ଆସିଲା ବଡ଼ ଖବର! ସୂର୍ଯ୍ୟକୁମାରଙ୍କ ପାଇଁ BCCI କୁ ବ୍ଲାକମେଲ୍ କରୁଥିଲେ ଅଜିତ୍ ଅଗରକର୍….
ଅଜିତ ଅଗରକର ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି। ସେ ଗତ ବର୍ଷ ଅଗଷ୍ଟରେ ଏହି ପଦ ଗ୍ରହଣ କରିଥିଲେ। ଏହି ପରିପ୍ରେକ୍ଷୀରେ, ତାଙ୍କ ସହ ଜଡିତ ଏକ ବଡ ମାମଲା ସାମ୍ନାକୁ ଆସିଛି, ଯାହା ଅନୁଯାଇ ମୁଖ୍ୟ ଚୟନକର୍ତ୍ତା ତାଙ୍କ ପଦର ସୁଯୋଗ ନେଇ ବିସିସିଆଇକୁ ବ୍ଲାକମେଲ କରିଥିଲେ। ଜଣେ ଖେଳାଳିଙ୍କୁ ଅଧିନାୟକ ନକରିବା ପାଇଁ ସେ ଏହା କରିଥିଲେ। ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି।
ରୋହିତ ଶର୍ମା ଟି-୨୦ ବିଶ୍ୱକପ ପରେ ସେହି ଫର୍ମାଟରୁ ଅବସର ନେଇଥିଲେ। ଅବସର ପରେ ଟିମ୍ ଇଣ୍ଡିଆର ଦାୟିତ୍ୱ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦିଆଯାଉଥିଲା। କାରଣ ସେ ଟି-୨୦ ରେ ରୋହିତଙ୍କ ଡେପିୟୁଟି ଥିଲେ। କିନ୍ତୁ ଦଳର ଅଧିନୟକତ୍ୱ ସୁର୍ଯ୍ୟକୁମାର ଯାଦବଙ୍କୁ ଦିଆଯାଇଥିଲା। ସୂର୍ଯ୍ୟଙ୍କୁ ଅଧିନାୟକତ୍ୱ ଦିଆଯିବା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକତ୍ୱ ନଦେବା ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି, ଯାହା ଅନୁଯାୟୀ ଅଜିତ ଅଗରକର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକତ୍ୱ ପ୍ରଦାନ କରିବା ନେଇ ଖୁସି ନଥିଲେ। ସେ ବିସିସିଆଇକୁ ଧମକ ମଧ୍ୟ ଦେଇଥିବା କ୍ରିକବ୍ଲଗର୍ ଡଟ୍ କମ୍ ପ୍ରକାଶ କରିଛି। ତାଙ୍କ କହିବା ଅନୁଯାଇ ଅଜିତ ଅଗରକର ଏବଂ ଗୌତମ ଗମ୍ଭୀର ସୂର୍ଯ୍ୟକୁମାର ଯାଦବଙ୍କୁ ଦୃଢ ସମର୍ଥନ କରୁଥିବାବେଳେ ବିସିସିଆଇ ସଚିବ ଜୟ ଶାହା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକତ୍ୱ ପାଇଁ ସମର୍ଥନ କରିଥିଲେ।
ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଯଦି ସୂର୍ଯ୍ୟକୁମାରଙ୍କୁ ଭାରତର ଟି-୨୦ ଅଧିନାୟକ କରା ନ ଯାଏ ତେବେ ଅଗରକର ଇସ୍ତଫା ଦେବେ ବୋଲି ଧମକ ଦେଇଥିଲେ। ଗୌତମ ଗମ୍ଭୀର ମଧ୍ୟ ଅଗରକରଙ୍କ ଆଭିମୁଖ୍ୟକୁ ସମର୍ଥନ କରିଥିଲେ। ଦୁଇ ପୂର୍ବତନ କ୍ରିକେଟରଙ୍କ ନିଷ୍ପତ୍ତିକୁ ଗ୍ରହଣ କରିବାକୁ ଜୟ ଶାହା ଚାପରେ ଥିଲେ। ସମସ୍ତେ ଜାଣନ୍ତି ଯେ ଅଜିତ ଅଗରକର ଏସିଆ କପ୍, ଏକଦିବସିୟ ବିଶ୍ୱକପ୍ ଏବଂ ଟି-୨୦ ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆ ଚୟନ କରିଥିଲେ ଯେଉଁଥିରେ ଭାରତ ୨ ଥର ଜିତିଥିଲା। ଏଥିସହ ଅଜିତ ଅଗରକରଙ୍କ ଦ୍ୱାରା ମନୋନୀତ ଦଳ ଏକଦିବସୀୟ ବିଶ୍ୱକପରେ ଫାଇନାଲରେ ପ୍ରବେଶ କରିଥିଲା। ଏହି ପରିପ୍ରେକ୍ଷୀରେ ଏହା ସ୍ପଷ୍ଟ ହୋଇଯାଏ ଯେ ଖେଳାଳି ଚୟନ କୁ ନେଇ ଅଗରକର ସମ୍ପୂର୍ଣ୍ଣ ଠିକ୍ ଅଟନ୍ତି।