ଦ୍ୱିତୀୟ ଟି-୨୦ ରେ କାହିଁକି ଖେଳିଲେ ନାହିଁ ମହମ୍ମଦ ଶାମୀ, ସାମ୍ନା କୁ ଆସିଲା ଏହି ବଡ଼ କାରଣ....

  1. Home
  2. T20 Cricket

ଦ୍ୱିତୀୟ ଟି-୨୦ ରେ କାହିଁକି ଖେଳିଲେ ନାହିଁ ମହମ୍ମଦ ଶାମୀ, ସାମ୍ନା କୁ ଆସିଲା ଏହି ବଡ଼ କାରଣ....


ଟିମ୍ ଇଣ୍ଡିଆର ସୁପରଫାଷ୍ଟ ଏକ୍ସପ୍ରେସ୍ ଅର୍ଥାତ ମହମ୍ମଦ ସାମୀ ଗୋଇଠି ଆଘାତ, ପରେ ଆଣ୍ଠୁ ଫୁଲିବା ଯୋଗୁଁ ପ୍ରାୟ ୧୪ ମାସ ଧରି ଅନ୍ତର୍ଜାତୀୟ କ୍ରିକେଟରୁ ବାହାରେ ଥିଲେ । ହେଲ ଏବେ ତାଙ୍କ ବୋଲିଂ ଦେଖିବାକୁ ଆହୁରି ସମୟ ଲାଗିପାରେ ବୋଲି ଚର୍ଚ୍ଚା ହେଉଛି ।

ଅର୍ଥାତ୍  ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଟିମ୍ ଇଣ୍ଡିଆରେ ମହମ୍ମଦ ସାମୀ ଙ୍କୁ ସ୍ଥାନ ମିଳିଛି ସତ କିନ୍ତୁ ସେ ପ୍ରଥମ ମ୍ୟାଚ୍ ଖେଳିପାରିନଥିଲେ । ସେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ମଧ୍ୟ ଖେଳିପାରିଲେ ନାହିଁ। ଯାହା ବିଶ୍ୱାସ କରାଯାଉଛି ଯେ ତାଙ୍କୁ ଫେରିବା ପାଇଁ ଆହୁରି କିଛି ସମୟ ଲାଗିପାରେ ।

ଏହି ମ୍ୟାଚ୍ ଶନିବାର ୨୫ ଜାନୁଆରୀରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଗଲା । ତେବେ ଯାହା ଶୁଣିବାକୁ ମିଳୁଛି କି, ଶାମି ଏବେ ବି ସମ୍ପୂର୍ଣ୍ଣ ଫିଟ୍ ନାହାଁନ୍ତି । ପ୍ରଥମ ଟି-୨୦ ମ୍ୟାଚ୍‌ରେ ତାଙ୍କୁ ପ୍ଲେଇଂ ଇଲେଭେନରେ ସ୍ଥାନ ନମିଳିବାରୁ ତାଙ୍କ ଫିଟନେସ୍ ଉପରେ ପ୍ରଶ୍ନ ଉଠାଯାଉଥିଲା । ଏବେ ଏହି ରିପୋର୍ଟ ଦାବିକୁ ସତ୍ୟ ପ୍ରମାଣିତ କରିଛି।  କୋଲକାତାରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚ୍ ପରେ ଯୁବ ବ୍ୟାଟ୍ସମ୍ୟାନ୍ ଅଭିଷେକ ଶର୍ମା କହିଥିଲେ ଯେ ଶାମି ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି କିନ୍ତୁ ତାଙ୍କୁ କାହିଁକି ଦଳରେ ସାମିଲ କରାଗଲା ନାହିଁ ତାହା ଟିମ୍ ମ୍ୟାନେଜମେଣ୍ଟର ନିଷ୍ପତ୍ତି ।

ଏହି ଟି-୨୦ ମ୍ୟାଚ୍ ପୂର୍ବରୁ ୱାର୍ମ-ଅପ୍ ସମୟରେ, ଶାମିଙ୍କୁ ତାଙ୍କ ରନ-ଅପ୍ ସମୟରେ ସମସ୍ୟା ପଡ଼ିଥିବା ଦେଖାଯାଇଥିଲା । ମ୍ୟାଚ୍‌ରେ ପ୍ରସାରକ ପାଇଁ ମତାମତ ଦେଉଥିବା ପୂର୍ବତନ ଲେଗ୍‌-ସ୍ପିନର ପୀୟୁଷ ଚାୱଲା ମଧ୍ୟ କହିଥିଲେ ଯେ ଶାମି ସାମାନ୍ୟ ଛୋଟେଇ ହୋଇ ଚାଲୁଥିଲେ। ଯଦି ଶାମି ସମ୍ପୂର୍ଣ୍ଣ ଫିଟ୍ ନହୁଅନ୍ତି, ତେବେ ଏହା ଏହି ସିରିଜ୍ ଅପେକ୍ଷା ଚାମ୍ପିଅନ୍ସ ଟ୍ରଫିରେ ଟିମ୍ ଇଣ୍ଡିଆ ପାଇଁ ଅଧିକ ସମସ୍ୟା ସୃଷ୍ଟି କରିପାରେ।

ଯାହା ଚର୍ଚ୍ଚା ହେଉଛି କି, ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ । ତେଣୁ ଏହା ମଧ୍ୟ ସମ୍ଭବ ଯେ ମ୍ୟାନେଜମେଣ୍ଟ ତୁରନ୍ତ ଶାମିଙ୍କ ଉପରେ ବୋଲିଂ ଭାର ଦେବାକୁ ଚାହୁଁନାହିଁ । ଚାମ୍ପିଅନ୍ସ ଟ୍ରଫିକୁ ଆଖି ଆଗରେ ରଖି ତାଙ୍କୁ ଆହୁରି କିଛି ବିଶ୍ରାମ ଦିଆଯିବାର ସମ୍ଭାବନା ମଧ୍ୟ ରହିଛି।