ବାବର ଆଜାମ ଭାଙ୍ଗିଲେ ଟି-20 ର ସବୁଠୁ ବଡ ରେକର୍ଡ, ବିରାଟ-ଗେଲ ଙ୍କୁ ପଛରେ ପକାଇ କଲେ ବିଶ୍ୱ ରେକର୍ଡ

  1. Home
  2. T20 Cricket

ବାବର ଆଜାମ ଭାଙ୍ଗିଲେ ଟି-20 ର ସବୁଠୁ ବଡ ରେକର୍ଡ, ବିରାଟ-ଗେଲ ଙ୍କୁ ପଛରେ ପକାଇ କଲେ ବିଶ୍ୱ ରେକର୍ଡ


ପାକିସ୍ତାନର ସୁପରଷ୍ଟାର ବ୍ୟାଟ୍ସମ୍ୟାନ୍ ବାବର ଆଜମ ବର୍ତ୍ତମାନ ପାକିସ୍ତାନ ସୁପର ଲିଗରେ ଖେଳୁଛନ୍ତି।  ସେ ଏହି ଲିଗ୍ ସମୟରେ ଟି-୨୦ କ୍ରିକେଟରେ ଇତିହାସ ସୃଷ୍ଟି କରିଛନ୍ତି। ଏଥିସହିତ ବାବର ତାଙ୍କ କ୍ୟାରିୟରରେ ଆଉ ଏକ ସଫଳତା ଯୋଡିଛନ୍ତି। ସେ ଟି-୨୦ କ୍ରିକେଟରେ ୧୦୦୦୦ ରନ୍ ପୂରଣ କରିଛନ୍ତି। ସେ ଏହା କରିବାରେ ଦୁନିଆର ୧୩ ତମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। 

Babar

କିନ୍ତୁ ସେ ୧୦୦୦୦ ଟି-୨୦ ରନ୍ ସ୍କୋର କରିବାରେ ଦୁନିଆର ଦ୍ରୁତତମ ବ୍ୟାଟ୍ସମ୍ୟାନ୍ ହୋଇପାରିଛନ୍ତି। ତାଙ୍କ ପୂର୍ବରୁ କ୍ରିସ୍ ଗେଲ୍ ଏହି ପ୍ରସଙ୍ଗରେ ଶୀର୍ଷରେ ଥିଲେ, ଯିଏ ୨୮୫ ଇନିଂସରେ ଏହି ସଫଳତା ହାସଲ କରିଥିଲେ। ୨୦୧୭ ରେ ଏହି ଫର୍ମାଟରେ ୧୦,୦୦୦ ରନ୍ କରିବାରେ ଗେଲ୍ ପ୍ରଥମ ଖେଳାଳି ଥିଲେ।

Gayle

ବାବରଙ୍କ ବିଷୟରେ କହିବାକୁ ଗଲେ ସେ ମାତ୍ର ୨୭୧ ଇନିଂସରେ ୧୦୦୦୦ ଟି-୨୦ ରନ୍ ସଂଗ୍ରହ କରିଛନ୍ତି। ପେଶାୱାର ଜାଲମି ଏବଂ କରାଚି କିଙ୍ଗ୍ସ ମଧ୍ୟରେ ଚାଲିଥିବା ପାକିସ୍ତାନ ସୁପର ଲିଗ୍ (PSL) ର ଷଷ୍ଠ ମ୍ୟାଚରେ ବାବର ଆଜାମ ଏହି ସଫଳତା ହାସଲ କରିଛନ୍ତି। ଏହି ରେକର୍ଡ କରିବା ପାଇଁ ତାଙ୍କୁ ଏହି ମ୍ୟାଚ୍ ପୂର୍ବରୁ ମାତ୍ର ୬ ରନ୍ ଆବଶ୍ୟକ ଥିଲା।  ଗେଲଙ୍କ ବ୍ୟତୀତ ସେ ବିରାଟ କୋହଲି, ଡେଭିଡ ୱାର୍ଣ୍ଣର, ଆରୋନ ଫିଞ୍ଚ ଏବଂ ଜୋସ ବଟଲରଙ୍କୁ ପଛରେ ପକାଇ ଶୀର୍ଷରେ ପହଞ୍ଚିଛନ୍ତି।

Babar

ଟି -20 କ୍ରିକେଟ୍ ରେ ଦ୍ରୁତ 10000 ରନ୍:-

୨୭୧ ଇନିଂସ- ବାବର ଆଜାମ।

୨୮୫ ଇନିଂସ- କ୍ରିସ୍ ଗେଲ୍।

୨୯୯ ଇନିଂସ- ବିରାଟ କୋହଲି।

୩୨୭ ଇନିଂସ- ଡେଭିଡ ୱାର୍ଣ୍ଣର।

୩୨୭ ଇନିଂସ- ଆରୋନ ଫିଞ୍ଚ।

୩୫୦ ଇନିଂସ- ଜୋସ୍ ବଟଲର୍।