IPL ଏବଂ ଭାରତ ପାଇଁ ଭଲ ପ୍ରଦର୍ଶନ ସତ୍ତ୍ୱେ ଚାମ୍ପିୟନ୍ସ ଟ୍ରଫି ଦଳରେ ମିଳିଲାନି ସ୍ଥାନ! ଏବେ ଅବସର ନେବା ହିଁ ଶେଷ ରାସ୍ତା….
ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ତତ୍ତ୍ୱାବଧାନରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ୧୫ ଖେଳାଳିଙ୍କୁ ମନୋନୀତ କରାଯାଇଥିଲା। ଏହି ସମୟ ମଧ୍ୟରେ ସେ ପ୍ରତିଭାବାନ ଖେଳାଳିଙ୍କୁ ଚୟନ କରିନଥିବା ନେଇ ଅଭିଯୋଗ ହୋଇଥିଲା। ଏଥିସହିତ ସେ ଚାମ୍ପିଅନ୍ସ ଟ୍ରଫିରେ ଏପରି ଜଣେ ଖେଳାଳିଙ୍କୁ ଅଣଦେଖା କରିଥିଲେ ଯିଏ ଏହି ଆଇସିସି ଟୁର୍ନାମେଣ୍ଟରେ ଭାରତ ପାଇଁ ଟ୍ରମ୍ପ କାର୍ଡ ସାବ୍ୟସ୍ତ ହୋଇପାରିଥାନ୍ତେ।
ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ପ୍ରତିଭାବାନ୍ ଦ୍ରୁତ ବୋଲର ହର୍ଷଲ ପଟେଲଙ୍କୁ ଚୟନ କରିନାହାଁନ୍ତି। ଚତୁର ବୋଲରମାନଙ୍କ ମଧ୍ୟରୁ ହର୍ଷଲ ପଟେଲ ଅନ୍ୟତମ। ପଟେଲ ନିଜର କଞ୍ଜୁସ ବୋଲିଂ ପାଇଁ ବେସ୍ ଜଣାଶୁଣା। ଆଇପିଏଲରେ ହର୍ଷଲ ପଟେଲଙ୍କୁ ସାଂଘାତିକ ବୋଲିଂ କରୁଥିବା ଦେଖିବାକୁ ମିଳିଛି। ତାଙ୍କର ବୋଲିଂରେ ଅନେକ ବିଭିଦତା ରହିଛି। ସେ ନିଜର ସ୍ଲୋ ବୋଲିଂ ସହିତ ବ୍ୟାଟ୍ସମ୍ୟାନମାନଙ୍କୁ ବେସ୍ ଅସୁବିଧାରେ ପକାଇଥାନ୍ତି। ଡେଥ୍ ଓଭରରେ ୟର୍କର୍ସ ବୋଲିଂ କରିବାର କୌଶଳ ମଧ୍ୟ ତାଙ୍କ ପାଖରେ ରହିଛି। କିନ୍ତୁ, ଏହା ସତ୍ତ୍ୱେ ସେ ଚାମ୍ପିଅନ୍ସ ଟ୍ରଫି ପାଇଁ ମନୋନୀତ ହୋଇନଥିଲେ। ଯଦି ଅଜିତ ଅଗରକର ତାଙ୍କ ଉପରେ ବିଶ୍ୱାସ ଦେଖାଇଥାନ୍ତେ, ତେବେ ସେ ଦଳ ପାଇଁ ବେସ୍ ଉପଯୋଗୀ ସାବ୍ୟସ୍ତ ହୋଇଥାନ୍ତେ।
ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୫ ପାଇଁ ଦୁବାଇରେ ମେଗା ନିଲାମ ହୋଇଥିଲା। ଯେଉଁଥିରେ ସନରାଇଜର୍ସ ହାଇଦ୍ରାବାଦ ମାଲିକ କାଭ୍ୟା ମାରାନ ଏହି ପ୍ରତିଭାବାନ ଖେଳାଳି ହର୍ଷଲ ପଟେଲଙ୍କ ଉପରେ ଏକ ବଡ଼ ବେଟ୍ କରିଥିଲେ। ଅନେକ ଫ୍ରାଞ୍ଚାଇଜ୍ କିଣିବା ପାଇଁ ହର୍ଷଲ ପଟେଲଙ୍କ ପଛରେ ପଡ଼ିଥିଲେ। କିନ୍ତୁ, SRH ହର୍ଷଲ ପଟେଲଙ୍କୁ କିଣିବା ପାଇଁ ନିଷ୍ପତ୍ତି ନେଇଥିଲା। ଏହି କାରଣରୁ ହାଇଦ୍ରାବାଦ ତାଙ୍କୁ ୮ କୋଟି ଟଙ୍କା ଦେଇ ତାଙ୍କ ଦଳରେ ଅନ୍ତର୍ଭୁକ୍ତ କରିଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ହର୍ଷଲ ପଟେଲ ଆଇପିଏଲର ଅନ୍ୟତମ ସଫଳ ବୋଲର ଅଟନ୍ତି। ଆଇପିଏଲରେ ତାଙ୍କ ନାମରେ ୧୦୦ ରୁ ଅଧିକ ୱିକେଟ୍ ରହିଛି।
ଟିମ୍ ଇଣ୍ଡିଆର ଅନ୍ୟତମ ଭାଗ୍ୟଶାଳୀ ଖେଳାଳି ହର୍ଷଲ ପଟେଲ ରହିଛନ୍ତି। ଘରୋଇ କ୍ରିକେଟ୍ ଏବଂ ଆଇପିଏଲରେ ସେ ଚମତ୍କାର ପ୍ରଦର୍ଶନ କରିଛନ୍ତି। କିନ୍ତୁ, ସେ ଅନ୍ତର୍ଜାତୀୟ କ୍ରିକେଟରେ ଅଧିକ ସୁଯୋଗ ପାଇପାରିନଥିଲେ। ସେ ୨୦୨୧ ମସିହାରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତାଙ୍କର ପ୍ରଥମ ମ୍ୟାଚ୍ ଖେଳିଥିଲେ। ଅନ୍ୟପକ୍ଷରେ ତାଙ୍କୁ ଶେଷ ଥର ପାଇଁ ୨୦୨୩ ମସିହାରେ ଶ୍ରୀଲଙ୍କା ବିପକ୍ଷରେ ଖେଳୁଥିବା ଦେଖିବାକୁ ମିଳିଥିଲା। ଏହା ପରେ ହର୍ଷଲ ପଟେଲଙ୍କୁ ଦଳରୁ ବାଦ୍ ଦିଆଯାଇଥିଲା। ସେ ଖେଳିଥିବା ୨୪ ଇନିଂସରେ ୨୯ ୱିକେଟ୍ ନେଇଛନ୍ତି। ଏହି ଅବଧିରେ ସେ ଥରେ ୫ ୱିକେଟ୍ ନେବାରେ ସଫଳ ହୋଇଥିଲେ। ତେବେ ସେ ଏପର୍ଯ୍ୟନ୍ତ ଟେଷ୍ଟ ଏବଂ ଏକଦିବସିୟରେ ଡେବ୍ୟୁ କରି ପାରିନାହାଁନ୍ତି।