ପ୍ରଥମ ମ୍ୟାଚ ହାରିବା ପରେ ପାକିସ୍ତାନକୁ ଲାଗିଲା ଏକ ବଡ଼ ଝଟକା! ଚାମ୍ପିୟନ୍ ଖେଳାଳି ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ବାଦ୍…..
ଚାମ୍ପିଅନ୍ସ ଟ୍ରଫି ୨୦୨୫ ର ଉଦ୍ଘାଟନୀ ମ୍ୟାଚରେ ପରାଜୟ ପରେ ପାକିସ୍ତାନର ମ୍ୟାଚ୍ ବିଜେତା ଖେଳାଳି ହଠାତ୍ ସମଗ୍ର ଟୁର୍ନାମେଣ୍ଟରୁ ବାଦ ପଡିଛନ୍ତି। କରାଚି ନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ପାକିସ୍ତାନ ଓପନିଂ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଠାରୁ ୬୦ ରନରେ ପରାସ୍ତ ହୋଇଛି, ଏଥିସହିତ ସେମାନଙ୍କର ସେମିଫାଇନାଲରେ ପ୍ରବେଶ କରିବାର ସମ୍ଭାବନା ମଧ୍ୟ ହ୍ରାସ ପାଇଛି। କିନ୍ତୁ, ବର୍ତ୍ତମାନ ଏହି ଖେଳାଳିଙ୍କ ହଠାତ୍ ବାଦ୍ ପଡିବା ପରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ ର ସେମିଫାଇନାଲରେ ପ୍ରବେଶ କରିବାର ସମ୍ଭାବନା ମଧ୍ୟ କମ୍ ଥିବା ଜଣାପଡିଛି।
ଭାରତ ବିପକ୍ଷ ପରବର୍ତ୍ତୀ ମ୍ୟାଚ୍ ପୂର୍ବରୁ ଏହା ପାକିସ୍ତାନ ପାଇଁ ଏକ ବଡ ଝଟକା ବୋଲି ବିବେଚନା କରାଯାଉଛି। ରିପୋର୍ଟ ଅନୁଯାୟୀ, ଆହତ ସମସ୍ୟା କାରଣରୁ ପାକିସ୍ତାନ ଓପନର୍ ଫଖର ଜମାନ ଚାମ୍ପିଅନ୍ସ ଟ୍ରଫି ୨୦୨୫ ରୁ ବାଦ ପଡିଛନ୍ତି। ତେବେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଏହା ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଘୋଷଣା କରିନାହିଁ। ଏଥିସହିତ, ESPNcricinfo ର ରିପୋର୍ଟ ଅନୁଯାୟୀ, ପାକିସ୍ତାନ କ୍ରିକେଟ୍ ବୋର୍ଡ ଖୁବ୍ ଶୀଘ୍ର ଫଖର ଜମାନଙ୍କ ବଦଳ ଖେଳାଳି ଘୋଷଣା କରିପାରନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଫିଲ୍ଡିଂ କରିବା ସମୟରେ ସେ ଆହତ ହୋଇଥିଲେ।
🚨 BIG SET-BACK FOR PAKISTAN 🚨
— Johns. (@CricCrazyJohns) February 20, 2025
- Fakhar Zaman ruled out of the India game in Champions Trophy. [RevSportz] pic.twitter.com/09LY6WxO8z
ସମଗ୍ର ଚାମ୍ପିଅନ୍ସ ଟ୍ରଫି ୨୦୨୫ ରୁ ଫଖର ଜମାନଙ୍କର ହଠାତ୍ ବାଦ୍ ପଡିବା ପାକିସ୍ତାନ ଦଳ ପାଇଁ ଏକ ବଡ ଝଟକା ବୋଲି ବିବେଚନା କରାଯାଉଛି କାରଣ ଏହି ଓପନିଂ ବ୍ୟାଟ୍ସମ୍ୟାନ୍ ପାକିସ୍ତାନ ପାଇଁ ବହୁତ ବଡ଼ ପ୍ରଦର୍ଶନ କରି ଆସିଛନ୍ତି। ଆଇସିସି ଟୁର୍ନାମେଣ୍ଟ ଗୁଡିକରେ ପାକିସ୍ତାନ ପାଇଁ ଫଖର ଜବରଦସ୍ତ ପ୍ରଦର୍ଶନ କରି ଆସିଛନ୍ତି। ଏବେ ତାଙ୍କୁ ସମ୍ପୂର୍ଣ୍ଣ ଟୁର୍ନାମେଣ୍ଟରୁ ବାଦ୍ ଦିଆଯାଇପାରେ। ତେବେ କେଉଁ ଖେଳାଳି ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କ ସ୍ଥାନ ନେବେ ତାହା ସ୍ପଷ୍ଟ ହୋଇପାରୁନାହିଁ। ତାଙ୍କ ସ୍ଥାନରେ ଇମାମ-ଉଲ୍-ହକଙ୍କୁ ଦଳରେ ସାମିଲ କରାଯାଇପାରେ ବୋଲି ଅନୁମାନ କରାଯାଉଛି।