ଇଂଲଣ୍ଡ ବିପକ୍ଷରେ ଦେଖିବାକୁ ମିଳିବେ ନାହିଁ ଏହି ଷ୍ଟାର ଖେଳାଳି! ବିଶ୍ରାମ ଦିଆଯିବା ନେଇ ଚର୍ଚ୍ଚା….
ଏବେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି ଚାଲୁ ରହିଛି। ପ୍ରଥମ ମ୍ୟାଚ ଜିତିବା ପରେ ଭାରତ ଦୁଇଟି ଟେଷ୍ଟ ହାରି ସାରିଛି। ତେବେ ଏହି ସିରିଜ ପରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଘରୋଇ ଟି-୨୦ ଏବଂ ଦିନିକିଆ ସିରିଜ ଆରମ୍ଭ ହେବାକୁ ଯାଉଛି। ତେବେ ଏହି ସିରିଜରେ କେତେଜଣ ସିନିୟର ଭାରତୀୟ ଖେଳାଳି ଖେଳିବେନାହିଁ ବୋଲି ଜଣାପଡିଛି।
ଜାନୁଆରୀ ୨୨ ତାରିଖରେ ଆରମ୍ଭ ହେବାକୁ ଥିବା ଏହି ସିରିଜରେ ଭାରତ ଇଂଲଣ୍ଡ ବିପକ୍ଷରେ ୫ଟି ଟି-୨୦ ଏବଂ ୩ ଟିକିଆ ଏକଦିବସୀୟ ସିରିଜ ଖେଳିବ। ଏହି ସିରିଜରେ ରୋହିତ ଶର୍ମା, ବିରାଟ କୋହଲି ଏବଂ ଯଶପ୍ରୀତ ବୁମ୍ରା ପ୍ରମୁଖ ଖେଳିବେ ନାହିଁ ବୋଲି ଜଣାପଡିଛି। ଟେଷ୍ଟ ସିରିଜ ପରେ ସେମାନଙ୍କୁ ବିଶ୍ରାମ ଦେବାକୁ ଦଳ ଚିନ୍ତା କରିଥିବା ଶୁଣିବାକୁ ମିଳୁଛି।
ଅନ୍ୟପକ୍ଷରେ ଚମ୍ପିୟନ୍ସ ଟ୍ରଫି ପୂର୍ବରୁ ଭାରତର ଏହି ଶେଷ ଦିନିକିଆ ସିରିଜ ହେବ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ରୋହିତ ଏବଂ ବିରାଟ ଆନ୍ତର୍ଜାତୀୟ ଟି-୨୦ ରୁ ଅବସର ନେଇ ସାରିଛନ୍ତି। ତେଣୁ ଯଦି ସେମାନେ ଏକଦିବସୀୟ ସିରିଜ ନ ଖେଳନ୍ତି ତେବେ ଇଂଲଣ୍ଡ ବିପକ୍ଷରେ ସେମାନଙ୍କୁ ଦେଖିବାକୁ ମିଳିବ ନାହିଁ।