ ସିରିଜରେ ୨-୦ରେ ଅଗ୍ରଣୀ ହାସଲ କରିବା ସହିତ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଟେବୁଲରେ ଅଗ୍ରଣୀ ହାସଲ କରିଛି। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏହି ଚମତ୍କାର ପ୍ରଦର୍ଶନ ଏବଂ ବିଜୟ ପରେ ଇଂଲଣ୍ଡ ବର୍ତ୍ତମାନ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ୨୦୨୩-୨୫ ​​ରେ ଷଷ୍ଠ ସ୍ଥାନରେ ପହଞ୍ଚିଛି। ଏଥି ସହିତ ୱେଷ୍ଟଇଣ୍ଡିଜକୁ ମଧ୍ୟ ଏକ ବଡ଼ ଝଟକା ଦେଇଛି।

Eng

ବର୍ତ୍ତମାନର ସଂସ୍କରଣରେ ଏହା ହେଉଛି ଇଂଲଣ୍ଡର ୫ମ ବିଜୟ। ଇଂରାଜୀ ଦଳ ୨୦୨୩-୨୫ ​​ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ଏପର୍ଯ୍ୟନ୍ତ ମୋଟ ୧୨ ଟି ଟେଷ୍ଟ ଖେଳିଛି, ସେଥିମଧ୍ୟରୁ ୬ ଟି ହାରିଯାଇଛି ଏବଂ ୧ ଟିଏ ମ୍ୟାଚ୍ ଡ୍ର ହୋଇଛି। ଷଷ୍ଠ ସ୍ଥାନରେ ପହଞ୍ଚିଥିବା ଇଂଲଣ୍ଡର ବର୍ତ୍ତମାନ ୩୧.୨୫ ପ୍ରତିଶତ ପଏଣ୍ଟ ରହିଛି। ଆସନ୍ତା ବର୍ଷ ଲର୍ଡ୍ସ ଠାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ପ୍ରବେଶ କରିବାକୁ ଇଂରାଜୀ ଦଳ ପାଖରେ ବର୍ତ୍ତମାନ ଏବଂ ବର୍ଷ ଶେଷ ମଧ୍ୟରେ ଆଉ ୧୦ ଟି ଟେଷ୍ଟ ମ୍ୟାଚ୍ ବାକି ଅଛି।

Eng

ଅନ୍ୟପକ୍ଷରେ ଟ୍ରେଣ୍ଟ ବ୍ରିଜରେ ଇଂଲଣ୍ଡ ବିପକ୍ଷ ପରାଜୟ ପରେ ୱେଷ୍ଟଇଣ୍ଡିଜ୍ ଦଳ ୨୨.୨୨ ପ୍ରତିଶତ ବିଜୟ ସହ ଟେବୁଲର ନବମ ସ୍ଥାନକୁ ଖସି ଆସିଛି। ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ବିଷୟରେ କହିବାକୁ ଗଲେ ରବିବାର ଦିନ ୩୮୫ ରନ୍‌ର ଟାର୍ଗେଟକୁ ପିଛା କରିଥିବା ୱେଷ୍ଟଇଣ୍ଡିଜ୍ ଦଳ ୧୪୩ ରନରେ ଅଲଆଉଟ ହୋଇଯାଇଥିଲା। ଇଂଲଣ୍ଡ ପାଇଁ ସ୍ପିନର ଶୋଏବ ବଶିର (୫-୪୧) ସବୁଠାରୁ ସଫଳ ବୋଲର ସାବ୍ୟସ୍ତ ହୋଇଥିଲେ। ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ଇଂଲଣ୍ଡ ବର୍ତ୍ତମାନ ୨-୧ରେ ଆଗୁଆ ରହିଛି।  

Wi vs eng

ତୃତୀୟ ଏବଂ ଶେଷ ମ୍ୟାଚ୍ ୨୬ ଜୁଲାଇରୁ ବର୍ମିଂହାମ ଠାରେ ଖେଳାଯିବ। ଇଂଲଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ୍ ଇନିଂସ ଏବଂ ୧୧୪ ରନରେ ଜିତିଥିଲା। ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଟେବୁଲରେ ୯ ଟି ମ୍ୟାଚରୁ ୬୮.୨ ପଏଣ୍ଟ ସହ ଭାରତ ପ୍ରଥମ ସ୍ଥାନରେ ଥିବାବେଳେ ୧୨ ଟି ମ୍ୟାଚରୁ ୬୨.୫୦ ପଏଣ୍ଟ ସହ ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନରେ ରହିଛି।  ଏହା ପରେ ନ୍ୟୁଜିଲ୍ୟାଣ୍ଡ, ଶ୍ରୀଲଙ୍କା ଏବଂ ପାକିସ୍ଥାନ ରହିଛନ୍ତି। ଏହି ସମସ୍ତ ଦଳ ଇଂଲଣ୍ଡଠାରୁ ଆଗରେ ଅଛନ୍ତି।  ତେବେ ଏହି ଦଳଗୁଡ଼ିକ ତୁଳନାରେ ଇଂଲଣ୍ଡ ସର୍ବାଧିକ ୧୨ ଟି ମ୍ୟାଚ୍ ଖେଳିଛି।