ଭାରତ 5 ବର୍ଷ ହେଲା ଟେଷ୍ଟ ରେ ଥିଲା ରାଜା, ଏବେ ଅଷ୍ଟ୍ରେଲିଆ ଦଳ ଭାରତକୁ ପଛରେ ପକାଇ ହେଲା ନମ୍ବର 1, ଦେଖନ୍ତୁ ଲିଷ୍ଟ

  1. Home
  2. Test Cricket

ଭାରତ 5 ବର୍ଷ ହେଲା ଟେଷ୍ଟ ରେ ଥିଲା ରାଜା, ଏବେ ଅଷ୍ଟ୍ରେଲିଆ ଦଳ ଭାରତକୁ ପଛରେ ପକାଇ ହେଲା ନମ୍ବର 1, ଦେଖନ୍ତୁ ଲିଷ୍ଟ

icc test ranking aus no 1


କ୍ରିକେଟ ଖବର: ଭାରତୀୟ ଦଳର ରେକର୍ଡ ଭାଙ୍ଗିଲା କଙ୍ଗାରୁ ଦଳ। ଟେଷ୍ଟ କ୍ରିକେଟର ରାଙ୍କିଙ୍ଗଙ୍କୁ ନେଇ ଆଇସିସି ୪ ମଇରେ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ICC ଦ୍ୱାରା ଜାରି କରାଯାଇଥିବା ବାର୍ଷିକ ଟେଷ୍ଟ ର‌୍ୟାକିଂରେ ଅଷ୍ଟ୍ରେଲିଆ ନିଜର ୧ ନଂ ସ୍ଥାନ ବଜାୟ ରଖିଛି ଓ ଦ୍ୱିତୀୟ ସ୍ଥାନରେ ଟିମ୍ ଇଣ୍ଡିଆ ରହିଛି। ଦୀର୍ଘ ୫ ବର୍ଷ ହେବ ଟିମ୍ ଇଣ୍ଡିଆ ଏହି ସ୍ଥାନରେ ରହିଥିଲା। 

aus vs pak

ପ୍ରଥମେ ଉଭୟଙ୍କ ମଧ୍ୟରେ କେବଳ ୧ ପଏଂଟର ବ୍ୟବଧାନ ରହିଥିଲା ଯାହା ବର୍ତ୍ତମାନ ୯ ପଏଂଟରେ ପହଁଚିଛି। ଲଗାତାର ୫ ବର୍ଷ ପର୍ଯ୍ୟନ୍ତ ଭାରତୀୟ ଟିମ୍ ବାର୍ଷିକ ର‌୍ୟାକିଂ ଅପଡେଟରେ ୧ମ ସ୍ଥାନରେ ରହିଥିଲା, କିନ୍ତୁ ଏବେ ଅଷ୍ଟ୍ରେଲିଆ ରହିଛି । 

icc test ranking

ସୂଚନାଯୋଗ୍ୟ ଯେ, ଅଷ୍ଟ୍ରେଲିଆରେ ଏଶେଜ ସିରିଜରେ ଇଂଲଣ୍ଡକୁ ୪-୦ରେ ହରାଇଥିଲା । ଏହା ପରେ ପାକିସ୍ତାନକୁ ତାର ଘରୋଇମାଟିରେ ୧-୦ରେ ହରାଇଥିଲା। ସେହିଭଳି ଟେଷ୍ଟ ରାଙ୍କିରେ ନ୍ୟୁଜିଲାଣ୍ଡ ତୃତୀୟ ଆଉ ସାଉଥ ଆଫ୍ରିକା ଚତୁର୍ଥ ସ୍ଥାନରେ ଅଛନ୍ତି। ସେହିଭଳି ପାକିସ୍ତାନ ଦଳ ଇଂଲଣ୍ଡକୁ ପଛରେ ପକାଇ ପଞ୍ଚମ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛି।